ଧର୍ମା ପ୍ରଡକସନ୍ ର ସିଇଓ ଅପୂର୍ବ ମେହେଟ୍ଟାଙ୍କ ବୟାନ ରେକର୍ଡ

ଧର୍ମା ପ୍ରଡକସନ୍ ର ସିଇଓ ଅପୂର୍ବ ମେହେଟ୍ଟାଙ୍କ ବୟାନ ରେକର୍ଡ

ପ୍ରିଜମ୍ ନ୍ୟୁଜ୍ ବ୍ୟୁରୋ: ସୁଶାନ୍ତ ସିଂ ରାଜପୁତ ମୃତ୍ୟୁ ମାମଲା । ଧର୍ମା ପ୍ରଡକସନ୍ ର ସିଇଓ ଅପୂର୍ବ ମେହେଟ୍ଟାଙ୍କ ବୟାନ ରେକର୍ଡ କରାଯାଇଛି। ତାଙ୍କ ବୟାନ ରେକର୍ଡ କରିବାକୁ ଅମ୍ବୋଲି ପୋଲିସ ଷ୍ଟେସନରେ ପହଞ୍ଚିଥିଲେ ଅପୂର୍ବ ମେହେଟ୍ଟା । ଏହି ମାମଲାରେ ବଲିଉଡର ଅନେକ ବ୍ୟକ୍ତିଙ୍କୁ ପଚରାଉଚରା କରାଯାଉଛି। ଏହି ସପ୍ତାହରେ ଫିଲ୍ମ ନିର୍ମାତା କରଣ ଜୋହରଙ୍କୁ ମଧ୍ୟ ପଚରାଉଚରା ପାଇଁ ଡକାଯିବ ବୋଲି ଆଶା କରାଯାଉଛି ।

ଗତକାଲି ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ମାମଲାରେ ମହେଶ ଭଟ୍ଟଙ୍କ ବୟାନ ରେକର୍ଡ କରାଯାଇଥିଲା। ଫିଲ୍ମ ‘ସଡକ-୨’ର ମୁଖ୍ୟ ଭୂମିକା ପାଇଁ ସୁଶାନ୍ତ ସିଂ ରାଜପୁତଙ୍କୁ କେବେବି ଅଫର୍ ଦେଇ ନଥିବା ନିଜ ବୟାନ ରେକର୍ଡରେ କହିଛନ୍ତି ଭେଟେରାନ ଚଳଚ୍ଚିତ୍ର ନିର୍ମାତା ମହେଶ ଭଟ୍ଟ । ମହେଶ ଭଟ୍ଟ ଆହୁରି କହିଛନ୍ତି ଯେ, ସୁଶାନ୍ତ ସିଂ ରାଜପୁତ ନିଜେ ‘ସଡକ-୨’ରେ ଅଂଶଗ୍ରହଣ କରିବାକୁ ଆଗ୍ରହୀ ଥିଲେ ଏବଂ ତାଙ୍କୁ ଏକ ଭୂମିକା ମଧ୍ୟ ମାଗିଥିଲେ।

ମହେଶ ଭଟ୍ଟଙ୍କ ପୂର୍ବରୁ ସଂଜୟ ଲୀଲା ଭନସାଲୀ, ଶେଖର କପୁର ଏବଂ ଆଦିତ୍ୟ ଚୋପ୍ରାଙ୍କ ଭଳି ବ୍ୟକ୍ତିତ୍ୱଙ୍କ ବୟାନ ରେକର୍ଡ ହୋଇଛି। ମୁମ୍ବାଇ ପୋଲିସ ଦ୍ୱାରା କଙ୍ଗନା ରାଣାୱତଙ୍କୁ ମଧ୍ୟ ଡକାଯାଇଥିଲା। ତେବେ କଙ୍ଗନା ନିଜ ହୋମ୍ ଟାଉନ୍ ମନାଲିରେ ଥିବାରୁ କଟକଣା ଯୋଗୁ ମୁମ୍ବାଇ ଯାତ୍ରା କରିବା ସମ୍ଭବ ନୁହେଁ ବୋଲି କହିଥିଲେ। କଙ୍ଗନା ତାଙ୍କ ବିବୃତ୍ତି ରେକର୍ଡିଂ ପାଇଁ ତାଙ୍କ ମନାଲି ବାସଭବନକୁ ପଠାଇବାକୁ ଅନୁରୋଧ କରିଥିଲେ କିମ୍ବା ଏହାକୁ ନିଜେ ରେକର୍ଡ କରିବାକୁ ଏବଂ ସମ୍ପୃକ୍ତ ଅଧିକାରୀଙ୍କ ନିକଟକୁ ପଠାଇବାକୁ ପ୍ରସ୍ତାବ ଦେଇଥିଲେ।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: