ବାଜପେୟୀଜୀଙ୍କୁ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଶ୍ରଦ୍ଧାଞ୍ଜଳି ଅର୍ପଣ;  ସର୍ବଦା ଚିରସ୍ମରଣୀୟ ହୋଇରହିବେ: ଧର୍ମେନ୍ଦ୍ର ପ୍ରଧାନ

ବାଜପେୟୀଜୀଙ୍କୁ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଶ୍ରଦ୍ଧାଞ୍ଜଳି ଅର୍ପଣ; ସର୍ବଦା ଚିରସ୍ମରଣୀୟ ହୋଇରହିବେ: ଧର୍ମେନ୍ଦ୍ର ପ୍ରଧାନ

ପ୍ରିଜମ ନ୍ୟୁଜ୍ ବ୍ୟୁରୋ: ରାଷ୍ଟ୍ରବାଦୀ, ଦୂରଦୃଷ୍ଟିସମ୍ପନ୍ନ ତଥା ଭାରତର ଜଣେ ସବୁଠାରୁ ଲୋକପ୍ରିୟ ରାଜନେତା ପୂର୍ବତନ ପ୍ରଧାନମନ୍ତ୍ରୀ ଭାରତରତ୍ନ ଅଟଳବିହାରୀ ବାଜପେୟୀଜୀଙ୍କ ଶ୍ରାଦ୍ଧବାର୍ଷିକୀ ଅବସରରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି କେନ୍ଦ୍ର ପେଟ୍ରୋଲିୟମ ଏବଂ ପ୍ରାକୃତିକ ବାଷ୍ପ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଦେଶ ପ୍ରତି ଥିବା ତାଙ୍କର ଅବଦାନ ଯୋଗୁଁ ସେ ସର୍ବଦା ଚିରସ୍ମରଣୀୟ ହୋଇରହିବେ ବୋଲି ବାଜପେୟୀଙ୍କ ଦ୍ୱିତୀୟ ଶ୍ରାଦ୍ଧ ବାର୍ଷିକୀ ଅବସରରେ ଟ୍ୱିଟ୍ କରି ଉଲ୍ଲେଖ କରିଛନ୍ତି ।

କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ମଧ୍ୟ ଟ୍ୱିଟ୍ କରି ବାଜପେୟୀଙ୍କୁ ସ୍ମରଣ କରିଛନ୍ତି । ଭାରତୀୟ ସଂସ୍କୃିତର ପ୍ରଖର ଆୱାଜ ଥିଲେ ବୋଲି କହିଛନ୍ତି ଗୃହମନ୍ତ୍ରୀ ।

ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ମଧ୍ୟ ଅଟଳ ବିହାରୀ ବାଜପେୟୀଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି । ବାଜପେୟୀଙ୍କୁ ଜନନାୟକ, ବିଲକ୍ଷଣ ନେତୃତ୍ୱକର୍ତ୍ତା, ଦୂରଦର୍ଶୀ, ଅଜସ୍ୱୀ ବକ୍ତା, ଅଜାତ ଶତ୍ରୁ , ଭାରତ ରତ୍ନ, ପରମ ଶ୍ରଦ୍ଧେୟ ଅଟଳ ବିହାରୀ ବାଜପେୟୀଙ୍କ ତାଙ୍କର ଦ୍ୱିତୀୟ ପୁଣ୍ୟ ତିଥି ଅବସରରେ ସାଦର ପୁଷ୍ପାଞ୍ଜଳି ଜ୍ଞାପନ କରୁଛି ବୋଲି ଟ୍ୱିଟ୍ ରେ ଉଲ୍ଲେଖ କରିଛନ୍ତି ଯୋଗୀ ଆଦିତ୍ୟନାଥ ।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: