ନୂଆ ସାଇକେଲର ଏମିତି ସ୍ବାଗତ

ପ୍ରିଜମ୍ ନ୍ୟୁଜ ବ୍ୟୁରୋ: ସମସ୍ତଙ୍କୁ ଚକିତ କରିଦେବା ପରି ଅନେକ ଘଟଣା ସୋସିଆଲ ମିଡିଆରେ ଭାଇରାଲ୍ ହେଉଛି । ଯାହାକୁ ଆମେ ବିଶ୍ବାସ କରିନଥାଉ କିମ୍ବା ତାହା ଦେଖି ଚକିତ ହୋଇଯାଉ। କିନ୍ତୁ ଏବେ ସୋସିଆଲ ମିଡିଆରେ ଯେଉଁ ଫଟୋ ଭାଇରାଲ ହେଉଛି, ଆପଣ ସେହି ଫଟୋ ଦେଖି ଆଶ୍ଚର୍ଯ୍ୟ ହେବେ ନାହିଁ, ବରଂ ଆମ ସଂସ୍କୃତିକୁ ମନେ ପକାଇବ। ଫଟୋରେ ଆପଣ ଦେଖିବେ ଯେ, ଜଣେ ମହିଳା ଧୂପକାଠି ଲଗାଇ ସାମ୍ନାରେ ଛିଡ଼ା ହୋଇଥିବା ଏକ ସାଇକେଲକୁ ପୂଜା କରୁଛନ୍ତି। ଆମ ମଧ୍ୟରୁ ଅଧିକାଂଶ ବ୍ୟକ୍ତି ଏପରି ଅଛନ୍ତି , ଯିଏ ଘରକୁ ଏକ ନୂତନ ଜିନିଷଟିଏ ଆସିଲେ ତାହାକୁ ପୂଜା କରିବା ପରେ ବ୍ୟବହାର କରିଥାନ୍ତି। ତାହା ନୂଆ କାର୍, ଟିଭି କିମ୍ବା ନୂଆ ଘର ହେଉଥାଉ ପଛେ। ଯେତେବେଳେ ବି ଆମେ କିଛି ନୂଆ କରିଥାଉ, ଆମେ ପ୍ରଥମେ ଭଗବାନଙ୍କ ପୂଜାର୍ଚ୍ଚନା କରିଥାଉ। ଏହା ହେଉଛି ଆମର ଭାରତୀୟ ସଂସ୍କୃତିର ପରିଚୟ। ଏହି ଫଟୋକୁ ସୋସିଆଲ ମିଡିଆରେ ଆଇପିଏସ୍ ଅଧିକାରୀ ଦୀପାଂଶୁ କାବ୍ରା ସେୟାର କରିଛନ୍ତି। ଫଟୋ ସହିତ ସେ କ୍ୟାପସନରେ ଲେଖିଛନ୍ତି-ଭାରତୀୟ ସଂସ୍କୃତିର ସୌନ୍ଦର୍ଯ୍ୟ ପ୍ରଦର୍ଶିତ କରୁଛି ଫଟୋ। ନୂତନ ବିଳାସପୂର୍ଣ୍ଣ କାର୍ ହେଉ କିମ୍ବା ନୂଆ ସାଇକେଲ୍ ହେଉ କିମ୍ବା କୌଣସି ନୂତନ ଆଇଟମ୍ ଆମେ ଏହାକୁ ସମ୍ମାନର ସହିତ ଘରେ ସ୍ୱାଗତ କରୁଛୁ। ସତେ ଯେପରି ଭଗବାନଙ୍କ ଆଶୀର୍ବାଦରୁ ପରିବାରକୁ ଏକ ନୂତନ ସଦସ୍ୟ ଆସିଛି। ବାସ୍ତବ କହିବାକୁ ଗଲେ, ଆମ ଭାରତୀୟ ସଂସ୍କୃତି, ପରମ୍ପରା ନିଆରା। ଏପରି ଅନନ୍ୟ ନିଗଦର୍ଶନ ଆଉ କେଉଁଠାରେ ଦେଖିବାକୁ ମିଳିନଥାଏ।

Leave a Reply

Your email address will not be published. Required fields are marked *