ନୋଏଡାରେ ଭୟାନକ ଅଗ୍ନିକାଣ୍ଡ; ଏହି ସବୁ କଲୋନୀରେ ଆଲୁଅ ଲିଭିଗଲା

ପ୍ରିଜମ ନ୍ୟୁଜ୍ ବ୍ୟୁରୋ: ରାଜଧାନୀ ଦିଲ୍ଲୀ ନିକଟ ନୋଏଡା ସେକ୍ଟର 148 ନୋଏଡା ପାୱାର କମ୍ପାନୀ ଲିମିଟେଡର ଏକ ସବଷ୍ଟେସନରେ ଆଜି ଭୟାନକ ଅଗ୍ନିକାଣ୍ଡ ଘଟିଯାଇଛି । ଏତେ ବଡ଼ ଅଗ୍ନିକାଣ୍ଡ ଘଟିଥିଲେ ମଧ୍ୟ ଏହି ଅଘଟଣରେ କେହି ଆହତ ହୋଇଥିବାର ଖବର ନାହିଁ। ଅଗ୍ନିକାଣ୍ଡ ପରେ ଏହି ଅଞ୍ଚଳରେ ବ୍ଲାକଆଉଟ୍ ହେବାର ଖବର ଆସୁଛି । ଘଟଣା ସ୍ଥଳରେ ଅଗ୍ନିଶମ ବିଭାଗ ପହଞ୍ଚି ନିଆଁକୁ ଆୟତ କରିବା ପାଇଁ ଯଥାସାଧ୍ୟ ଉଦ୍ୟମ କରୁଛନ୍ତି ।

ଖବର ଅନୁସାରେ ଆଜି ପ୍ରାୟ ସକାଳ ପ୍ରାୟ ସାଢ଼େ 8ଟାରେ ଏହି ଅଗ୍ନିକାଣ୍ଡ ଘଟିଥିଲା । ଅଗ୍ନିକାଣ୍ଡଠାରୁ କିଲୋମିଟର ଦୂରରେ ଥିବା ନୋଏଡାର ଆକାଶ ମାର୍ଗରେ ଘନ କଳା, ଧୂଆଁ ଦେଖିବାକୁ ମିଳିଥିଲା |ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ ରହିଛି ।

Leave a Reply

Your email address will not be published.