ଲେଗ୍ ସ୍ପିନ୍ ବୋଲିଂ କରିବାକୁ କାହିଁକି ମତେ ମନା କରିଥିଲ ?: ପଚାରିଲେ ଅଶ୍ୱିନ, ଜାଣନ୍ତୁ କ’ଣ କହିଲେ ମୁରଲୀ…

ଲେଗ୍ ସ୍ପିନ୍ ବୋଲିଂ କରିବାକୁ କାହିଁକି ମତେ ମନା କରିଥିଲ ?: ପଚାରିଲେ ଅଶ୍ୱିନ, ଜାଣନ୍ତୁ କ’ଣ କହିଲେ ମୁରଲୀ…

ପ୍ରିଜମ୍ ନ୍ୟୁଜ ବ୍ୟୁରୋ: ବିଶ୍ୱ କୋରୋନା ବିରୋଧରେ ଲଢ଼େଇ ଜାରି ଥିବାବେଳେ କ୍ରୀଡ଼ାପ୍ରେମୀଙ୍କୁ ସାମାନ୍ୟ ଆଶ୍ୱସ୍ତି ମିଳିଛି। ନିକଟରେ ଫଟାଫଟ୍ କ୍ରିକେଟ୍ IPL ଅନୁଷ୍ଠିତ ହେବ। ଏହାର ଭରପୂର ମଜା ନେବେ ଦର୍ଶକ। ଦୀର୍ଘ ୬ ମାସର କୋରୋନା କଟକଣା ଭିତରେ ସ୍ପୋର୍ଟସ ଷ୍ଟାର, ବଲିଉଡ ଓ ଓଲିଉଡ୍ ଷ୍ଟାରଙ୍କ ଚ୍ୟାଟିଂ, ଟ୍ୱିଟ୍, ଫେସବୁକ୍ ପୋଷ୍ଟ ଚର୍ଚ୍ଚାରେ ରହିଛି। ନିକଟରେ କ୍ରିକେଟ୍ କିମ୍ବଦନ୍ତୀ ମୁଥିଆ ମୁରଲୀଥରନ ଓ ଟିମ୍ ଇଣ୍ଡିଆର ସ୍ପିନ୍ ଯାଦୁଗର ଅଶ୍ୱିନ ବୋଲିଂ ସମ୍ପର୍କରେ ବେଶ୍ କିଛି ସମୟ ଚାଟିଂ କରି କ୍ରିକେଟ୍ ପ୍ରେମୀଙ୍କୁ ଏଣ୍ଟରଟେନ୍ କରିଛନ୍ତି। କ୍ୟାରମ ମାଷ୍ଟର ତଥା ସ୍ପିନ୍ ଯାଦୁଗର ଅଶ୍ୱିନ ଜଣେ ବିଶ୍ୱସ୍ତରୀୟ ବୋଲର। ଅନ୍ତର୍ଜାତୀୟ କ୍ୟାରିୟର ଆରମ୍ଭରେ ବିଶେଷଜ୍ଞଙ୍କ ନଜରରେ ସେ ଥିଲେ ଜଣେ ଟି-ଟ୍ୱେଣ୍ଟି ସ୍ପେଶାଲିଷ୍ଟ ବୋଲର। କିନ୍ତୁ ପରବର୍ତ୍ତୀ ସମୟରେ ଏହାକୁ ଭୁଲ୍ ପ୍ରମାଣିତ କରିଥିଲେ ଅଶ୍ୱିନ। ଟି-ଟ୍ୱେଣ୍ଟି ସମେତ ଦିନିକିଆ ଓ ଟେଷ୍ଟରେ ବ୍ୟାଟସମ୍ୟାନଙ୍କ ପାଇଁ ଘାତକ ସାଜିଥିଲେ। ନିଜ ବୋଲିଂ ଯାଦୁରେ ବିସ୍ଫୋରକ ବ୍ୟାଟସମ୍ୟାନଙ୍କୁ ଅଡୁଆରେ ପକାଉଥିଲେ। ତେବେ, ୨୦୧୭ ପରଠୁ ଲିମିଟେଡ୍ ଓଭର ମ୍ୟାଚ୍ ଖେଳିନାହାନ୍ତି ଏହି ମହାନ୍ ବୋଲର। ସବୁ ଫର୍ମାଟରେ ନିଜର ଦବଦବା ଜାହିର କରି କ୍ରୀଡ଼ାପ୍ରେମୀଙ୍କ ହୃଦୟରେ ସ୍ଥାନ ପାଇଥିଲେ ଅଶ୍ୱିନ। ମହାନ୍ କ୍ରିକେଟର ମୁରଲୀଙ୍କ ସହ ଚାଟିଂ ବେଳେ IPL ଟିମ୍ ଚେନ୍ନାଇ ସୁପର କିଙ୍ଗସ କଥା ମନେ ପକାଇଥିଲେ ଏହି ସ୍ପିନ୍ ଷ୍ଟର। ଦୁଇ ଖେଳାଳି ଚେନ୍ନାଇ ପାଇଁ ଖେଳୁଥିବା ବେଳେ ଅଶ୍ୱିନୀଙ୍କୁ କିନ୍ତୁ ଲେଗ୍ ସ୍ପିନ୍ ବୋଲିଂରୁ ଅଟକାଇଥିଲେ ମୁରଲୀ। ସଫଳତା ପାଇଁ ଅଫ୍ ସ୍ପିନ୍ ବୋଲିଂ କରିବାକୁ ପରାମର୍ଶ ଦେଇଥିଲେ ମୁରଲୀ।

କ୍ୟାରିୟର ଆରମ୍ଭରେ ଶ୍ରୀଲଙ୍କା ଟିମରେ ରୁୱାନ୍ କଲପେଜ୍ ଓ ମୁରଲୀ ଦୁଇ ସ୍ପିନର ଥିବାରୁ ମୁରଲୀଙ୍କୁ ଟିମରୁ ବାହାର ହେବାକୁ ପଡ଼ିଥିଲା। ଶେଷରେ ସେ ଲେଗସ୍ପିନ୍ ପ୍ରାକ୍ଟିସ କରିଥିଲେ। ୱିକେଟ୍ ନେଉଥିଲେ, ବୋଲିଂରେ ଭେରିଏସନ୍ ଆସୁଥିଲା ତେବେ ଏଥିରେ ସନ୍ତୁଷ୍ଟ ନ ଥିଲେ। ନିଜ କ୍ୟାରିୟର ତଥା ଟାର୍ଗେଟ୍ ହାସଲ ପାଇଁ ମୁରଲୀଙ୍କୁ ଅଫ୍ ସ୍ପିନ୍ କରିବାକୁ ପଡ଼ିଥିଲା। ଶେଷରେ ବ୍ୟାଟସମ୍ୟାନଙ୍କ ପାଇଁ ଘାତକ ସାଜିଲେ। ଟି-ଟ୍ୱେଣ୍ଟି ହେଉ ଅବା ଦିନିକିଆ ସବୁଠି ନେଲେ ୱିକେଟ୍। ଟେଷ୍ଟ କ୍ରିକେଟରେ ୮୦୦ ୱିକେଟ୍, ଏକ ମାଇଲ ଖୁଣ୍ଟ ମୁରଲୀଙ୍କ ନାଁରେ ରହିଛି। ଲେଗ୍ ସ୍ପିନ୍ ଠାରୁ ଦୂରେଇ ଅଫ୍ ସ୍ପିନ୍ ବୋଲିଂ କଲେ ଅଧିକ ସଫଳତା ମିଳିବ। ଏହି ପରାମର୍ଶ କଥା ମନେ ପକାଇଥିଲେ ଅଶ୍ୱିନ। ଅଫ୍ ସ୍ପିନ୍ ବଡ଼ ଚ୍ୟାଲେଞ୍ଜ, ଏହାକୁ ସାମ୍ନା କର, ସଫଳତା ନିଶ୍ଚିତ ମିଳିବ। ଏହାକୁ କିନ୍ତୁ ପ୍ରମାଣିତ କରିଥିଲେ ରବୀଚନ୍ଦ୍ରନ ଅଶ୍ୱିନ।

ଅଶ୍ୱିନ ପୂର୍ବ ଫର୍ମ୍ ହରାଇଛନ୍ତି, ୱିକେଟ୍ ନେଇପାରୁ ନାହାନ୍ତି। କ୍ୟାରମ୍, ଅଫ୍ ସ୍ପିନ୍, ଗୁଗଲି ଭଳି ଗୁଡ୍ ସ୍ପିନ୍ ବୋଲିଂ କରନାହାନ୍ତି। ସେଥିପାଇଁ ଦୀର୍ଘଦିନ ହେଲା ଦିନିକିଆ କିମ୍ବା ଟି-ଟ୍ୱେଣ୍ଟି ମୁକାବିଲା ଖେଳିନାହାନ୍ତି। ଆଉଟ୍ ଅଫ୍ ଫର୍ମ ଯୋଗୁ ଅଶ୍ୱିନ ଆଜି ମଇଦାନ ବାହାରେ ବୋଲି କହିଛନ୍ତି ମୁରଲୀ। ୧୩୦୦ରୁ ଅଧିକ ଅନ୍ତର୍ଜାତୀୟ ୱିକେଟ୍ ନେଇଥିବା ମୁରଲୀ, ସ୍କୁଲ କ୍ୟାରିୟରରେ ଜଣେ ଫାଷ୍ଟ ବୋଲର ଥିଲେ କିନ୍ତୁ ଶେଷରେ ସେ ବିଶ୍ୱର ଜଣେ ମହାନ୍ ସ୍ପିନର ହୋଇପାରିଥିଲେ ବୋଲି ଚାଟିଂ ବେଳେ କହିଛନ୍ତି। ଉଚ୍ଚତା କମ୍ ଥିବା ହେତୁ ଦ୍ରୁତ ବୋଲିଂ ବଦଳରେ ସ୍ପିନ୍ ବୋଲିଂ କରିବାକୁ କୋଚ୍ ପରାମର୍ଶ ଦେଇଥିଲେ ବୋଲି କହିଛନ୍ତି ମୁଥିଆ ମୁରଲୀଥରନ୍।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: