ନାଟୋକୁ ଚୀନର ଚେତାବନୀ, କହିଲା-ଏସିଆରେ ସଙ୍ଗଠନର ବିସ୍ତାରରୁ ବଢ଼ିବ ସଂଘର୍ଷ

ନାଟୋକୁ ଚୀନର ଚେତାବନୀ, କହିଲା-ଏସିଆରେ ସଙ୍ଗଠନର ବିସ୍ତାରରୁ ବଢ଼ିବ ସଂଘର୍ଷ

ନୂଆଦିଲ୍ଲୀ: ଋଷ ଓ ୟୁକ୍ରେନ ମଧ୍ୟରେ ଭୀଷଣ ଯୁଦ୍ଧ ଜାରି ରହିଛି । ଋଷ ୟୁକ୍ରେନର ଅଧିକାଂଶ ସହରକୁ ଶ୍ମଶାନରେ ପରିଣତ କରିଛି । ଏହି ସମୟରେ ଚୀନ (China) ନାଟୋ (NATO) କୁ ଚେତାବନୀ ଦେଇଛି । ଚୀନର ଜଣେ ବରିଷ୍ଠ କୂଟନୀତିଜ୍ଞ ଚେତାବନୀ ଦେଇଛନ୍ତି ଯେ, ଯଦି ନାଟୋର ବିସ୍ତାର ଏସିଆ-ପ୍ରଶାନ୍ତ ମହାସାଗରରେ କରାଯାଏ ତେବେ ଏହି ଅଞ୍ଚଳରେ ଅଶାନ୍ତି ଦେଖାଦେବ ଓ ସଂଘର୍ଷର ସାମ୍ନା କରିବାକୁ ପଡ଼ିବ । ମିଳିତ ଜାତିସଂଘ (UN) ରେ ଚୀନର ରାଷ୍ଟ୍ରଦୂତ ୱାଙ୍ଗ ଜୁନ୍ କହିଛନ୍ତି ଯେ, ନାଟୋ ଦୁନିଆର ଅନେକ କ୍ଷେତ୍ରରେ ସମସ୍ୟା ସୃଷ୍ଟି କରିଛି । ୟୁକ୍ରେନ ଯୁଦ୍ଧରୁ ନାଟୋକୁ ଶିଖିବାର ଆବଶ୍ୟକତା ରହିଛି ।

ଝାଙ୍ଗ କହିଛନ୍ତି ଯେ, ଶୀତଳ ଯୁଦ୍ଧ ପରେ ନାଟୋର ପୂର୍ବ ଦିଗକୁ ବିସ୍ତାର ନା କେବଳ ୟୁରୋପକୁ ସୁରକ୍ଷିତ କରିବାରେ ବିଫଳ ରହିଛି, ବରଂ ସଂଘର୍ଷର ମଞ୍ଜି ମଧ୍ୟ ବୁଣିଛି । ଯେଉଁଭଳି ଭାବେ ଅଶାନ୍ତି ଓ ସଂଘର୍ଷ ଦୁନିଆର କିଛି ଅଂଶକୁ ପ୍ରଭାବିତ କରୁଛି, ତାହାକୁ ଏସିଆ-ପ୍ରଶାନ୍ତ ମହାସାଗରରେ ହେବାକୁ ଦିଆଯିବ ନାହିଁ ।

ସେପଟେ ଆମେରିକାର ଜାତୀୟ ସୁରକ୍ଷା ପରାମର୍ଶଦାତା ଜେକେ ସୁଲିଭନ ଚୀନକୁ ଟାର୍ଗେଟ କରି କହିଛନ୍ତି ଯେ, ଆମେ ଚାହୁଁଛୁ ୟୁକ୍ରେନ ଯୁଦ୍ଧକୁ ବନ୍ଦ କରିବା ପାଇଁ ଚୀନ ଋଷ ଉପରେ ଚାପ ପକାଉ । ଯଦିଓ ଚୀନ ଋଷକୁ ସାମରିକ ଭାବରେ ସମର୍ଥନ କରୁଥିବାର ପ୍ରମାଣ କମ୍ ଅଛି, ତଥାପି ବେଜିଂକୁ ଯୁଦ୍ଧ ବନ୍ଦ କରିବାରେ ସାହାଯ୍ୟ କରିବାର ଥିଲା । ଚୀନ ନିଜର ଦାୟିତ୍ୱରୁ ଦୂରେଇ ଯାଇପାଇପାରିବ ନାହିଁ ।

ସୂଚନାଯୋଗ୍ୟ, ଚୀନ୍ କ୍ୱାଡ୍ ଗ୍ରୁପକୁ ନେଇ ଚିନ୍ତିତ ଅଛି । ଏହି ଗ୍ରୁପରେ ଆମେରିକା, ଜାପାନ, ଭାରତ ଏବଂ ଅଷ୍ଟ୍ରେଲିଆ ସାମିଲ ଅଛନ୍ତି । ଚୀନ ଅନେକ ଥର ଏହି ଗୋଷ୍ଠୀକୁ ନାଟୋକୁ ଏସୀୟ ନାଟୋର ମଡେଲ କିମ୍ବା ଦକ୍ଷିଣ ଏସିଆର ନାଟୋ ମଡେଲ୍ ବୋଲି କହିଛି । ଅବଶ୍ୟ, କ୍ୱାଡ୍ କ୍ରମାଗତ ଭାବରେ କହୁଛି ଯେ ଏହି ଗୋଷ୍ଠୀ ସୁରକ୍ଷା ସମ୍ୱନ୍ଧୀୟ ବିଷୟକୁ ନେଇ ଗଠନ ହୋଇନାହିଁ । ଏଥି ସହ ଅଷ୍ଟ୍ରେଲିଆ ସହିତ ଜାପାନ, ନ୍ୟୁଜିଲ୍ୟାଣ୍ଡ ଏବଂ ଦକ୍ଷିଣ କୋରିଆ ପ୍ରଥମ ଥର ପାଇଁ ନାଟୋ ବୈଠକରେ ଅଂଶଗ୍ରହଣ କରିବେ । ଏହି କାରଣଗୁଡିକ ପାଇଁ ଚୀନ ନାଟୋକୁ ନେଇ ଚିନ୍ତିତ ଅଛି ।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: