ଜଗନ୍ନାଥ ଦେଶର ମାଟି, ପାଣିରେ ନିର୍ମାଣ ହେବ ‘ରାମ ମନ୍ଦିର’: ଅଯୋଧ୍ୟା ଗଲା ଶ୍ରୀକ୍ଷେତ୍ରର ପବିତ୍ର ପଞ୍ଚତୀର୍ଥ ଜଳ…

ଜଗନ୍ନାଥ ଦେଶର ମାଟି, ପାଣିରେ ନିର୍ମାଣ ହେବ ‘ରାମ ମନ୍ଦିର’: ଅଯୋଧ୍ୟା ଗଲା ଶ୍ରୀକ୍ଷେତ୍ରର ପବିତ୍ର ପଞ୍ଚତୀର୍ଥ ଜଳ…

ପ୍ରିଜମ ନ୍ୟୁଜ୍ ବ୍ୟୁରୋ: ଉତ୍କଳ ପ୍ରଦେଶର ଦିବ୍ୟ ଭୂମୀର ପବିତ୍ର ଜଳ, ମାଟିରେ ନିର୍ମାଣ ହେବ ମର୍ଯ୍ୟାଦା ପୁରୁଷୋତ୍ତମ ପ୍ରଭୂ ଶ୍ରୀରାମଙ୍କ ଦିବ୍ୟ, ଭବ୍ୟ ମନ୍ଦିର । ଏଥିପାଇଁ କୋଣାର୍କର ମାଟି, ଚନ୍ଦ୍ରଭାଗାର ଜଳ, ବୈତରଣୀ ତୀର୍ଥ ଜଳ ସମେତ ଜଗନ୍ନାଥ ଧାମର ପଞ୍ଚତୀର୍ଥ ଜଳ ଅଯୋଧ୍ୟା ନଗରୀକୁ ଯାତ୍ରା କରିଛି ।  ବିଶ୍ୱ ହିନ୍ଦୁ ପରିଷଦର ସଦସ୍ୟମାନେ ଏହି ସବୁ ଦିବ୍ୟ ଓ ପବିତ୍ର ସାମଗ୍ରୀ ସୁଦ୍ଧପୂତ ଭାବରେ ପୂଜାର୍ଚ୍ଚନା କରି ଅଯୋଧ୍ୟା ପଠାଇବାର ବ୍ୟବସ୍ଥା କରିଛନ୍ତି । ଦେଶର ଅନ୍ୟ ପ୍ରାନ୍ତରୁ ମଧ୍ୟ ରାମଲାଲାଙ୍କ ମନ୍ଦିର ନିର୍ମାଣ ପାଇଁ ପବିତ୍ର ମାଟି ଓ ଜଳ ଆସିବାର କାର୍ଯ୍ୟକ୍ରମ ରହିଛି ।

ଅଯୋଧ୍ୟାରେ ଶ୍ରୀରାମ ମନ୍ଦିର ନିର୍ମାଣ ସ୍ୱତନ୍ତ୍ର ଓ କିମ୍ବଦନ୍ତି ହେବ । ରାମ ମନ୍ଦିର ଅନେକ କ୍ଷେତ୍ରରେ ସ୍ଥାପତ୍ୟ କଳାର ଏକ ଏମିତି ଉଦାହରଣ ହେବ ଯାହା ସମସ୍ତଙ୍କୁ ଚକିତ କରିବ ।ଭବିଷ୍ୟତରେ ମନ୍ଦିରକୁ ନେଇ ଯେମିତି କୌଣସି ବିପତ୍ତି ରହିବ ନାହିଁ ତାକୁ ଆଧାର କରି ଏହାର ଗୁଣବତ୍ତାକୁ ଅଧିକ ଗୁରୁତ୍ୱ ଦିଆଯିବ । ଏହି ମନ୍ଦିର ଶତାବ୍ଦୀର ସଂଘର୍ଷର ସାକ୍ଷୀ ରହିବ ଏବଂ ଭବିଷ୍ୟତରେ ଏକ ହଜାର ବର୍ଷ ପର୍ଯ୍ୟନ୍ତ ଗର୍ବ ଅନୁଭବ କରିବ । ମନ୍ଦିରର ଡିଜାଇନ୍ ରିଆକ୍ଟର ସ୍କେଲରେ ଆଠରୁ 10 ମ୍ୟାଗ୍ନିଚ୍ୟୁଡର ଏକ ଭୂକମ୍ପକୁ ସହଜରେ ସହ୍ୟ କରିବ ।

ଭିଡିଓ ସୌଜନ୍ୟ: ଓଟିଭି

ସେପଟେ ମନ୍ଦିର ନିର୍ମାଣ ସହ ଅନେକ ରୋଚକ ଘଟଣା ଯୋଡ଼ି ହେବାକୁ ଯାଉଛି । ମନ୍ଦିରର ଶିଳାନ୍ୟାସରୁ ଆରମ୍ଭ ହେବ ଆଉ ଏକ ଧାର୍ମିକ ବିପ୍ଲବ । ବିଶ୍ୱ ଦରବାରରେ ଶ୍ରୀରାମଙ୍କ କଥା ଓ କାହାଣୀ ପ୍ରସାରିତ ହେବ । ଲୋକେ ରଘୁବୀରଙ୍କ ବୀର କଥା ଜାଣିବେ ଓ ଶୁଣିବେ । ମନ୍ଦିର ନିର୍ମାଣ ସହ  ମନ୍ଦିର ପରିସରରେ ଏକ 2ଶହ ଫୁଟର ଟାଇମ କ୍ୟାପସୁଲ ବା ସମୟ ସାରଣୀ ନିର୍ମାଣ କରାଯିବାର ଯୋଜନା ରହିଛି । ରାମ ଜନ୍ମଭୂମୀ ପାଇଁ ସଂଗ୍ରାମଠୁ ଆରମ୍ଭ କରି ନାୟିକ ଲଢ଼େଇ ଏବଂ ଶେଷରେ ଶିଳାନ୍ୟାସ ପର୍ଯ୍ୟନ୍ତ ପ୍ରତିଟି ଘଟଣା ତାରିଖ ସହ ସେହି ସମୟ ସାରଣୀରେ ଲିପିବଦ୍ଧ ରହିବ ।

ଅଗଷ୍ଟ 5ରେ 5ଶହ ବର୍ଷ ତଳର ସ୍ୱପ୍ନ ପୂରଣ ହେବାକୁ ଯାଉଛି । ୫ଶହ ବର୍ଷ ତଳେ ଆମ ପୂର୍ବ ପୁରୁଷମାନେ ଦେଖିଥିବା ସ୍ବପ୍ନ ଆମ ପାଇଁ ଓ ଆମ ସମୟରେ ସତ ହେବାକୁ ଯାଉଛି । ଏହା ଆମ ପାଇଁ କମ୍ କଥା ନୁହେଁ । ଆଶା, ଆସ୍ଥା, ବିଶ୍ୱାସ, ଭରସା ସବୁ ରୂପ ନେଇ ସାରିଛି। ଏବେ ଭକ୍ତର ଭାବ ସହ ସହ ଭକ୍ତଙ୍କ ମିଳନ ହେବ। ଧର୍ମୀୟ ଭାବନାକୁ ଅଧିକ ଶକ୍ତି ଯୋଗାଇଛି ରାମଲାଲାଙ୍କ ଲାଗି ନିର୍ମାଣ ହେବାକୁ ଥିବା ମନ୍ଦିର। ରାମଲାଲାଙ୍କ ପାଇଁ ଆଜି ହିନ୍ଦୁ, ମୁସଲମାନ ଏକ ମନ ଏକ ପ୍ରାଣରେ ମନ୍ଦିର ନିର୍ମାଣର ଅୟମାରମ୍ଭ ବା ଆଦ୍ଯ ପର୍ବକୁ ଉତ୍ସାହ ଓ ଉତ୍କଣ୍ଠାର ସହ ଅପେକ୍ଷା କରିଛନ୍ତି ।

ପ୍ରସ୍ତାବିତ ମନ୍ଦିରର ଉଚ୍ଚତା ୧୬୧ ଫୁଟ୍ ହେବ। ୧୯୮୮ ମସିହାରେ କରାଯାଇଥିବା ଡିଜାଇନକୁ ବଦଳାଇ ପ୍ରସ୍ତୁତ ହୋଇଥିବା ନୂଆ ଡିଜାଇନକୁ ଅନୁମୋଦନ କରାଯାଇଛି । ପୂର୍ବ ଡିଜାଇନ୍ ଅନୁସାରେ ମନ୍ଦିରକୁ ୨୦ ଫୁଟ୍ ଅଧିକ ଉଚ୍ଚ କରାଯାଇଛି । ୧୯୮୮ ମସିହାରେ କରାଯାଇଥିବା ଡିଜାଇନ ଅନୁସାରେ ମନ୍ଦିରର ଉଚ୍ଚତା ୧୪୧ ଫୁଟ କରିବାକୁ ସ୍ଥିର ହୋଇଥିଲା। ତେବେ ମନ୍ଦିରକୁ ନେଇ ଶ୍ରଦ୍ଧାଳୁଙ୍କ ମଧ୍ୟରେ ପ୍ରବଳ ଆଗ୍ରହ ଓ ବହୁସଂଖ୍ୟାରେ ଶ୍ରଦ୍ଧାଳୁ ମନ୍ଦିର ଦର୍ଶନରେ ଆସିବାର ସମ୍ଭାବନା ଥିବାରୁ ଏହାକୁ ଅଧିକ ଭବ୍ୟ କରିବା ଲାଗି ପଦକ୍ଷେପ ନିଆଯାଇଥିବା ଜଣାପଡ଼ିଛି । ସେହିପରି ମନ୍ଦିରର ଦୌଘର୍ୟ ୩୬୦ ଫୁଟ୍ ଓ ପ୍ରସ୍ଥ ୨୩୫ ଫୁଟକୁ ବୃଦ୍ଧି କରାଯାଇଛି । ଏହାସହ ମନ୍ଦିରରେ ଆଉ ଦୁଇଟି ମଣ୍ଡପ ନିର୍ମାଣ କରାଯିବାର ଯୋଜନା ରହିଛି ।

ଶ୍ରୀରାମ ମନ୍ଦିରର ଭୂମି ପୂଜନ କାଯର୍ଯକ୍ରମକୁ ଆଉ ଅଳ୍ପ ଦିନ ବାକି ରହିଥିବାରୁ ସମସ୍ତ ଆୟୋଜନର ବ୍ଯବସ୍ଥା ଜୋରସୋରରେ କରାଯାଇଛି । ଅଯୋଧ୍ୟା ଗସ୍ତରେ ଯାଇ ନିଜେ ମନ୍ଦିର ନିର୍ମାଣ ଓ ଭୂମି ପୂଜନର ଅଗ୍ରଗତି ସମ୍ପର୍କରେ ସମୀକ୍ଷା କରିଛନ୍ତି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: