‘ଆତ୍ମନିର୍ଭରଶୀଳ ଭାରତ’ର ନୂଆ ଶିକ୍ଷା ନୀତି

‘ଆତ୍ମନିର୍ଭରଶୀଳ ଭାରତ’ର ନୂଆ ଶିକ୍ଷା ନୀତି

ପ୍ରିଜମ୍ ନ୍ୟୁଜ୍ ବ୍ୟୁରୋ: ଆତ୍ମନିର୍ଭରଶୀଳ ଭାରତର ନୂଆ ଶିକ୍ଷା ନୀତି। ଏଣିକି ବଦଳିବ ପାଠପଢ଼ା ଢାଞ୍ଚା।ଦୀର୍ଘ ୩୪ ବର୍ଷ ପରେ ବଦଳିବାକୁ ଯାଉଛି ଶିକ୍ଷା ବ୍ୟବସ୍ଥା।ନୂଆ ଶିକ୍ଷାନୀତିକୁ କେନ୍ଦ୍ର କ୍ୟାବିନେଟ ମଞ୍ଜୁରୀ ପ୍ରଦାନ କରିଛି।ନୂଆ ଶିକ୍ଷା ବର୍ଷ ଆରମ୍ଭ ପୂର୍ବରୁ ନୂଆ ଏଜୁକେଶନ ପଲିସି- ୨୦୨୦କୁ ଅନୁମୋଦନ ମଳିଛି। ଆସନ୍ତା ସେପ୍ଟେମ୍ବର-ଅକ୍ଟୋବରରୁ ନୂଆ ଶିକ୍ଷା ବର୍ଷ ଆରମ୍ଭ ହେବାକୁ ଯାଉଛି। ଏହାସହ ମାନବ ସମ୍ବଳ ବିକାଶ ମନ୍ତ୍ରାଳୟର ନାଁ ପରିବର୍ତ୍ତନ ହୋଇ ଶିକ୍ଷା ମନ୍ତ୍ରାଳୟ ହୋଇଛି। ୧୯୮୫ ମସିହାରେ ଶିକ୍ଷା ମନ୍ତ୍ରାଳୟର ନାମ ପରିବର୍ତ୍ତନ କରାଯାଇ ମାନବ ସମ୍ବଳ ବିକାଶ ମନ୍ତ୍ରାଳୟ କରାଯାଇଥିଲା। ଗତ ମେ’ ମାସରେ ନୂଆ ଶିକ୍ଷାନୀତି ଡ୍ରାଫ୍ଟ ପ୍ରସ୍ତୁତ ହୋଇଥିଲା। ବୁଧବାର ମାନବ ସମ୍ବଳ ବିକାଶ ମନ୍ତ୍ରୀ ପ୍ରକାଶ ଜାଭଡେକର ନୂଆ ଶିକ୍ଷାନୀତିକୁ ଅନୁମୋଦନ ମିଳିଥିବା ଘୋଷଣା କରିଛନ୍ତି।

ଆଗକୁ ଗ୍ରେଡ୍ ଅନୁସାରେ ସୁବିଧା ପାଇବେ ଶିକ୍ଷାନୁଷ୍ଠାନ। ୪ ବର୍ଷର ଡିଗ୍ରୀ କୋର୍ସ ପାଇଁ କୋର୍ସ କ୍ରେଡିଟର ବ୍ୟବସ୍ଥା ରହିବା ସହ ପ୍ରଥମ ବର୍ଷରୁ ପାଠ ଛାଡ଼ିଲେ ବି ସାର୍ଟିଫିକେଟ ମିଳିବ। ନୂଆ ପରିବର୍ତ୍ତିତ ଶିକ୍ଷା ନୀତିରେ ୧୦+୨ ବଦଳରେ ୫+୩+୩+୪ ପାର୍ଟନରେ ଶିକ୍ଷା ଦାନ କରାଯିବ। ଷଷ୍ଠ ଶ୍ରେଣୀ ପରେ ଭୋକେସନାଲ ଶିକ୍ଷା ଆରମ୍ଭ ହେବ। ଏହାସହ ନବମ ଶ୍ରେଣୀରୁ ଦ୍ୱାଦଶ ପର୍ଯ୍ୟନ୍ତ ସେମିଷ୍ଟାର ବ୍ୟବସ୍ଥା ରହିବ। ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀଙ୍କୁ ମାତୃଭାଷା, ସ୍ଥାନୀୟ ଭାଷା ଓ ରାଷ୍ଟ୍ର ଭାଷାରେ ଶିଭାଦାନ କରାଯିବ। କଲେଜ ଡିଗ୍ରୀ ୩ ଓ ୪ ବର୍ଷ ହେବ। ଉଚ୍ଚଶିକ୍ଷା ପାଇଁ ଆଗ୍ରହ ନଥିଲେ ୩ ଓ ଆଗ୍ରହ ଥିଲେ ୪ ବର୍ଷ ହେବ ଡିଗ୍ରୀ କୋର୍ସ। ୪ ବର୍ଷର ଡିଗ୍ରୀ ହାସଲ କରିଥିବା ଛାତ୍ରଛାତ୍ରୀ ମାତ୍ର ଗୋଟିଏ ବର୍ଷରେ ଏମ୍ଏ କରିପାରିବେ। ଏମ୍ଏ ପରେ ସିଧାସଳଖ ପିଏଚଡି କରିପାରିବେ ଛାତ୍ରଛାତ୍ରୀ। ଏଣିକି ପିଏଚଡି କରିବା ପାଇଁ ଏମଫିଲ୍ ଜରୁରୀ ହେବ ନାହିଁ।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: