ରାଜସ୍ଥାନରେ ‘ପାଇଲଟ’ ପଲିଟିକ୍ସ; ଆରମ୍ଭ ହେଲା ବିଧାନସଭା ଅଧିବେଶନ

ରାଜସ୍ଥାନରେ ‘ପାଇଲଟ’ ପଲିଟିକ୍ସ; ଆରମ୍ଭ ହେଲା ବିଧାନସଭା ଅଧିବେଶନ

ପ୍ରିଜମ ନ୍ୟୁଜ୍ ବ୍ୟୁରୋ: ରାଜସ୍ଥାନରେ ଜାରି ରହିଥିବା ରାଜନୈତିକ ଲଢ଼େଇର ଅନ୍ତିମ ଦୃଶ୍ୟ ଆଜି ବିଧାନସଭାରେ ଦେଖିବାକୁ ମିଳୁଛି । ଆଜିଠୁ ଆରମ୍ଭ ହୋଇଛି ରାଜସ୍ଥାନ ବିଧାନସଭାର ସ୍ୱତନ୍ତ୍ର ଅଧିବେଶନ । ବିଧାନସଭା ଆରମ୍ଭରୁ ହିଁ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ବିଶ୍ୱାସମତ ବା ବହୁମତ ସାବ୍ୟସ୍ତ କରିବା ପାଇଁ ପ୍ରସ୍ତାବ ଉପସ୍ଥାପନ କରିଛନ୍ତି । ବିଧଆନସଭା ଆରମ୍ଭରୁ ଦଳୀୟ ବିଧାୟକଙ୍କ ପାଇଁ ହ୍ୱିପ ଜାରି କରାଯାଇଛି । ବିଜେପି ମଧ୍ୟ ସରକାରଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆଣିବ ବୋଲି ଜଣାପଡ଼ିଛି କିନ୍ତୁ ଏହା ପୂର୍ବରୁ ଅଶୋକ ଗେହଲଟ ରାଜନୀତିକ ବଡ଼ ଚାଲ୍ ନିଜେ ଚଲାଇ ଦେଇଛନ୍ତି । ଅଶୋକ ଗେହଲଟ ଦାବି କରିଛନ୍ତି ଯେ, ତାଙ୍କ ସରକାର ବହୁମତ ସାବ୍ୟସ୍ତ କରିବାରେ ସକ୍ଷମ ହେବ ।

ପାଖାପାଖି ଏକ ମାସର କ୍ଷମତା ଲଢ଼େଇ ପରେ ରାଜସ୍ଥାନ ସରକାରକୁ ବଞ୍ଚାଇବାରେ ସକ୍ଷମ ହୋଇଥିବା ଅଶୋକ ଗେହଲଟଙ୍କ ପାଇଁ ଆଜିଠୁୁ ଆରମ୍ଭ ହୋଇଥିବା ନୂଆ ଲଢ଼େଇ ହୁଏତ ଜିତିବା ସହଜ ରହେବ କିନ୍ତୁ ବିଦ୍ରୋହ କରିଥିବା ସଚିନ୍ ପାଇଲଟ ଆରମ୍ଭ କରିଥିବା ପଲିଟିକ୍ସରେ ଯେ ଆଉ କିଛି ଦିଗ ନଥିବ ତାହା କହିବା ମୁସ୍କିଲ । ସେପଟେ ସଚିନ୍ ପାଇଲଟ ମଧ୍ୟ ଦୀର୍ଘ ଏକ ମାସ ପରେ ଜୟପୁର ଫେରିଛନ୍ତି । ଜୟପୁର ଫେରିବା ପରେ ସେ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟଙ୍କୁ ମଧ୍ୟ ଭେଟିସାରିଛନ୍ତି । ଉଭୟ ପରସ୍ପରକୁ ହାତ ମିଳାଇ ଅଭିବାଦନ ଜଣାଇଥିଲେ । କିନ୍ତୁ ରାଜନୈତିକ ମହଲରେ ଏହା ଚର୍ଚ୍ଚା ହେଉଛି ଯେ, ଉଭୟ ସିନା ଏକାଠି ହୋଇଛନ୍ତି କିନ୍ତୁ ଦିଲ୍ ରେ କେତେ ନିଜରପଣ ଅଛିି ସେକଥା କେହି ଜାଣିପାରିଲେ ନାହିଁ କାହିଁକିନା ଉଭୟଙ୍କ ମୁହଁରେ ମାସ୍କ ଥିଲା ।

ଅଶୋକ ଗେହଲଟ ଏବଂ ସଚିନ୍ ପାଇଲଟଙ୍କ ଭେଟଘାଟ ପରେ କଂଗ୍ରେସ ପକ୍ଷରୁ ଏକ ବୈଠକର ଆୟୋଜନ ହୋଇଥିଲା । ଏହି ବୈଠକରେ ବିଜେପି ବିରୋଧରେ ବର୍ଷିଥିଲେ କଂଗ୍ରେସ ନେତା । ବିଜେପିକୁ ହାରର ସ୍ୱାଦ ଚଖାଇବା ପାଇଁ କଂଗ୍ରେସ ନେତୃମଣ୍ଡଳୀ ପ୍ରସ୍ତୁତ ହେଉଛି । ଏହା ସହ ରାଜ୍ୟରେ ରାଜନୈତିକ ଅସ୍ଥିରତା ଏବଂ ସରକାର ଭାଙ୍ଗିବାର ଅପଚେଷ୍ଟା ବିଜେପି କରୁଛି ବୋଲି କଂଗ୍ରେସ ଅଭିଯୋଗ ଆଣିଛି ।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: