ବିବାହ ପୋଷାକ ପିନ୍ଧି ଯୁବତୀ କଲେ ବିଶ୍ଵ ରେକର୍ଡ, କେମିତି ଜାଣନ୍ତୁ

ବିବାହ ପୋଷାକ ପିନ୍ଧି ଯୁବତୀ କଲେ ବିଶ୍ଵ ରେକର୍ଡ, କେମିତି ଜାଣନ୍ତୁ

ପ୍ରିଜମ୍ ନ୍ୟୁଜ ବ୍ୟୁରୋ: ସବୁ ଝିଅଙ୍କର ସ୍ବପ୍ନ ତାଙ୍କ ବାହାଘର ସବୁଠୁ ନିଆର ହେଉ। ସେମାନେ ନିଜ ବାହାଘରରେ କିପରି ସବୁଠୁ ଅଧିକ ସୁନ୍ଦର ଏବଂ ଭିନ୍ନ ଦେଖାଯିବେ ସେ ନେଇ ଅନେକ ଯୋଜନା ମଧ୍ୟ କରିଥାନ୍ତି । ତେବେ ନିଜ ବାହାଘରରେ ନିଆରା କରିବା ନିଶାରେ ଜଣେ କନ୍ୟା ଏପରି କିଛି କରିଛନ୍ତି, ଯାହାକି ତାଙ୍କୁ ସାର ବିଶ୍ୱରେ ପରିଚିତ କରିପାରିଛି। ସାଇପ୍ରସ୍ ଦେଶରେ ଜଣେ କନ୍ୟା ନିଜ ବିବାହରେ ଏମିତି ଏକ ପୋଷାକ ପିନ୍ଧିଲେ ଯାହାକି ତାଙ୍କୁ ଗିନିଜ୍ ୱାର୍ଲଡ ରେକର୍ଡରେ ସ୍ଥାନ ଦେଇଛି। ମାରିୟା ପରସ୍କେଭା ନାମକ ଏହି କନ୍ୟା ନିଜ ବିବାହରେ ପ୍ରାୟ ୭ କିଲୋ ମିଟର ଲମ୍ବର ଏକ ପୋଷାକ ପିନ୍ଧି ନିଆରା ରେକର୍ଡ କରିଛନ୍ତି। ଏନେଇ ତାଙ୍କ ନାମ ଗିନିଜ୍‌ ବୁକ୍‌ ଅଫ୍‌ ରେକର୍ଡସରେ ସ୍ଥାନ ପାଇଛି । ସେ ବିଶ୍ଵର ସବୁଠୁ ଲମ୍ବା ଭେଲ୍ ପିନ୍ଧି ଏହି ରେକର୍ଡ କରିଛନ୍ତି। ମାରିୟାଙ୍କ ପୋଷାକ ଦେଖି ସମସ୍ତେ ଚକିତ ହୋଇଯାଇଛନ୍ତି । କାରଣ ବର୍ତ୍ତମାନ ପର୍ଯ୍ୟନ୍ତ ବିବାହରେ ମାରିୟା ସବୁଠାରୁ ଲମ୍ବା ଗାଉନ୍‌(ଓ୍ବେଡିଙ୍ଗ୍‌ ଭେଲ୍‌) ପିନ୍ଧିଛନ୍ତି। ଏହି ପୋଷାକ ୬,୯୬୨.୬ ମିଟର ଅର୍ଥାତ୍‌ ୨୨,୮୪୩ ଫୁଟ ୨.୧୧ ଇଞ୍ଚ ଲମ୍ବା । ଏତେ ଲମ୍ବା ଗାଉନ୍‌ ପିନ୍ଧିବା ପାଇଁ ମାରିୟାଙ୍କୁ ୬ ଘଣ୍ଟା ସମୟ ଲାଗିଥିବା ବେଳେ ୩୦ ଜଣ ଲୋକ ତାଙ୍କ ପୋଷାକ ଧରିଥିଲେ ।


ଏ ନେଇ ମାରିୟା କୁହନ୍ତି, ପିଲାଟି ଦିନରୁ ମୋର ସ୍ବପ୍ନ ଥିଲା ସବୁଠାରୁ ଲମ୍ବା ବିବାହ ପୋଷାକ ପିନ୍ଧି ଓ୍ବାଲର୍ଡ ରେକର୍ଡ କରିବି, ଯାହାକି ଏବେ ପୂରଣ ହୋଇଛି। ଏହି କନ୍ୟାଙ୍କ ଫଟୋ ଏବଂ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ୍ ହେବାରେ ଲାଗିଛି। ଏହାକୁ ୬୪ ହଜାରରୁ ଅଧିକ ଲୋକ ଦେଖିବା ସହ ବହୁ ସଂଖ୍ୟାରେ ଲାଇକ୍‌ ଏବଂ କମେଣ୍ଟ ମଧ୍ୟ ମିଳିଛି । ଏହି ଭିଡିଓ ଦେଖି ଜଣେ ୟୁଜର୍ସ ଲେଖିଛନ୍ତି-ମତେ ଲାଗୁଛି ଏହା କୌଣସି ବୁଢିଆଣୀର ବସା, ଆଉ ଜଣେ ୟୁଜର୍ସ ଲେଖିଛନ୍ତି-କେଉଁଠାରୁ ଲୋକମାନେ ଏଭଳି ନିଆରା ଚିନ୍ତାଧାରା ଆଣୁଛନ୍ତି।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: