ବାଲୁକା କଳାରେ ‘ଭାରତ ରତ୍ନ’ ବାଜପେୟୀ: ଶ୍ରଦ୍ଧାଞ୍ଜଳି ଜଣାଇଲେ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ

ବାଲୁକା କଳାରେ ‘ଭାରତ ରତ୍ନ’ ବାଜପେୟୀ: ଶ୍ରଦ୍ଧାଞ୍ଜଳି ଜଣାଇଲେ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ

ପ୍ରିଜମ ନ୍ୟୁଜ୍ ବ୍ୟୁରୋ: ବାଲୁକା କଳା ମାଧ୍ୟମରେ ପୂର୍ବତନ ପ୍ରଧାନମନ୍ତ୍ରୀ ‘ଭାରତ ରତ୍ନ’ ଅଟଳ ବିହାରୀ ବାଜପେୟୀଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି ଅନ୍ତର୍ଜାତୀୟ ବାଲୁକା ଶିଳ୍ପୀ ତଥା ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ । ବାଜପେୟୀଙ୍କ ଦ୍ୱିତୀୟ ଶ୍ରାଦ୍ଧ ଦିବସ ଅବସରରେ ସେ ସମୁଦ୍ର ତଟରେ ଏକ ସୁନ୍ଦର ବାଲୁକା କଳା ନିର୍ମାଣ କରିଛନ୍ତି । ଏଥିରେ ସେ ବାଜପେୟୀଙ୍କ ମନେ ପକାଇବା ସହ ତାଙ୍କ ସ୍ମତିଚାରଣ କରିଛନ୍ତି । ନିଜର ଅଫିସିଆଲ ଟ୍ୱିଟର ଆକାଉଣ୍ଟରେ ସେ ସେହି ବାଲୁକା କଳାର ଏକ ଫଟୋକୁ ମଧ୍ୟ ସେୟାର କରିଛନ୍ତି ।

ଜଣେ ଧୂରୀଣ ସାଂସଦ ଭାବେ ଶ୍ରୀ ବାଜପେୟୀଙ୍କ ରାଜନୈତିକ ଜୀବନ ଚାରି ଦଶନ୍ଧିରୁ ଅଧିକ କାଳ ବ୍ୟାପ୍ତ । ସେ ଲୋକସଭାକୁ 9 ଥର ନିର୍ବାଚିତ ହୋଇଥିବାବେଳେ, ରାଜ୍ୟସଭାକୁ ଦୁଇ ଥର ନିର୍ବାଚିତ ହୋଇଥିଲେ, ଯାହାକି ଏକ ରେକର୍ଡ ।

ଛାତ୍ର ଜୀବନରୁ ଶ୍ରୀ ବାଜପେୟୀ ପ୍ରଥମେ ଜାତୀୟତାବାଦୀ ରାଜନୀତି ପ୍ରଭାବରେ ଆସିଥିଲେ ଏବଂ 1942 ମସିହାର ଭାରତ ଛାଡ ଆନ୍ଦୋଳନରେ ଅଂଶଗ୍ରହଣ କରିଥିଲେ । ଏହି ଆନ୍ଦୋଳନ ହିଁ ଭାରତରେ ବ୍ରିଟିଶ ଶାସନର ଅନ୍ତ କୁ ତ୍ୱରାନ୍ୱିତ କରିଥିଲା । ଜଣେ ରାଜନୀତି ବିଜ୍ଞାନ ଓ ଆଇନର ଛାତ୍ର ଭାବେ କଲେଜ ଜୀବନରୁ ହିଁ ଶ୍ରୀ ବାଜପେୟୀ ବୈଦେଶିକ ବ୍ୟାପାର ପ୍ରତି ମନରେ ଗଭୀର ଶ୍ରଦ୍ଧାପୋଷଣ କରିଥିଲେ ଏବଂ ଏହି ଆଗ୍ରହକୁ ହିଁ ସେ ସମୟକ୍ରମେ ତୀକ୍ଷ୍ଣ ଓ ବ୍ୟାପକ କରିବା ସହ ଭାରତର ବିଭିନ୍ନ ବହୁପାକ୍ଷିକ ଓ ଦ୍ୱିପାକ୍ଷିକ ଆଲୋଚନାରେ ପ୍ରତିନିଧ୍ୱତ୍ୱ କାଳରେ ଏହାର ସୁଚିନ୍ତିତ ସଦୁପଯୋଗ କରିପାରିଥିଲେ ।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: