ଅମୃତସରରେ ନକଲି ମଦ ପିଇ ୨୧ ଜଣଙ୍କ ମୃତ୍ୟୁ; ତଦନ୍ତ ଜାରି ….

ଅମୃତସରରେ ନକଲି ମଦ ପିଇ ୨୧ ଜଣଙ୍କ ମୃତ୍ୟୁ; ତଦନ୍ତ ଜାରି ….

ପ୍ରିଜମ ନ୍ୟୁଜ୍ ବ୍ୟୁରୋ: ପଞ୍ଜାବ ଅମୃତସର ଓ ତରନତାରନରେ ନକଲି ମଦ ପିଇ ୨୧ ଜଣଙ୍କ ମୃତ୍ୟୁ ହୋଇଛି । ନକଲି ମଦ ଯୋଗୁଁ ସମସ୍ତଙ୍କର ମୃତ୍ୟୁ ହୋଇଥିବା ନେଇ ପୋଲିସ ସୂଚନା ଦେବା ସହ ତଦନ୍ତ ଜାରି ରଖିଛି । ଜୀବନ ହରାଇଥିବା ସମସ୍ତ ଲୋକ ଦାରିଦ୍ର୍ୟ ଶ୍ରେଣୀର ବୋଲି ପୋଲିସ କହିଛି । ଏହି ଘଟଣାର ତଦନ୍ତ କରିବାକୁ ପୋଲିସ ଅଧିକ୍ଷୀକଙ୍କ ନେତୃତ୍ବରେ ୪ ଜଣିଆ ଏସ୍ଆଇଟି ଟିମ୍ ଗଠନ କରାଯାଇଛି ।

ଡିଜିପି ଦିନକର ଗୁପ୍ତା କହିଛନ୍ତି, ପ୍ରଥମ ୫ ଜଣଙ୍କ ମୃତ୍ୟୁ ଗତ ୨୯ ତାରିଖ ରାତିରେ ଅମୃତସର ତରସିକାର ମୁଚ୍ଛଲ ଓ ତଙ୍ଗ୍ରା ଠାରେ ଘଟିଛି । ଗତକାଲି ଗୁରୁବାର ସନ୍ଧ୍ୟାରେ ସନ୍ଦେହଜନକ ଅବସ୍ଥାରେ ଆଉ ୨ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଜଣେ ବ୍ୟକ୍ତି ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି ।

ସେପଟେ ଏହି ମାମଲାରେ ପୋଲିସ ଜଣେ ମହିଳାଙ୍କୁ ଗିରଫ କରିଛି । ଅପରପଟେ ପଞ୍ଜାବ ମୁଖ୍ୟମନ୍ତ୍ରୀ କ୍ୟାପଟେନ୍ ଅମରିନ୍ଦର ସିଂ ଏହି ପ୍ରସଙ୍ଗରେ ଅସନ୍ତୋଷ ବ୍ୟକ୍ତ କରିଛନ୍ତି । ଏବଂ ଘଟଣାର କଡ଼ାକଡ଼ି ଯାଞ୍ଚ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: