ଜନ୍ମ ଜୟନ୍ତୀରେ ଇଣ୍ଡିଆ ଗେଟ୍‌ରେ ସ୍ଥାପନ ହେବ ନେତାଜୀଙ୍କ ପ୍ରତିମୂର୍ତ୍ତି

ଜନ୍ମ ଜୟନ୍ତୀରେ ଇଣ୍ଡିଆ ଗେଟ୍‌ରେ ସ୍ଥାପନ ହେବ ନେତାଜୀଙ୍କ ପ୍ରତିମୂର୍ତ୍ତି

ପ୍ରିଜମ ନ୍ୟୁଜ ବ୍ୟୁରୋ:ଇଣ୍ଡିଆ ଗେଟ୍‌ରେ ସ୍ଥାପନ ହେବ ନେତାଜୀ ସୁଭାଷ ଚନ୍ଦ୍ର ବୋଷ୍‌ଙ୍କ ପ୍ରତିମୂର୍ତ୍ତି ।ଜନ୍ମ ଜୟନ୍ତୀରେ ଇଣ୍ଡିଆ ଗେଟ୍‌ରେ ନେତାଜୀଙ୍କ ପ୍ରତିମୂର୍ତ୍ତି ସ୍ଥାପନ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଟ୍ୱିଟ୍ କରି ସୂଚନା ଦେଇଛନ୍ତି । ନେତାଜୀଙ୍କ ୧୨୫ତମ ଜନ୍ମ ଜୟନ୍ତୀ ଅବସରରେ ପ୍ରତିମୂର୍ତ୍ତି ସ୍ଥାପନ କରାଯିବ। ଗ୍ରାନାଇଟ୍‌ରେ ତିଆରି ପ୍ରତିମୂର୍ତ୍ତି ସ୍ଥାପନ କରାଯିବା ନେଇ ସୂଚନା ଦେଇଛନ୍ତି ପ୍ରଧାନମନ୍ତ୍ରୀ। ତେବେ ଗ୍ରାନାଇଟ୍ ମୂର୍ତ୍ତି ତିଆରି ହେବା ପର୍ଯ୍ୟନ୍ତ ହୋଲୋଗ୍ରାମ ଷ୍ଟାଚ୍ୟୁ ଲାଗିବ। ଏହି ହୋଲୋଗ୍ରାମ୍ ଷ୍ଟାଚ୍ୟୁ ଆସନ୍ତା ୨୩ ତାରିଖରେ ନେତାଜୀଙ୍କ ଜୟନ୍ତୀ ଅବସରରେ ଅନାବରଣ ହେବ ।ଅନ୍ୟ ପଟେ ଆଜିଠୁ ଇଣ୍ଡିଆ ଗେଟରୁ ସବୁଦିନ ପାଇଁ ଲିଭିଯିବ ଅମର ଯବାନ ଜ୍ୟୋତି । ଆଜିଠାରୁ ଅମର ଯବାନ ଜ୍ୟୋତି ଜାତୀୟ ଯୁଦ୍ଧ ସ୍ମାରକରେ ଜଳିବ। ଭାରତ-ପାକିସ୍ତାନ ଯୁଦ୍ଧକୁ ୫୦ ବର୍ଷ ପୂର୍ତ୍ତି ଅବସରରେ ଏହି ନିଷ୍ପତ୍ତି ନିଆଯାଇଛି । ଆଜି ଅପରାହ୍ନରେ ଏକ ସ୍ଵତନ୍ତ୍ର କାର୍ଯ୍ୟକ୍ରମ ଦ୍ଵାରା ଏହା ଅନୁଷ୍ଠିତ ହେବ।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: