ଜାଣନ୍ତୁ ଅର୍ଚନା ପୁରନ୍‌ ସିଂହଙ୍କ ଲୁକ୍ କାହିଁକି ଚୋରି କଲେ ନୱାଜୁଦ୍ଦିନ

ଜାଣନ୍ତୁ ଅର୍ଚନା ପୁରନ୍‌ ସିଂହଙ୍କ ଲୁକ୍ କାହିଁକି ଚୋରି କଲେ ନୱାଜୁଦ୍ଦିନ

ପ୍ରିଜମ ନ୍ୟୁଜ ବ୍ୟୁରୋ: ନିର୍ଦ୍ଦେଶକ ଅକ୍ଷତ ଅଜୟ ଶର୍ମା ତାଙ୍କ ଆଗାମୀ ଚଳଚ୍ଚିତ୍ରର ‘ହଡ୍ଡି’ର ଘୋଷଣା ବେଶ ଭିନ୍ନ ଅନ୍ଦାଜରେ କରିଛନ୍ତି। ଫିଲ୍ମ ‘ହଡ୍ଡି’ର ମୋସନ ପୋଷ୍ଟର ରିଲଜ୍ ପରେ ଦର୍ଶକଙ୍କ ମଧ୍ୟରେ ବେଶ୍ ଉତ୍ସାହ ଦେଖିବାକୁ ମିଳିଛି। ବଲିଉଡର ଦମଦାର ଅଭିନେତା ନୱାଜୁଦ୍ଦିନ ସିଦ୍ଦିକି ଏଥିରେ ମୂଖ୍ୟ ଭୂମିକାରେ ଅଭିନୟ କରିଛନ୍ତି। ତେବେ ତାଙ୍କୁ ଏଥିରେ ସମ୍ପୂର୍ଣ୍ଣ ଭିନ୍ନ ଅନ୍ଦାଜରେ ଦେଖିବେ ଦର୍ଶକ। ‘ହଡ୍ଡି’ ପୋଷ୍ଟର ରିଲିଜ୍ ସହ ନୱାଜୁଦ୍ଦିନଙ୍କ ଫାର୍ଷ୍ଟ ଲୁକ୍ ମଧ୍ୟ ସାମ୍ନାକୁ ଆସିଛି। ଯେଉଁଥିରେ ନୱାଜୁଦ୍ଦିନଙ୍କୁ ଚିହ୍ନବା ମୁସ୍କିଲ ହୋଇ ପଡ଼ିଛି। ନୱାଜୁଦ୍ଦିନ ‘ହଡ୍ଡି’ରେ ଲେଡି ଲୁକ୍‌ ରେ ନଜର ଆସୁଛନ୍ତି। ତାଙ୍କର ଏହି ନୂଆ ଲୁକ୍ ସମସ୍ତଙ୍କୁ ଚକିତ କରିଛି। ତେବେ ନୱାଜୁଦ୍ଦିନଙ୍କ ଏହି ନୂଆ ଲକ୍ ଅର୍ଚନା ପୁରନ୍‌ ସିଂହ ଭଳି ଦେଖା ଯାଉଛି।

ପ୍ରଥମ ଥର ଯେ କହିବି ଦେଖି ତାଙ୍କୁ ଅର୍ଚନା ପୁରନ୍‌ ସିଂହ ଭାବି ନେଵ ବୋଲି କେତେକ ୟୁଜର ନିଜର ମନ୍ତବ୍ୟ ଦେଇଥିବା ବେଳେ ଆଉ କେହି କେହି ଲେଖିଛନ୍ତି ଯେ ମେକପ୍ ନେଇ ନୱାଜୁଦ୍ଦିନ ପୁରା ଅର୍ଚନା ପୁରନ୍‌ ସିଂହଙ୍କ ଭଳି ଦିଶୁଛନ୍ତି । ଭିଡିଓରେ ନୱାଜ ଏକ ସିଲଭର ରଙ୍ଗର ବଡିକୋନ ଡ୍ରେସ ପିନ୍ଧିଛନ୍ତି । ହାଇଲାଇଟ୍ ହୋଇଥିବା କେଶ ଖୋଲା କରି ଚେୟାର ଉପରେ ବସିଥିବାର ଦେଖାଯାଇଛି।

ନୱାଜୁଦ୍ଦିନ ସିଦ୍ଦିକି ଭିଡିଓ ସେୟାର କରି କ୍ୟାପସନରେ ଲେଖିଛନ୍ତି, ଏପରି ଭଲ ଅପରାଧ ପୂର୍ବରୁ କେବେ ଦେଖି ନଥିବେ।ରିଭେଞ୍ଜ ଡ୍ରାମା ଉପରେ ଆଧାରିତ ଫିଲ୍ମ ‘ହଡ୍ଡି’ରେ ନୱାଜୁଦ୍ଦିନଙ୍କୁ ଲିଡ୍‌ ରୋଲରେ ଦେଖିବାକୁ ମିଳିବ। ଏହି ଫିଲ୍ମ ଆସନ୍ତା ବର୍ଷ ଅର୍ଥାତ୍ ୨୦୨୩ ରେ ରିଲିଜ ହେବାକୁ ଯାଉଛି।ଅପ୍‌କମିଂ ଫିଲ୍ମକୁ ନେଇ ନୱାଜୁଦ୍ଦିନ କହିଛନ୍ତି, ‘ମୁଁ ଅନେକ ଭିନ୍ନ ଭିନ୍ନ ଏବଂ ଆକର୍ଷଣୀୟ ଚରିତ୍ର ଅଭିନୟ କରିଛି, କିନ୍ତୁ ‘ହଡ୍ଡି’ ସବୁଠାରୁ ଅନନ୍ୟ ଏବଂ ସ୍ୱତନ୍ତ୍ର ହେବାକୁ ଯାଉଛି, କାରଣ ଆପଣ ମୋତେ ଏହି ଅବତାରରେ କେବେ ଦେଖି ନାହାଁନ୍ତି। ଏହା ମୋତେ ଅଭିନେତା ଭାବରେ ଆଗକୁ ବଢ଼ିବା ପାଇଁ ମଧ୍ୟ ସାହାଯ୍ୟ କରିବ।’

0 Comments

Leave Your Comment

Your email address will not be published. Required fields are marked *

%d bloggers like this: