ବୋଲ୍ଡ ପ୍ରିଣ୍ଟ ଆଉଟ୍ ଫିଟ୍ ରେ କରୀନା କପୁର ଖାନ

ପ୍ରିଜମ୍ ନ୍ୟୁଜ୍ ବ୍ୟୁରୋ: ନିଜର ନିଆରା ଅନ୍ଦାଜ ପାଇଁ ସବୁବେଳେ ଚର୍ଚ୍ଚାରେ ରୁହନ୍ତି କରୀନା କପୁର ଖାନ। ଏବେ ପୁଣି ତାଙ୍କ ବୋଲ୍ଡ ପ୍ରିଣ୍ଟ ଆଉଟ୍ ଫିଟ୍ ପାଇଁ ଲାଇମ୍ ଲାଇଟ୍ ରେ ମିସେସ୍ ଖାନ। ପ୍ରିଣ୍ଟେଡ୍ ଲଂଗ ରାପ୍ ଗାଉନ୍ ରେ ବେଶ୍ ସୁନ୍ଦର ଦେଖାଯାଉଛନ୍ତି କରୀନା। ଏହି ଫଟୋଟିକୁ ନିଜ ଇନଷ୍ଟାଗ୍ରାମ ମାଧ୍ୟମରେ ପୋଷ୍ଟ କରିଛନ୍ତି । ପୁଅ ତୈମୁର ସହିତ ଭଉଣୀ କରିସ୍ମାଙ୍କ ଘରକୁ ଯାଇଥିଲେ କରୀନା । ଏହି ସମୟରେ ଫଟୋଟିକୁ ନିଆଯାଇଛି । ଫ୍ଲୋ ପୋଷାକକୁ ଟାଇଟ୍ ଖୋସା କରୀନାଙ୍କୁ ବେଶ୍ ମାନୁଥିବାବେଳେ କୋରୋନା ଗାଇଡ ଲାଇନ୍ ଅନୁସାରେ ମୁହଁରେ ଏକ ମାସ୍କ ମଧ୍ୟ ଥିଲା। କରୀନାଙ୍କ ଏହି ଲୁକ୍ କୁ ତାଙ୍କ ଫ୍ଯାନ୍ ମାନେ ପସନ୍ଦ କରୁଛନ୍ତି । ସୋସିଆଲ୍ ମିଡିଆରେ ତାଙ୍କ ‘ନୋଟ୍ ସୋ ମେକଅପ୍ ଲୁକ୍’କୁ ଫ୍ଯାନ୍ ମାନେ ପ୍ରଶଂସା କରିଛନ୍ତି ।

Leave a Reply

Your email address will not be published. Required fields are marked *