୬୦ ବର୍ଷ ପରେ ଚାଷୀ ପାରିବାରରେ ହେଲା ଝିଅ, ଗ୍ରାଣ୍ଡ ୱେଡିଂଠୁ ଭବ୍ୟ ହେଲା ଜନ୍ମ ଉତ୍ସବ

୬୦ ବର୍ଷ ପରେ ଚାଷୀ ପାରିବାରରେ ହେଲା ଝିଅ, ଗ୍ରାଣ୍ଡ ୱେଡିଂଠୁ ଭବ୍ୟ ହେଲା ଜନ୍ମ ଉତ୍ସବ

ପ୍ରିଜମ ନ୍ୟୁଜ ବ୍ୟୁରୋ:ଝିଅଟିଏ ଜନ୍ମ ହେଲେ ସାଧାରଣ ଭାବେ ଅନେକଙ୍କ ପରିବାରରେ ଦୁଃଖ ପ୍ରକାଶ କରାଯାଏ। କିନ୍ତୁ ମଧ୍ୟପ୍ରଦେଶର ବୁରହାନପୁରର ଗୋଟିଏ କୃଷକ ପରିବାର ଝିଅଟିଏ ଜନ୍ମ ହେବା ପରେ ଯେଉଁଭଳି ଉତ୍ସବ ପାଳନ କରିଛନ୍ତି ତାକୁ ଦେଖି ସମସ୍ତେ ଚକିତ। ମହିଳାଙ୍କୁ ସମ୍ମାନ କରୁଥିବା ଏକ ଆଦର୍ଶ ପରିବାର ଭାବରେ ମଧ୍ୟ ସେମାନେ ନିଜକୁ ପରିଚିତ କରିଛନ୍ତି। ୬ ଦଶନ୍ଧି ପରେ ସହରର ଅଗ୍ରୱାଲ ପରିବାରରେ କିଛି ମାସ ତଳେ ଝିଅଟିଏ ଜନ୍ମ ହୋଇଥିଲା। ଏହି ଆନନ୍ଦରେ କୃଷକ ପ୍ରକାଶ ଅଗ୍ରୱାଲ ନାତୁଣୀଙ୍କ ଜନ୍ମଦିନ ଉତ୍ସବକୁ ଏପରି ଭାବରେ ପାଳନ କରିଥିଲେ ଯାହାକୁ ଦେଖି ଯେ କେହିବି ପ୍ରଶଂସା ନକରି ରହିପାରିବେନି। ଏବେ ତାଙ୍କ ନାତୁଣୀର ଜନ୍ମଦିନ ଉତ୍ସବ ସାରା ସହରରେ ଚର୍ଚ୍ଚାର ବିଷୟ ପାଲଟିଛି।

୬୦ ବର୍ଷ ପରେ ମାଲିୱାଡାରେ ରହିଥିବା କୃଷକ ପ୍ରକାଶ ଅଗ୍ରୱାଲଙ୍କ ଘରେ ଝିଅଟିଏ ହୋଇଛି। ସେମାନଙ୍କ ଘରେ ଝିଅତ ଜନ୍ମ ହୋଇନି ଯେପରି ଭଗବାନ ସବୁ ଖୁସି ତାଙ୍କୁ ଓଜାଡ଼ି ଦେଇଛନ୍ତି।ଝିଅଟି ଜନ୍ମ ହେବା ପରଠାରୁ ତାର ଜନ୍ମଦିନ, ପ୍ରତି ମାସରେ ପାଳନ କରାଯାଉଛି। ପ୍ରତ୍ୟେକ ସାମାଜିକ, ଧାର୍ମିକ, ରୀତିନୀତି ଧୁମଧାମରେ ପାଳନ କରାଯାଇଥିଲା। ସମାଜରେ ପୁଅ ଏବଂ ଝିଅଙ୍କ ମଧ୍ୟରେ ଥିବା ପାର୍ଥକ୍ୟକୁ ହଟାଇବା ପାଇଁ ଅଗ୍ରୱାଲ ପରିବାର ନିଜ ପରିବାରର ନୂତନ ଅତିଥି ରିତି ଅଗ୍ରୱାଲଙ୍କ ଜନ୍ମଦିନ ପାର୍ଟିକୁ ଏପରି ଭାବରେ ପାଳନ କରିବାକୁ ନିଷ୍ପତ୍ତି ନେଇଥିଲେ ଯେ ଲୋକମାନେ ଝିଅ ଜନ୍ମ ଉପରେ ସେମାନଙ୍କର ନକାରାତ୍ମକ ଚିନ୍ତାଧାରାକୁ ବଦଳାଇକୁ ବାଧ୍ୟ ହୋଇଥିଲେ।

ଅଗ୍ରୱାଲ ପରିବାର କୁନି ଝିଅ ରିତି ଅଗ୍ରୱାଲଙ୍କ ପ୍ରଥମ ଜନ୍ମଦିନ ଏପରି ପାଳନ କରିଥିଲେ, ଯେପରି ଏକ ବଡ଼ ଧରଣର ବିବାହର ଆୟୋଜନ କରାଯାଇଥାଏ। ପରିବାର ଲୋକମାନେ ତାଙ୍କ ବିଶେଷ ଅତିଥିଙ୍କ ସ୍ୱତନ୍ତ୍ର ଜନ୍ମଦିନକୁ ସ୍ମରଣୀୟ କରିବା ପାଇଁ ବାର୍ଥ ଡେ ପ୍ରି ସୁଟ କରିଥିଲେ। ଏହା ପରେ ସହରର ପ୍ରସିଦ୍ଧ ହୋଟେଲରେ ଏକ ବିଶାଳ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା ଯେଉଁଥିରେ ସମାଜର ବିଭିନ୍ନ ବର୍ଗର ଲୋକଙ୍କୁ ନିମନ୍ତ୍ରଣ କରାଯାଇଥିଲା। ଜନ୍ମଦିନ ଭୋଜିରେ ଯୋଗ ଦେଇଥିବା ଅତିଥିମାନେ ବିବାହ ଉତ୍ସବ ପରି ଝିଅର ଜନ୍ମଦିନ ଆୟୋଜନ ଦେଖି ଆଶ୍ଚର୍ଯ୍ୟ ହୋଇଥିଲେ।

ଏହି ପାର୍ଟୀରେ ଅଗ୍ରୱାଲ ପରିବାର ମଧ୍ୟ ସେମାନଙ୍କ ବୋହୂ ପୁରଭା ଅଗ୍ରୱାଲଙ୍କ ମା’ ଏବଂ ତାଙ୍କ ଆଇଙ୍କୁ ନିମନ୍ତ୍ରଣ କରିଥିଲେ। ମଞ୍ଚ ଉପରେ ଠିଆ ହୋଇ ନାତୁଣୀ, ବୋହୂ, ବୋହୂର ମା ଏବଂ ଆଇଙ୍କୁ, ଏକତ୍ର ଠିଆକରାଇ ଏହି ଚାରିଜଣ ମହିଳାଙ୍କୁ ସମ୍ମାନ ଜଣାଇଥିଲେ। ୬୦ ବର୍ଷ ପରେ ତାଙ୍କ ପରିବାରରେ ଝିଅ ଜନ୍ମ ନେଇଥିବାରୁ ତାଙ୍କ ପିତା ମଧ୍ୟ ବହୁତ ଖୁସି ଅଛନ୍ତି। ସେ କହିଛନ୍ତି ଯେ ଝିଅ ଏବଂ ପୁଅ ମଧ୍ୟରେ ସମାନତାର ମାନସିକତା ଆଣିବା ପାଇଁ ସରକାର ପଦକ୍ଷେପ ନେଉଛନ୍ତି, କିନ୍ତୁ ବର୍ତ୍ତମାନ ସମାଜକୁ ମଧ୍ୟ ଆଗକୁ ଆସିବାକୁ ପଡ଼ିବ।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: