ଅନଲକ୍-୩, ହଟିଲା ରାତ୍ରିକାଳୀନ କର୍ଫ୍ୟୁ

ଅନଲକ୍-୩, ହଟିଲା ରାତ୍ରିକାଳୀନ କର୍ଫ୍ୟୁ

ପ୍ରିଜମ୍ ନ୍ୟୁଜ୍ ବ୍ୟୁରୋ: ଅନଲକ୍ -୩ ଗାଇଡଲାଇନ ଜାରି କଲେ କେନ୍ଦ୍ର ସରକାର। ରାତ୍ରିକାଳୀନ କର୍ଫ୍ୟୁ ଉପରୁ କଟକଣା ଉଠାଇଲେ କେନ୍ଦ୍ର ସରକାର। ରାତିରେ ସାଧାରଣ ଲୋକଙ୍କ ଯା’ଆସ ଉପରୁ କଟକଣା ଉଠିଲା। ଅଗଷ୍ଟ ୫ରୁ ଯୋଗ ଇନଷ୍ଟିଚ୍ୟୁଟ ଓ ଜିମ୍ନାସିୟମ ଖୋଲିପାରିବ। ଯୋଗ ଇନଷ୍ଟିଚ୍ୟୁଟ ଓ ଜିମ୍ନାସିୟମ ପାଇଁ ଜାରିହେବ ଏସ୍ ଓପି। କୋଭିଡ୍ କଟକଣା ମଧ୍ୟରେ ପାଳନ ହୋଇପାରିବ ସ୍ୱାଧୀନତା ଦିବସ। ଅଗଷ୍ଟ ୩୧ ପର୍ଯ୍ୟନ୍ତ ବନ୍ଦ ରହିବ ସ୍କୁଲ, କଲେଜ, କୋଚିଂ ସେଣ୍ଟର, ମେଟ୍ରୋ ରେଳ, ସିନେମା ହଲ, ସୁଇମିଂ ପୋଲ। ସାମାଜିକ, ରାଜନୈତିକ ଓ ଧାର୍ମିକ କାର୍ଯ୍ୟକ୍ରମ ବନ୍ଦ ରହିବ। ସ୍ଥିତି ସମୀକ୍ଷା ପରେ ପରବର୍ତ୍ତୀ ନିଷ୍ପତ୍ତି ନିଆଯିବ।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: