ପ୍ରକୃତି ମିଶ୍ରଙ୍କ ‘ମଦ ବିଜ୍ଞାପନ’ ଓ ଅଣସାମ୍ବାଦିକଙ୍କ ଫେକ୍ ନ୍ୟୁଜ୍

ପ୍ରକୃତି ମିଶ୍ରଙ୍କ ‘ମଦ ବିଜ୍ଞାପନ’ ଓ ଅଣସାମ୍ବାଦିକଙ୍କ ଫେକ୍ ନ୍ୟୁଜ୍

ପ୍ରିଜମ ନ୍ୟୁଜ୍ ବ୍ୟୁରୋ (ସମ୍ପାଦକୀୟ): ଅଭିନେତ୍ରୀ ପ୍ରକୃତି ମିଶ୍ର, ଓଡ଼ିଆ ଫିଲ୍ମ ଓ ହିନ୍ଦୀ ସିରିୟଲ ଜଗତର ଜଣେ ଜଣାଶୁଣା କଳାକାର। ମଡେଲିଂ କରନ୍ତି, ଗତ ୬୫ତମ ନ୍ୟାସନାଲ ଆୱାର୍ଡ ବି ଜିତିଛନ୍ତି। ଓଡ଼ିଶାର ବିଶିଷ୍ଟ ସଙ୍ଗୀତ ନିର୍ଦ୍ଦେଶକ ମନ୍ମଥ ମିଶ୍ରଙ୍କ କନ୍ୟା ପ୍ରକୃତି ମିଶ୍ରଙ୍କୁ ନେଇ ନିକଟରେ ଏକ ଫେକ୍ ନ୍ୟୁଜ୍ ଭାଇରାଲ ହୋଇଥିଲା, ଯାହାକୁ ନେଇ ସେ ପ୍ରତିକ୍ରିୟାଶୀଳ ହୋଇଥିଲେ। ଫେକ୍ ନ୍ୟୁଜ୍ ପ୍ରସାରଣ କରିଥିବା ଏକ ନିର୍ଦ୍ଦିଷ୍ଟ ଅଣପଞ୍ଜିକୃତ ୱେବ୍ ଚ୍ୟାନେଲ ଓ ପୋର୍ଟାଲ ବିରୋଧରେ ଥାନାକୁ ଯାଇ ଏତଲା ବି ଦେଇଛନ୍ତି । ଭୁବନେଶ୍ୱର ମଞ୍ଚେଶ୍ୱର ଥାନାକୁ ଯାଇ ନିଜ ଅଭିଯୋଗ ପତ୍ର ଦାଖଲ କରିଛନ୍ତି ପ୍ରକୃତି । ନିଜ ଉପରେ ବିତିଥିବା ସମସ୍ତ ଘଟଣାବଳିକୁ ବର୍ଣ୍ଣନା କରିବା ସହ ନ୍ୟାୟ ଭିକ୍ଷା କରିଛନ୍ତି ।

ଆପଣଙ୍କୁ କହି ରଖୁ ଯେ, ଜଣେ ସେଲିବ୍ରିଟିଙ୍କ ବୃତ୍ତିଗତ ଜୀବନ ଓ କାର୍ଯ୍ୟଧାରାକୁ ଠିକ୍ ସେ ନ ବୁଝି ନ ଜାଣି ବ୍ୟକ୍ତିଗତ ଆକ୍ଷେପ କରିବା ଭଳି ପ୍ରୟାସ କରିଛି ସଂପୃକ୍ତ ଗଣମାଧ୍ୟମ ସଂସ୍ଥା । ଏବେ ପ୍ରଶ୍ନ ଏକ ବିଜ୍ଞାପନକୁ ଠିକ୍ ସେ ନ ବୁଝିପାରି ଆକ୍ରୋଶମୂଳକ ଭାବେ ଫେକ୍ ନ୍ୟୁଜ୍ ପ୍ରସ୍ତୁତ କରି ତାକୁ ସୋସିଆଲ ମିଡିଆରେ ଭାଇରାଲ କରିବା କେତେ ଯୁକ୍ତି ଯୁକ୍ତ । ଏମିତି ଯେ, ପ୍ରଥମ ଥର ପାଇଁ ପ୍ରକୃତିଙ୍କ ସହ ଏହା ଘଟିଛି ଏହା ନୁହେଁ ବରଂ ବିଭିନ୍ନ ସମୟରେ ପ୍ରକୃତି ମିଶ୍ରଙ୍କୁ ନେଇ ଫେକ୍ ନ୍ୟୁଜ ପ୍ରସାରିତ ହୋଇଛି ତାଙ୍କର ବ୍ୟକ୍ତିଗତ ଜୀବନକୁ ନେଇ ଅନେକ ଅରୁଚିକର ଖବର ପ୍ରସ୍ତୁତ କରାଯାଇ ପ୍ରସାରଣ କରାଯାଇଛି । ଯାହାକୁ ସେ ବାରମ୍ବାର ବିରୋଧ କରିଆସୁଥିଲେ ମଧ୍ୟ କିଛି ଅଣସାମ୍ବାଦିକ ତାଙ୍କୁ ଉଦ୍ଦେଶ୍ୟମୂଳକ ଭାବେ ଟାର୍ଗେଟ କରିଆସୁଛନ୍ତି । ଆଉ ଏବେ ପୁଣି ଥରେ ଏମିତି ଥରେ ପ୍ରୟାସ କରିଛନ୍ତି ସେଭଳି କିଛି ଅଣସାମ୍ବାଦିକ ଓ ଅଣପଞ୍ଜିକୃତ ସଂସ୍ଥା ।

https://www.instagram.com/p/CDOnyS6hR4y/?utm_source=ig_web_copy_link

ମଞ୍ଚେଶ୍ୱର ଥାନାରେ ଦେଇଥିବା ଏତଲାରେ ପ୍ରକୃତି ଉଲ୍ଲେଖ କରିଛନ୍ତି ଯେ, ସେ ନିଜ ମୋବାଇଲରେ ୱାବ୍ ବ୍ରାଉଜ କରୁଥିବା ବେଳେ ଏକ ୱେବ୍ ପୋର୍ଟାଲରେ ତାଙ୍କ ବିଜ୍ଞାପନ ସମ୍ପର୍କିତ ଏକ ଖବର ପ୍ରସାରଣ ହୋଇଛି ଯେଉଁଥିରେ ତାଙ୍କୁ କଦର୍ଯ୍ୟ ଭାବେ ଉପସ୍ଥାପନ କରାଯାଇଛି । ଏପରିକି ନିଜ ପରିବାର ସଦସ୍ୟଙ୍କୁ ନେଇ ମଧ୍ୟ ଅନେକ ଗୁଡିଏ ମିଛ ଖବର ସଂପୃକ୍ତ ରିପୋର୍ଟରେ ଉଲ୍ଲେଖ କରାଯାଇଛି ଯାହା ତାଙ୍କର ଓ ତାଙ୍କ ପରିବାରର ମାନ ସମ୍ମାନ କ୍ଷୁଣ୍ଣ କରିଛି ଏବଂ ଏହା ଦ୍ୱାରା ସେମାନେ ମାନସିକ ଅଶାନ୍ତି ମଧ୍ୟରେ ରହିଛନ୍ତି ।

https://www.instagram.com/p/CDB3PE_BMth/?utm_source=ig_web_copy_link
ଏହି ସୋସିଆଲ ମିଡିଆ କ୍ୟାମ୍ପେନ(ଏକ ନିର୍ଦ୍ଧିଷ୍ଟ କମ୍ପୀନୀର ମଦର ପ୍ରମୋସନ)ର ଏକ ଷ୍ଟିଲ ଫୋଟ ଯାହାକୁ ନେଇ ଫେକ୍ ନ୍ୟୁଜ୍ ଭାଇରାଲ ହେଉଛି ।

ପରବର୍ତ୍ତୀ ସମୟରେ ନିଜ ସୋସିଆଲ ମିଡିଆ ପ୍ଲାଟଫର୍ମ ଇନଷ୍ଟାଗ୍ରାମରେ ସେ ଏକ ଭାବପୂର୍ଣ୍ଣ ପୋଷ୍ଟ କରିଛନ୍ତି । ଯେଉଁଥିରେ ସେ ଲେଖିଛନ୍ତି…

 ‘କିଛି ଦିନ ପୂର୍ବରୁ, ମୁଁ ସାଇବର ଆଟାକର ପୀଡ଼ିତା ଥିଲି । ମୋ ସୋସିଆଲ ମିଡିଆରେ ଏକ ବ୍ରାଣ୍ଡ ଏଣ୍ଡୋର୍ସମେଣ୍ଟ ଫଟୋଗ୍ରାଫ ପୋଷ୍ଟ କରିବା ପରେ ସାଇବର ଆଟାକ ହୋଇଥିଲା ।  ଆମ ମଧ୍ୟରୁ ଅନେକ, ସେଲିବ୍ରିଟି ପ୍ରାୟ ସମୟରେ ବ୍ୟକ୍ତିଗତ ସ୍ତରରେ ଦୁର୍ଦ୍ଦାନ୍ତ ସାଇବର ଆକ୍ରମଣର ସମ୍ମୁଖୀନ ହୁଅନ୍ତି ଯାହା ଆମ ପରିବାରକୁ ମଧ୍ୟ ଟାଣି ନେଇଥାଏ । ଏହି ପ୍ରକାର ଆକ୍ରମଣ ବା କଟୁ ସମାଲୋଚନା ଫେକ ନ୍ୟୁଜ୍ ବେଳେବେଳେ ପ୍ରକୃତ ବିପଦରେ ପରିଣତ ହୁଏ ଏବଂ ମାନସିକ ଯନ୍ତ୍ରଣା ଏବଂ ବ୍ୟକ୍ତିବିଶେଷ ତଥା ସେଠାରେ ପରିବାର ପାଇଁ ଅନେକ କ୍ଷତି ଘଟାଏ ।

HELLO ARSI Film Trailer
FROM YOUTUBE

ମୁଁ ଏହି ସମସ୍ୟା ନେଇ ଓଡ଼ିଶା ସାଇବର କ୍ରାଇମ ବିଭାଗ, କମିଶନର୍ ପୋଲିସ୍-ଭୁବନେଶ୍ୱର, ଡିସିପି-ଭୁବନେଶ୍ୱର, ଡିଜି ପୋଲିସ୍-ଓଡିଶା, ଆଇଆଇସି- ମଞ୍ଚେଶ୍ୱର ପୋଲିସ୍ ଷ୍ଟେସନ୍-ଭୁବନେଶ୍ୱରଙ୍କୁ ଧନ୍ୟବାଦ ଅର୍ପଣ କରିବାକୁ ଚାହୁଁଛି। ଏହି ଚେଷ୍ଟା ସମୟ, ଯେଉଁଠାରେ ଆମେ ସମସ୍ତ ଫେକ୍ ନ୍ୟୁଜ୍ ନ ଏବଂ ଅନୈତିକ ମନ୍ତବ୍ୟ ପାଇଁ ମାନସିକ ଅବସାଦ ଦେଇ ଗତି କରୁଥିଲୁ ଯାହା ମୋ ସୋସିଆଲ୍ ମିଡିଆ ଆକାଉଣ୍ଟ ଏବଂ ଅନ୍ୟାନ୍ୟ ନ୍ୟୁଜ୍ ପୋର୍ଟାଲରେ ଚାଲୁଥିଲା । ଯଦି ଏହା ମଧ୍ୟ ଆପଣଙ୍କ ସହ ଘଟୁଛି ଦୟାକରି କଥା ହୁଅନ୍ତୁ ଏବଂ ପୋଲିସ୍ ଏବଂ ଅନ୍ୟାନ୍ୟ ଆଇନ ପ୍ରଣୟନକାରୀ ସଂସ୍ଥାର ସାହାଯ୍ୟ ନେଉଥିବା ଲୋକଙ୍କୁ ପ୍ରକାଶ କରନ୍ତୁ ଯାହା ଆପଣଙ୍କୁ ଆପଣଙ୍କର ମୌଳିକ ଅଧିକାରର ସୁରକ୍ଷା କରିବାରେ ସାହାଯ୍ୟ କରିବ ।

https://www.instagram.com/p/CDOnyS6hR4y/?utm_source=ig_web_copy_link

‘ମୁଁ ଜଣେ ଅଭିନେତ୍ରୀ ଏବଂ ମୋର ବୃତ୍ତିଗତ ଜୀବନ ଆସିବା ପରେ ମୋର ପରିଚୟ ମୋ ପିତାଙ୍କ ନାମ ନୁହେଁ । ବ୍ରାଣ୍ଡ ସହିତ ଜଡିତ ହେବା ଏବଂ ସେମାନଙ୍କୁ ଆଇନଗତ ଏବଂ ଆଇନଗତ ଭାବରେ ସମର୍ଥନ କରିବା ଜଣେ ଅଭିନେତାଙ୍କର କର୍ତ୍ତବ୍ୟ । ମୁଁ ଏବଂ ମୋତେ ଏବଂ ମୋ ପରିବାରକୁ ଅନୈତିକ ଭାବରେ ହଇରାଣ କରିବାକୁ ଆସିଥିବା ପ୍ରତ୍ୟେକ ବ୍ୟକ୍ତି ନ୍ୟୁଜ୍ ପୋର୍ଟାଲ୍ ଙ୍କ ବିରୋଧରେ ଏକ FIR ଦାଖଲ କରିଛି | ମୁଁ ଆଶା କରୁଛି ମୋର ଏହି ପଦକ୍ଷେପ ସାମ୍ବାଦିକ, ବ୍ୟକ୍ତିବିଶେଷ ଏବଂ ସମ୍ବାଦ ପୋର୍ଟାଲଗୁଡ଼ିକୁ ସକରାତ୍ମକ ପରିବେଶ ସୃଷ୍ଟି । ଏହି କଠିନ ସମୟରେ ମୋତେ ମାନସିକ ସ୍ତରରେ ସୁସ୍ଥ ରଖିବା ପାଇଁ ମୋର ବନ୍ଧୁ, ମୋ ଟିମ୍ ଏବଂ ମୋର ପ୍ରଶଂସକମାନଙ୍କୁ ମଧ୍ୟ ଧନ୍ୟବାଦ ।’ ଦେଉଛି ବୋଲି ଉଲ୍ଲେଖ କରିଛନ୍ତି ପ୍ରକୃତି ।

କ୍ରାଇମବ୍ରାଞ୍ଚ ନିକଟରେ ଉପଲବ୍ଧ ଥିବା ତଥ୍ୟରୁ ଜଣାପଡ଼ୁଛି, ୨୦୧୬ରୁ ୨୦୧୯ ସେପ୍ଟେମ୍ବର ମାସ ଶେଷ ସୁଦ୍ଧା ରାଜ୍ୟରେ ୨୮୭୩ ଟି ସାଇବର ଅପରାଧ ମାମଲା ରୁଜୁ ହୋଇଛି। ଏସବୁ ମାମଲାରେ ମାତ୍ର ୭୭୩ ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଥିବା ବେଳେ ଅନେକ ମାମଲାର ତଦନ୍ତରେ ସଫଳତା ମିଳିପାରିନାହିଁ । ୨୦୧୬ରେ ରାଜ୍ୟବ୍ୟାପୀ ୩୧୭ଟି ସାଇବର ମାମଲା ରୁଜୁ ହୋଇଥିବା ବେଳେ ୯୯ ଜଣ ଅଭିଯୁକ୍ତ ଗିରଫ ହୋଇଥିଲେ । ୨୦୧୭ରେ ୮୨୪ଟି ମାମଲା ରୁଜୁ ହୋଇଥିବା ବେଳେ ୧୯୫ ଜଣ ଗିରଫ ହୋଇଥିଲେ । ୨୦୧୮ରେ ୮୬୭ଟି ମାମଲାରେ ୨୬୩ ଜଣ ଗିରଫ ହୋଇଥିଲେ । ୨୦୧୯ରେ ସେପ୍ଟେମ୍ବର ମାସ ଶେଷ ସୁଦ୍ଧା ରୁଜୁ ହୋଇଥିବା ୮୬୫ଟି ମାମଲାରେ ୨୧୮ ଜଣ ଅଭିଯୁକ୍ତ ଗିରଫ ହୋଇଛନ୍ତି ।୨୦୧୯ ମସିହାର ଶେଷ ୩ ମାସ ଅକ୍ଟୋବର, ନଭେମ୍ବର ଓ ଡିସେମ୍ବର ମାସର ସାଇବର ମାମଲା ସଂଖ୍ୟା ମିଶିଲେ ବର୍ଷର ମୋଟ ମାମଲା ସଂଖ୍ୟା ଏକ ହଜାରକୁ ଟପିଯିବ ବୋଲି ଅଧିକାରୀ ଅନୁମାନ କରିଛନ୍ତି । ତେବେ ଜଣେ ଅବସରପ୍ରାପ୍ତ ବରିଷ୍ଠ ପୁଲିସ ଅଫିସରଙ୍କ ମତରେ ଆମ ରାଜ୍ୟରେ ସାଇବର ଅପରାଧର ତଦନ୍ତରେ ସଫଳତା ହାତର ମାତ୍ର ୨୫% ।

ପ୍ରତିବର୍ଷ ବରିଷ୍ଠ ତଥା ନବନିଯୁକ୍ତ ପୁଲିସ ଅଫିସରମାନଙ୍କୁ ସାଇବର ଅପରାଧର ତଦନ୍ତ ନେଇ ପ୍ରଶିକ୍ଷଣ ଦିଆଯାଉଛି ।ଏସବୁ ମାମଲାର ତଦନ୍ତ କ୍ଷେତ୍ରରେ ଆବଶ୍ୟକ ପଡ଼ୁଥିବା ଅତ୍ୟାଧୁନିକ ପଦ୍ଧତି ବାବଦରେ ମଧ୍ୟ ରାଜ୍ୟର ଅଫିସରମାନେ ଦେଶବିଦେଶ ଗସ୍ତ କରି ବିଭିନ୍ନ କର୍ମଶାଳାରେ ସାମିଲ ହେଉଛନ୍ତି ।କିନ୍ତୁ ତଳ ସ୍ତରର ଅଫିସରମାନେ ଏ ପର୍ଯ୍ୟନ୍ତ ସାଇବର ଅପରାଧର ତଦନ୍ତରେ ପାରଙ୍ଗମ ହୋଇ ନଥିବାରୁ ସଫଳତା ହାର କମ୍ ରହୁଛି ।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: