ସୁଶାନ୍ତ ସିଂ ମୃତ୍ୟୁ ମାମଲାରେ ସିବିଆଇକୁ ‘ସୁପ୍ରିମ’ ପାୱାର;  ମୃତ୍ୟୁ ରହସ୍ୟ ଭେଦିବ ଯାଞ୍ଚ ଏଜେନ୍ସି

ସୁଶାନ୍ତ ସିଂ ମୃତ୍ୟୁ ମାମଲାରେ ସିବିଆଇକୁ ‘ସୁପ୍ରିମ’ ପାୱାର; ମୃତ୍ୟୁ ରହସ୍ୟ ଭେଦିବ ଯାଞ୍ଚ ଏଜେନ୍ସି

ପ୍ରିଜମ ନ୍ୟୁଜ୍ ବ୍ୟୁରୋ: ଦିବଗଂତ ଅଭିନେତା ସୁଶାନ୍ତ ସିଂ ରାଜପୁତ ମୃତ୍ୟୁ ମାମଲାରେ ଆଜି ସୁପ୍ରିମକୋର୍ଟ ବଡ଼ ନିଷ୍ପତ୍ତି ନେଇଛନ୍ତି ।  ସୁଶାନ୍ତ ସିଂ ରାଜପୁତଙ୍କ ସନ୍ଦେହ ଜନକ ମୃତ୍ୟୁ ମାମଲାର ତଦନ୍ତ ପାଇଁ ସିବିଆଇକୁ ନିର୍ଦ୍ଦେଶ ଦେଇଛନ୍ତି । ସୁଶାନ୍ତ ସିଂ ରାଜପୁତଙ୍କ ପରିବାର ପକ୍ଷରୁ ରିୟା ଚକ୍ରବର୍ତ୍ତୀଙ୍କ ବିପୋରେ ବିହାର ପାଟନାରେ ଏକ ମାମଲା ରୁଜୁ କରାଯାଇଥିଲା । ଯାହାକୁ ମୁମ୍ବାଇକୁ ସ୍ଥାନାନ୍ତର କରିବା ପାଇଁ ସୁପ୍ରିମକୋର୍ଟ ଯାଇଥିଲେ ରିୟା ଚକ୍ରବର୍ତ୍ତୀ । ଯାହାର ଶୁଣାଣି କରି ମାମଲାକୁ ସିବିଆଇକୁ ହସ୍ତାନ୍ତର କରିବାକୁ ମୁମ୍ବାଇ ପୋଲିସକୁ ନିର୍ଦ୍ଦେଶ ଦେଇଛନ୍ତି ଏହା ସହ ତଦନ୍ତରେ ସହଯୋଗ ପାଇଁ ମଧ୍ୟ ମହାରାଷ୍ଟ୍ର ପୋଲିସକୁ କହିଛନ୍ତି ।

ସୁଶାନ୍ତଙ୍କ ମୃତ୍ୟୁ ପରେ ଏହାକୁ ନେଇ ସାରା ଦେଶରେ ପ୍ରବଳ ଅସନ୍ତୋଷ ସୃଷ୍ଟି ହୋଇଥିଲା । ସୁଶାନ୍ତଙ୍କ ମୃତ୍ୟୁ ସାଧାରଣ କାରଣ ପାଇଁ ନୁହେଁ ବରଂ ବୃତ୍ତିଗତ ଓ ଆର୍ଥିକ କାରଣ ରହିଛି, ସୁଶାନ୍ତଙ୍କୁ ଜାଣିଶୁଣି ମାନସିକ ଚାପ ଦେଇ ଆତ୍ମହତ୍ୟା କରିବାକୁ ବାଧ୍ୟ କରାଯାଇଥିଲା ବୋଲି ଜନମତ ସୃଷ୍ଚି ହୋଇଥିଲା । ସୋସିଆଲ ମିଡିଆରୁ ଆରମ୍ଭ କରି ସମାଜର ବିଭିନ୍ନ ବର୍ଗର ବ୍ୟକ୍ତି ବିଶେଷକୁ ସୁଶାନ୍ତ ମୃତ୍ୟୁର ତଦନ୍ତ ସିବିଆଇ କରୁ ବୋଲି ଦାବି ହୋଇଥିଲା । ଶେଷରେ ଏହି ମାମଲା ଏବେ ସିବିଆଇ ହାତକୁ ଯାଇଛି ।

ଅନ୍ୟପଟେ ସୁଶାନ୍ତ ସିଂ ମୃତ୍ୟୁ ମାମଲାରେ ମନି ଲଣ୍ଡ୍ରିଂ ମାମଲାରେ ତଦନ୍ତ ଜାରି ରଖିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । ସୁଶାନ୍ତଙ୍କ ପରିବାରରୁ ଦୁଇ ଜଣ ସଦସ୍ୟ ବାପା କେକେ ସିଂ ଏବଂ ଭଉଣୀ ମିତୁ ସିଂଙ୍କୁ ପଚରା ଉଚୁରା କରିଥିବା ବେଳେ ରିୟା ଓ ତାଙ୍କ ପରିବାର ସଦସ୍ୟଙ୍କୁ 15 କୋଟି ଟଙ୍କାର ଆର୍ଥିକ ହେରଫେରକୁ ନେଇ ଜେରା କରି ବୟାନ ରେକର୍ଡ କରିଛି ।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: