କାହାଣୀ କର୍ଣ୍ଣାଟକର:  ଗୃହଲକ୍ଷ୍ମୀ ନାହାନ୍ତି ବୋଲି ! ଏମିତି ମନେ ପକାଇଲେ ସ୍ୱାମୀ…..

କାହାଣୀ କର୍ଣ୍ଣାଟକର: ଗୃହଲକ୍ଷ୍ମୀ ନାହାନ୍ତି ବୋଲି ! ଏମିତି ମନେ ପକାଇଲେ ସ୍ୱାମୀ…..

ପ୍ରିଜମ୍ ନ୍ୟୁଜ୍ ବ୍ୟୁରୋ: ତ୍ରେତୟା ଯୁଗର ‘ସୁବର୍ଣ୍ଣ ସୀତା’ଙ୍କ କାହାଣୀ ସମ୍ପର୍କରେ ଆପଣ ଜାଣିଥିବେ । କିଭଳି ମର୍ଯ୍ୟାଦା ପୁରୁଷୋତ୍ତମ ପ୍ରଭୁ ଶ୍ରୀରାମ ଦ୍ୱିତୀୟ ବିବାହ ନ କରି ଆୟୋଜନ କରିଥିବା ଯଜ୍ଞ ପାଇଁ ଦେବୀ ସୀତାଙ୍କ ସ୍ଥାନରେ ଏକ ପ୍ରତିମୂର୍ତ୍ତି ରଖିଥିଲେ, ଯାହା କେବଳ ସୁନାରେ ତିଆରେ ହୋଇଥିଲା । କାହିଁକିନା ବିଧି ଥିଲା ଯେ, ଯଜ୍ଞ ବେଦୀରେ ସ୍ୱାମୀଙ୍କ ସହ ତାଙ୍କର ଅର୍ଦ୍ଧାଙ୍ଗିନୀ ବସିବା ବାଧ୍ୟତାମୂଳକ । ତେବେ ପ୍ରଭୁ ଶ୍ରୀରାମ ଯେହେତୁ ମାତା ସୀତାଙ୍କୁ ଜଙ୍ଗଲରେ ଛାଡ଼ି ଆସିଥିଲେ ଏବଂ ସେ ଦ୍ୱିତୀୟ ବିବାହ କରିବାକୁ ଚାହୁଁ ନ ଥିଲେ ତେଣୁ ଦ୍ୱନ୍ଦ୍ୱରେ ଥିଲେ । ଏହାର ଅନ୍ୟ ବିକଳ୍ପ ଖୋଜିବାକୁ ଯାଇ ପ୍ରଭୁ ଶ୍ରୀରାମ, ନିଜ ଗୁରୁ ବଶିଷ୍ଠ ମୁନୀଙ୍କ ପରାମର୍ଶ କ୍ରମେ ଏକ ସୁବର୍ଣ୍ଣ ସୀତା ନିର୍ମାଣ କରିଥିଲେ  । ଶ୍ରୀରାମ ଏହି ସୁବର୍ଣ୍ଣ ସୀତାଙ୍କ ସହ ଯଜ୍ଞ କାର୍ଯ୍ୟ ସମାପନ କରିଥିଲେ । ଏବେ ପୁଣି କଳିଯୁଗରେ ବି ସମାନ ଧରଣର ଘଟଣା ସାମ୍ନାକୁ ଆସିଛି ।

କର୍ଣ୍ଣାଟକର ଜଣାଶୁଣା ଶିଳ୍ପପତୀ  ଶ୍ରୀନିବାସ ଗୁପ୍ତା ନିଜ ନୂତନ ଗୃହର ପ୍ରତିଷ୍ଠା ଓ ଗୃହ ପ୍ରବେଶ ଉତ୍ସବରେ ନିଜର ସହଧର୍ମୀଣୀଙ୍କ ଏକ ସିଲିକନ୍ ମହମ ପ୍ରତିମୂର୍ତ୍ତି ନିର୍ମାଣ କରିଛନ୍ତି । ଯାହାକୁ ନେଇ ଏବେ ବିଭିନ୍ନ ମହଲରେ ଚର୍ଚ୍ଚା ।  କର୍ଣ୍ଣାଟକ କୋପାଲ ଅଞ୍ଚଳରେ ନିଜର ନୂଆ ଘରର ପ୍ରତିଷ୍ଠାରେ ସେ ନିଜ ପତ୍ନୀଙ୍କ ସହ ଫଟୋ ଛାଡ଼ିଛନ୍ତି ଯାହା ବେଶ୍ ଭାବ ବିହ୍ୱଳ ପରିବେଶ ମଧ୍ୟ ସୃଷ୍ଟି କରିଛି ।

https://twitter.com/i/status/1293035830353829889

ଗତ ୨୦୧୭ ମସିହାରେ ଏକ କାର୍ ଦୁର୍ଘଟଣାରେ ଶ୍ରୀନିବାସଙ୍କ ପତ୍ନୀ ପ୍ରାଣ ହରାଇଥିଲେ । ସ୍ତ୍ରୀଙ୍କୁ ବହୁତ ଭଲ ପାଉଥିଲେ ଶ୍ରୀନିବାସ । ଆଉ ନିଜ ନୂଆ ଘରର ଏତେବଡ଼ କାର୍ଯ୍ୟ ହେଉଛି, ତାହା ପୁଣି ସ୍ତ୍ରୀଙ୍କ ବିନା । ଏଣୁ ସେ ଏଭଳି କିଛି କରି ସ୍ତ୍ରୀଙ୍କୁ ମନେପକାଇବାକୁ ଚେଷ୍ଟା କରିଛନ୍ତି । ଶ୍ରୀନିବାସ ନିଜର ଡ୍ରିମ୍ ହାଉସରେ ପରଲୋକଗତ ଧର୍ମପତ୍ନୀଙ୍କ ଷ୍ଟାଚ୍ୟୁ ଆର୍କିଟେକ୍ଟ ରଙ୍ଗନାଭରଙ୍କ ଦ୍ୱାରା ବନାଇଛନ୍ତି ।

ସୋସିଆଲ ମିଡିଆରେ ଏହି ଫଟୋ ସବୁ ଭାଇରାଲ ହେବା ପରେ ଏହାକୁ ନେଇ ଅନେକ ୟୁଜର୍ସ ସେମାନଙ୍କ ପ୍ରତିକ୍ରିୟା ରଖିଛନ୍ତି । ଅନେକ ଏହାକୁ ଜୀବନ୍ତ ଭଳି ଦର୍ଶାଇଥିବା ବେଳେ ଶ୍ରୀନିବାସଙ୍କୁ ସମବେଦନା ଜଣାଇଛନ୍ତି । ଅନେକ ଶିଳ୍ପୀଙ୍କୁ ନିଜର ଚମତ୍କାର କାରୁକାର୍ଯ୍ୟ ପାଇଁ ପ୍ରଶଂସା ଯେତେ କଲେ କମ୍ ହେବ ବୋଲି କହିଛନ୍ତି ।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: