ଆଗୁଆ ସରିଲା ବିଧାନସଭା

ପ୍ରିଜମ୍ ନ୍ୟୁଜ ବ୍ୟୁରୋ: ନିର୍ଦ୍ଧାରିତ ସମୟର ୫ଦିନ ପୂର୍ବରୁ ସରିଲା ବିଧାନସଭାର ବଜେଟ୍ ଅଧିବେଶନ। ଦୁଇଟି ପର୍ଯ୍ୟାୟରେ ହୋଇଥିବା ଏହି ଅଧିବେଶନରେ ସମୁଦାୟ ୨୬ଟି ବୈଠକ ବସିଥିଲା। ଏହି କାର୍ଯ୍ୟ ଦିବସରେ ରାଜ୍ୟପାଳଙ୍କ ଅଭିଭାଷଣରୁ ଆରମ୍ଭ ହୋଇଥିଲା। ଫେବ୍ରୁଆରୀ ୧୮ରୁ ପ୍ରଥମ ପର୍ଯ୍ୟାୟ ଅଧିବେଶନରେ ରାଜ୍ୟପାଳ ଗୃହରେ ତାଙ୍କ ଅଭିଭାଷଣ ରଖିଥିଲେ। ଏହାପରେ ତିନିଦିନ ଧରି ରାଜ୍ୟପାଳଙ୍କ ଅଭିଭାଷଣ ଉପରେ ଧନ୍ୟବାଦ ପ୍ରସ୍ତାବ ଆଲୋଚନା ଓ ବିଚାର କରାଯାଇ ଗୃହିତ ହୋଇଥିଲା। ସେହିପରି ୨୦୨୧ -୨୨ ଆର୍ଥିକ ବର୍ଷ ନିମନ୍ତେ ପୂର୍ଣ୍ଣାଙ୍ଗ ବଜେଟ ଗୃହରେ ପାରିତ ହେବା ସହ, ଓଡ଼ିଶା ଲୋକୟୁକ୍ତ ସଂଶୋଧନ ବିଲ ,ସମିତି ପଞ୍ଜିକରଣ ସଂସୋଧନ ବିଲ,ବିଜୁ ପଟ୍ଟନାୟକ ବୈଷୟିକ ବିଶ୍ଵବିଦ୍ୟାଳୟ ସଂଶୋଧନ ବିଲ, ବ୍ୟୟମଞ୍ଜୁରୀ ବିଲ ଭଳି ୯ଟି ଗୁରୁତ୍ୱପୂର୍ଣ୍ଣ ବିଲ ପାରିତ ହୋଇଛି। ସେହିପରି ଚାଷୀ ସମସ୍ୟା ଦରଦାମ ବୃଦ୍ଧି ,ତୈଳଦର ବୃଦ୍ଧି ପରି ବିଭିନ୍ନ ପ୍ରସଙ୍ଗରେ ମୁଲତବୀ ଜରିଆରେ ସରଗରମ ଆଲୋଚନା ହୋଇଥିଲା।

Leave a Reply

Your email address will not be published. Required fields are marked *