୨୦ ବର୍ଷର ପୁରୁଣା ମାମଲା, ଜୟା ଜେଟଲୀଙ୍କୁ ଆଶ୍ୱସ୍ତି

୨୦ ବର୍ଷର ପୁରୁଣା ମାମଲା, ଜୟା ଜେଟଲୀଙ୍କୁ ଆଶ୍ୱସ୍ତି

ପ୍ରିଜମ୍ ନ୍ୟୁଜ୍ ବ୍ୟୁରୋ: ୨୦ ବର୍ଷ ତଳର ଦୁର୍ନୀତି ମାମଲାରେ ସମତା ଦଳର ପୂର୍ବତନ ଅଧ୍ୟକ୍ଷା ଜୟା ଜେଟଲୀଙ୍କୁ ଆଶ୍ୱସ୍ତି। ସିବିଆଇ କୋର୍ଟଙ୍କ ୪ ବର୍ଷ ସଜା ଉପରେ ରୋକ୍ ଲଗାଇଛନ୍ତି ଦିଲ୍ଲୀ ହାଇକୋର୍ଟ। ୨୦ ବର୍ଷ ପୁରୁଣା ପ୍ରତିରକ୍ଷା ବିଭାଗରେ ଦୁର୍ନୀତି ମାମଲାରେ ଦୋଷୀ ସାବ୍ୟସ୍ତ ହେବା ପରେ ଜୟାଙ୍କ ସହ ଅନ୍ୟ ଦୁଇ ସହଯୋଗୀ ଗୋପାଳ ପଚରୱାଲ ଓ ଅବସରପ୍ରାପ୍ତ ମେଜର ଜେନେରାଲ ଏସପି ମୁରଗାଇଙ୍କୁ ୪ ବର୍ଷ ଲେଖାଏଁ କାରାଦଣ୍ଡାଦେଶ ଶୁଣାଇଥିଲେ ସିବିଆଇ କୋର୍ଟ।୨୦୦୦-୨୦୦୧ରେ ଅଟଳ ବିହାରୀ ବାଜପେୟୀ ପ୍ରଧାନମନ୍ତ୍ରୀ ଥିବାବେଳେ ଏହି ଦୁର୍ନୀତି ହୋଇଥିଲା।ପ୍ରତିରକ୍ଷା ବିଭାଗର ସାମଗ୍ରୀ କ୍ରୟକୁ ନେଇ ସହଯୋଗୀଙ୍କ ସହ ଜୟା ଜେଟଲୀ ବେସରକାରୀ କମ୍ପୀନୀ ସହ ବେଆଇନ ଡିଲ୍ କରିଥିବା ଅଭିଯୋଗ ହୋଇଥିଲା। ପରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ହୋଇଥିବା ଷ୍ଟିଙ୍ଗ ଅପରେସନରେ ଧରା ପଡ଼ିଥିଲେ ଜୟା ଜେଟଲୀ। ମାମଲା ଦୀର୍ଘ ୨୦ ବର୍ଷ ଧରି ସିବିଆଇ କୋର୍ଟରେ ବିଚାରାଧୀନ ଥିଲା।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: