ହୋଟେଲରେ ଶୋଇବା ପାଇଁ ନୁହେଁ ଚେଇଁ ରହିବାକୁ ଲୋକ ଦେଉଛନ୍ତି ପଇସା

ହୋଟେଲରେ ଶୋଇବା ପାଇଁ ନୁହେଁ ଚେଇଁ ରହିବାକୁ ଲୋକ ଦେଉଛନ୍ତି ପଇସା

ପ୍ରିଜମ ନ୍ୟୁଜ ବ୍ୟୁରୋ:ହୋଟେଲ କଥା ଆସିଲେ ଏକ ବିଳାସପୂର୍ଣ୍ଣ କୋଠରୀର ଚିତ୍ର ମନକୁ ଆସିଯାଏ। ଯେଉଁଥି ସମସ୍ତ ପ୍ରକାର ଅତ୍ୟାଧୁନିକ ବ୍ୟବସ୍ଥା ରହିଥାଏ। ହେଲେ ଆଜି ଆମେ ଏମିତି ଏକ ହୋଟେଲ ବିଷୟରେ କହିବୁ। ଯେଉଁଥି ଅତ୍ୟାଧୁନିକ ବ୍ୟବସ୍ଥା ଛାଡ଼ନ୍ତୁ କବାଟ ଝରକା କି କାନ୍ଥ ବି ନାହିଁ ଲୋକମାନେ ଖୋଲା ଆକାଶ ତଳେ ରାତି କାଟନ୍ତି। ଆପଣ ଭାବୁଥିବେ ଏମିତି ହୋଟେଲକୁ କିଏ କାହିଁକି ଯିବ। କିନ୍ତୁ ଏହି ହୋଟେଲରେ ରହିବା ପାଇଁ ଲାଗିଥାଏ ଲୋକ ଭିଡ଼। ଏଠାକୁ ଆସୁଥିବା ଅଧିକାଂଶ ଲୋକ ରାତିରେ ଶୋଇବା ଅପେକ୍ଷା ଚେଇଁ ରହିବାକୁ ପସନ୍ଦ କରିଥାନ୍ତି। କାରଣ ରାତିରେ ଖୋଲା ଆକାଶ ତଳେ ସମୟ ବିତେଇବା ଯେତିକି ସୁନ୍ଦର ଦୃଶ୍ୟ ତିଆରି କରିଥାଏ ସେତିକି ରୋମାଞ୍ଚକର ହୋଇଥାଏ।

ଯଦି ଆପଣ ନିଜ ସାଥୀଙ୍କ ସହିତ ଖୋଲା ଆକାଶ ତଳେ ରାତି କାଟିବାକୁ ଚାହୁଁଛନ୍ତି ତାହା ପୁଣି ହୋଟେଲରେ ମିଳୁଥିବା ଅନ୍ୟାନ୍ୟ ସୁବିଧା ସହ, ତେବେ ଆପଣ ଏଠାକୁ ଯାଇ ପାରିବେ। ଏଥିପାଇଁ ଆପଣଙ୍କୁ ଡଲାର ଅର୍ଥାତ୍ ୨୬,୫୦୦ ଟଙ୍କା ଖର୍ଚ୍ଚ କରିବାକୁ ପଡ଼ିବ। ‘ଦି ନଲ୍ ଷ୍ଟର୍ନ ହୋଟେଲ’ ନାମକ ଏହି ମୁକ୍ତାକାଶ ହୋଟେଲ ସ୍ୱିଜରଲ୍ୟାଣ୍ଡରେ ରହିଛି। ଏହି ହୋଟେଲକୁ ସ୍ୱିଜରଲ୍ୟାଣ୍ଡର ଦୁଇ କଳାକାର ଫ୍ରାଙ୍କ ଏବଂ ରିକଲିନ୍ ନିର୍ମାଣ କରିଥିଲେ । ପ୍ରଥମେ ହୋଟେଲଟି ଲୋକଙ୍କୁ ଅଜିବ ଲାଗିଥିଲେ ମଧ୍ୟ ପରେ ଧୀରେ ଧୀରେ ଏହା ଲୋକଙ୍କ ପସନ୍ଦର ସ୍ଥାନ ହୋଇଥିଲା। ଏବଂ ପର୍ଯ୍ୟଟକମାନେ ଏଠାକୁ ଆସିବା ଆରମ୍ଭ କରିଥିଲେ। ଏହି ହୋଟେଲ ବିଷୟରେ ଆଶ୍ଚର୍ଯ୍ୟଜନକ କଥା ହେଉଛି ଏଠାରେ ଆପଣଙ୍କୁ ଏପରି ଏକ ସ୍ଥାନରେ ରହିବାକୁ ପଡିବ ଯେଉଁଠି ଛାତ କିମ୍ବା କାନ୍ଥ ନଥିବ, ଆପଣଙ୍କୁ କେବଳ ଖୋଲା ଆକାଶ ତଳେ ରାତି କଟାଇବାକୁ ପଡିବ। ଅନ୍ୟ ହୋଟେଲ ପରି ଏଠାରେ ନିକଟତର ହୋଇ ବେଡମାନ ରହି ନଥାଏ, ଭିନ୍ନ ଭିନ୍ନ ଦୂରତାରେ ବେଡ୍ ସେଟ୍ କରାଯାଇଥାଏ।

ତେବେ ଏହି ଖୋଲା ହୋଟେଲରେ ଅନ୍ୟାନ୍ୟ ବିଳାସପୂର୍ଣ୍ଣ ସୁବିଧା ଓ ସେବା ଯୋଗାଇ ଦିଆଯାଇଥାଏ। ଏଠାରୁ ସ୍ୱିଜରଲ୍ୟାଣ୍ଡର ରାତିର ଦୃଶ୍ୟ ଅତ୍ୟନ୍ତ ମନଲୋଭା ହୋଇଥାଏ। ହୋଟେଲଟି ଏକ ପାହାଡି ଅଞ୍ଚଳରେ ଅବସ୍ଥିତ। ତେବେ ଏଠାକୁ ବହୁ ସଂଖ୍ୟକ ପର୍ଯ୍ୟଟକ ସ୍ଵତ୍ତନ୍ତ୍ର ଭାବେ ରାତ୍ରିଯାପନ ପାଇଁ ଆସିଥାନ୍ତି।ଏହି ଅଦ୍ଭୁତ ସେଟଅପ୍ ପଛରେ ରିକ୍ଲିନ୍ ବ୍ରଦର୍ସଙ୍କର ନିଜସ୍ୱ ଉଦ୍ଦେଶ୍ୟ ଅଛି। ଦୁନିଆର ସମସ୍ତ ପ୍ରକାର ସମସ୍ୟାକୁ ଏଠାକୁ ଆସୁଥିବା ଅତିଥିମାନଙ୍କ ଦୃଷ୍ଟି ଆକର୍ଷଣ କରିବାକୁ ସେମାନେ ଚାହାଁନ୍ତି। ସେମାନେ ଲୋକମାନଙ୍କୁ ଏକ ଭିନ୍ନ ଢ଼ଙ୍ଗରେ ଚିନ୍ତା କରିବାକୁ ବାଧ୍ୟ କରୁଛନ୍ତି। ଏମାନେ ଏହିଭଳି ଏକ ସେଟପ୍ ଏବେ ଜନଗହଳି ପୁର୍ଣ୍ଣ ସ୍ଥାନରେ ମଧ୍ୟ ଲଗାଇଛନ୍ତି।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: