ଔଷଧରେ ଭଲ ହୋଇଗଲା କ୍ୟାନ୍ସର!

ଔଷଧରେ ଭଲ ହୋଇଗଲା କ୍ୟାନ୍ସର!

ପ୍ରିଜମ ନ୍ୟୁଜ ବ୍ୟୁରୋ:ମାରାତ୍ମକ କର୍କଟ ରୋଗକ ନେଇ ବିଭିନ୍ନ ସମୟରେ ଗବେଷଣା ଜାରି ରହିଥାଏ। ତେବେ ଏହାର ଚିକିତ୍ସା କ୍ଷେତ୍ରରେ ଏକ ଖୁସି ଖବର ଏବେ ଆସିଛି। କର୍କଟ ଚିକିତ୍ସାରେ ଇତିହାସରେ ପ୍ରଥମ ଔଷଧର ପରୀକ୍ଷଣ ବେଳେ ସମସ୍ତ କ୍ୟାନ୍ସର ରୋଗୀ ସୁସ୍ଥ ହୋଇଥିବା ସୂଚନା ମିଳିଛି। ଆମେରିକାର ନ୍ୟୁୟର୍କରେ ଏଭଳି ଘଟଣା ଦେଖିବାକୁ ମିଳିଛି। ମଳାଶୟ କର୍କଟରେ ପୀଡ଼ିତ ରୋଗୀଙ୍କ ଚିକିତ୍ସା ପରେ ସମସ୍ତେ ସୁସ୍ଥ ହୋଇଯାଇଛନ୍ତି।

ଯୁକ୍ତରାଷ୍ଟ୍ର ଆମେରିକାର ମାନ୍‌ହଟନ୍‌ସ୍ଥିତ ‘ମେମୋରିଆଲ୍‌ ସ୍ଲୋଆନ୍‌ କେଟ୍ଟରିଙ୍ଗ୍‌ କ୍ୟାନ୍‌ସର୍‌ ସେଣ୍ଟର୍‌’ରେ କର୍କଟ ରୋଗାକ୍ରାନ୍ତ ରୋଗୀଙ୍କୁ ପରୀକ୍ଷାମୂଳକ ଭାବେ ଏକ ଔଷଧ ଦିଆଯିବା ପରେ ସେମାନେ କର୍କଟ‌ ରୋଗ ମୁକ୍ତ ହୋଇଛନ୍ତି ବୋଲି ‘ଦି ନ୍ୟୁୟର୍କ ଟାଇମ୍‌ସ୍‌’ ନିଜ ରିପୋର୍ଟରେ ପ୍ରକାଶ କରିଛି। ରିପୋର୍ଟ ଅନୁଯାୟୀ, ମଳଦ୍ବାର କର୍କଟ ରୋଗରେ ଆକ୍ରାନ୍ତ ହୋଇଥିବା ୧୮ଜଣଙ୍କୁ ‘ଡଷ୍ଟାର୍‌ଲିମାବ୍‌’ ନାମକ ଔଷଧ ଦିଆଯାଇଥିଲା। ଶାରୀରିକ ପରୀକ୍ଷା, ଏଣ୍ଡୋସ୍କୋପି, ‘ପିଇଟି’ ଏବଂ ‘ଏମ୍‌ଆର୍‌ଆଇ’ରେ ଉକ୍ତ ରୋଗୀମାନଙ୍କ ଦେହରେ କର୍କଟ ରୋଗ ଥିବାର ଆଭାସ ମିଳୁ ନ ଥିବାରୁ ସେମାନ‌େ ସମ୍ପୂର୍ଣ୍ଣ ଆରୋଗ୍ୟ ହୋଇଯାଇଛନ୍ତି ବୋଲି ମନେହେଉଛି।ଏହି ପରୀକ୍ଷାମୂଳକ ଔଷଧ ପ୍ରୟୋଗର ଫଳାଫଳ ଆଶ୍ଚର୍ଯ୍ୟଜନକ ଏବଂ ବିଶ୍ବବ୍ୟାପୀ କୋଟି କୋଟି କର୍କଟ ରୋଗୀଙ୍କ ପାଇଁ ଜୀବନର ଆଶା ସଞ୍ଚାର କରିଛି।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: