ଚାର୍ଜିଂ ଷ୍ଟେସନରେ ଭୟାବହ ଅଗ୍ନିକାଣ୍ଡ, ଜଳିଗଲା ୧୦୦ ରୁ ଅଧିକ ଯାନ

ଚାର୍ଜିଂ ଷ୍ଟେସନରେ ଭୟାବହ ଅଗ୍ନିକାଣ୍ଡ, ଜଳିଗଲା ୧୦୦ ରୁ ଅଧିକ ଯାନ

ପ୍ରିଜମ ନ୍ୟୁଜ ବ୍ୟୁରୋ:ଦିଲ୍ଲୀର ଜାମିଆ ନଗରସ୍ଥିତ ଏକ ଇଲେକ୍ଟ୍ରିକ୍‌ ଚାର୍ଜିଂ ଷ୍ଟେସନରେ ଆଜି ଭୟାବହ ଅଗ୍ନିକାଣ୍ଡ ଘଟିଛି। କୌଣସି ଏକ କାରଣରୁ ଏଠାରେ ପାର୍କିଂ ହୋଇଥିବା ଗାଡ଼ିଗୁଡ଼ିକରେ ହଠାତ୍‌ ନିଆଁ ଲାଗିଯାଇଥିଲା, ଯାହାଫଳରେ ଅନେକ ଗାଡ଼ି ଜଳି ପାଉଁଶ ହୋଇଯାଇଛି। ଲୋକଙ୍କ କହିବା ମୁତାବକ, ଯେଉଁ ପାର୍କିଂ ସ୍ଥଳରେ ନିଆଁ ଲାଗିଛି, ସେଠାରେ ଇଲେକ୍ଟ୍ରିକ୍‌ ଗାଡ଼ିଗୁଡ଼ିକୁ ଚାର୍ଜ କରାଯାଉଥିଲା। ଘଟଣାସ୍ଥଳରେ ୭ଟି ଦମକଳ ଗାଡ଼ି ନିୟୋଜିତ ହୋଇ ନିଆଁକୁ ଆୟତ୍ତ କରିବାରେ ସକ୍ଷମ ହୋଇଥିଲେ। ସୂଚନା ଅନୁସାରେ, ଆଜି ସକାଳ ପାଖାପାଖି ୫ଟାରେ ପାର୍କିଂ ସ୍ଥଳରେ ନିଆଁ ଲାଗି ଯାଇଥିଲା। ଯାହାଦ୍ଵାରା ୧୦୦ ରୁ ଅଧିକ ଯାନ ପୋଡିଯାଇଥିବା କୁହାଯାଉଛି। ଏହାସହ ଇ-ରିକ୍ସାଗୁଡ଼ିକ ଜଳି ଛାରଖାର୍‌ ହୋଇଯାଇଛି।କୁହାଯାଉଛି କି, ଇ-ରିକ୍ସାର ଚାର୍ଜିଂ ପଏଣ୍ଟରୁ ନିଆଁ ଝୁଲ ବାହାରି ଏହି ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଏଥିରେ ୧୦ କାର୍‌, ୧ ବାଇକ୍‌, ୨ ସ୍କୁଟି, ୩୦ ନୂଆ ଇ-ରିକ୍ସା ଏବଂ ୫୦ ପୁରୁଣା ଇ-ରିକ୍ସା ଜଳି ପାଉଁଶ ହୋଇଯାଇଛି।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: