ଭାରତୀୟ ହକି ଖେଳାଳି ମନଦୀପ ସିଂହଙ୍କୁ କୋରୋନା, ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି

ପ୍ରିଜମ୍ ନ୍ୟୁଜ ବ୍ୟୁରୋ: ଭାରତୀୟ ହକି ଖେଳାଳି ମନଦୀପ ସିଂହ କୋରୋନା ଆକ୍ରାନ୍ତ ହୋଇଛନ୍ତି । ତାଙ୍କୁ କୋଭିଡ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ସ୍ପୋର୍ସ ଅଥରିଟି ଆଣ୍ଡ ଇଣ୍ଡିଆ କହିଛି, ନିଶ୍ବାସ ନେବାରେ କଷ୍ଟ ଅନୁଭବ କରିବାରୁ ମନଦୀପଙ୍କୁ ତୁରନ୍ତ ବେଙ୍ଗାଳୁର ଏକ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଏବେ ତାଙ୍କ ସ୍ବାସ୍ଥ୍ୟାବସ୍ଥା ସ୍ଥିର ରହିଛି ।
ମନଦୀପ ହେଉଛନ୍ତି ଷଷ୍ଠ ଭାରତୀୟ ହକି ଖେଳାଳି:

ଅଗଷ୍ଟ ୨୦ରୁ ଜାତୀୟ ଶିବିର ପାଇଁ ବେଙ୍ଗାଲୁରୁରେ ପହଞ୍ଚିବା ପରେ ମନଦୀପ ଏବଂ ଅନ୍ୟ ପାଞ୍ଚ ଜଣ ଭାରତୀୟ ଖେଳାଳି କୋରୋନା ପଜିଟିଭ୍ ଥିବା ଜଣାପଡିଛି। ଏହି ପାଞ୍ଚ ଖେଳାଳିଙ୍କ ମଧ୍ୟରେ ଅଧିନାୟକ ମନପ୍ରୀତ ସିଂ, ଡିଫେଣ୍ଡର ସୁରେନ୍ଦର କୁମାର ଏବଂ ଜସକରନ୍ ସିଂହ, ଡ୍ରାଗ୍ ଫ୍ଲିକର ବରୁଣ କୁମାର ଏବଂ ଗୋଲକିପର କୃଷ୍ଣ ବାହାଦୂର ପାଠକ ଅଛନ୍ତି।
୨୫ ବର୍ଷୀୟ ମନଦୀପ ଏ ପର୍ଯ୍ୟନ୍ତ ଭାରତ ପାଇଁ ୧୨୯ଟି ମ୍ୟାଚରେ ୬୦ଟି ଗୋଲ ସ୍କୋର କରିଛନ୍ତି। ୨୦୧୮ରେ ଏସିଆନ୍ ଚାମ୍ପିଅନ୍ସ ଟ୍ରଫି ହାସଲ କରିବାରେ ତାଙ୍କ ଭୂମିକା ଗୁରୁତ୍ବପୂର୍ଣ୍ଣ ଥିଲା । ଖେଳାଳିମାନେ ଏକ ମାସ ବିରତି ପରେ ଦେଶର ବିଭିନ୍ନ ସ୍ଥାନରୁ ବେଙ୍ଗାଳୁର ପହଞ୍ଚିବା ପରେ କୋରୋନା ସଂକ୍ରମିତ ହୋଇଥିଲେ ।

Leave a Reply

Your email address will not be published. Required fields are marked *