ଖୁସି ଖବର ! କେବଳ ଗରିବ ନୁହେଁ, ଏବେ ଏମାନେ ମଧ୍ୟ ନେଇପାରିବେ ‘ଆୟୁଷ୍ମାନ ଭାରତ’ ଯୋଜନାର ଲାଭ

ଖୁସି ଖବର ! କେବଳ ଗରିବ ନୁହେଁ, ଏବେ ଏମାନେ ମଧ୍ୟ ନେଇପାରିବେ ‘ଆୟୁଷ୍ମାନ ଭାରତ’ ଯୋଜନାର ଲାଭ

narendra modi

ପ୍ରିଜମ ନ୍ୟୁଜ୍ ବ୍ୟୁରୋ: ଆୟୁଷ୍ମାନ ଭାରତ ଯୋଜନା ଦେଶର ଗରିବ ଲୋକଙ୍କୁ ଉନ୍ନତ ସ୍ୱାସ୍ଥ୍ୟ ସେବା ଯୋଗାଇଥାଏ। କିନ୍ତୁ ବର୍ତ୍ତମାନ ଏହି ଯୋଜନା କେବଳ ଗରିବ ଲୋକଙ୍କ ମଧ୍ୟରେ ସୀମିତ ରହିବ ନାହିଁ। ଦାରିଦ୍ର ସୀମାରେଖା ଉପରେ ଥିବା ନାଗରିକମାନେ ମଧ୍ୟ ଏହାର ଫାଇଦା ଉଠାଇ ପାରିବେ। କେନ୍ଦ୍ର ସରକାର ଏହି ପ୍ରସ୍ତାବକୁ ଅନୁମୋଦନ କରିଛନ୍ତି।

ସରକାର ଆୟୁଷ୍ମାନ ଭାରତ ମାଧ୍ୟମରେ ଦେଶର 10.74 କୋଟି ପରିବାରକୁ ବାର୍ଷିକ 5 ଲକ୍ଷ ଟଙ୍କା ପର୍ଯ୍ୟନ୍ତ ନଗଦବିହୀନ କଭର ପ୍ରଦାନ କରୁଛନ୍ତି। ଜାତୀୟ ସ୍ୱାସ୍ଥ୍ୟ ପ୍ରାଧିକରଣ (NHA) ବର୍ତ୍ତମାନ ଏହି ଯୋଜନାକୁ ”the missing middle” ଅର୍ଥାତ ଯାହାଙ୍କ ନିକଟରେ ଏହି ଯୋଜନା ପହଞ୍ଚି ନାହିଁ ସେମାନଙ୍କୁ ଏହି ସେବା ପ୍ରଦାନ କରାଯିବ।

ଆୟୁଷ୍ମାନ ଭାରତ ଯୋଜନାର ଏହି ବିସ୍ତାର ଅନିୟମିତ କ୍ଷେତ୍ରରେ କାର୍ଯ୍ୟ କରୁଥିବା ଲୋକଙ୍କୁ ଉପକୃତ କରିବ । ସେଲ୍ଫ ଏମ୍ପ୍ଲୋଏମେଣ୍ଟ, ବୃତ୍ତିଗତ, କିମ୍ବା ଛୋଟ ବ୍ୟବସାୟ (MSMEs) ସହିତ ଜଡିତ କମ୍ପାନୀଗୁଡିକରେ କାର୍ଯ୍ୟ କରନ୍ତି ସେମାନେ ବି ଏହାର ଲାଭ ପାଇବେ । ସରକାର କହିଛନ୍ତି ଯେ ”the missing middle”କୁ ପାଇଲଟ୍ ପ୍ରୋଜେକ୍ଟ ଭାବେ କାର୍ଯ୍ୟ କରାଯାଉଛି । ପରେ ଜଣା ପଡ଼ିବ ଏହା କାମ କରୁଛି ନା କରୁନାହିଁ ।

୧. କ’ଣ ଏହି ଆୟୁଷ୍ମାନ ଭାରତ -ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା ?

କେନ୍ଦ୍ର ସରକାରଙ୍କ ଦ୍ୱାରା ଆଗତ ହୋଇଥିବା ଏହି ଯୋଜନାରେ ଦେଶରେ ପ୍ରାୟ ଦେଢ ଲକ୍ଷ ପ୍ରଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ ହେଲଥ ଏବଂ ୱେଲନେସ୍ ସେଣ୍ଟରକୁ ବିକଶିତ କରାଯିବ । ଜିଲ୍ଲା ହସ୍ପିଟାଲରୁ ଏହା ଡିଜିଟାଲ୍ ଭାବରେ ଲିଙ୍କ୍ ହେବ । ଏହି ସେଣ୍ଟରେ ଜାଞ୍ଚ୍ ସମେତ ଔଷଧ ମଧ୍ୟ ମାଗଣାରେ ମିଳିବ । ଆୟୁଷ୍ମାନ ଭାରତ ଯୋଜନାର ପ୍ରମୁଖ ଅଂଶ ହେଉଛି ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା । ଯେଉଁଥିରେ ଦେଶର ୧୦.୭୪ କୋଟି ପରିବାରର ସ୍ୱାସ୍ଥ୍ୟ ସେବା ପାଇଁ ୫ ଲକ୍ଷ ଟଙ୍କାର ସୁବିଧା ଯୋଗାଇ ଦିଆଯିବ ।

୨. ଏହି ଯୋଜନାର କ’ଣ ଆବଶ୍ୟକତା ରହିଛି ?

ନୀତି ଆୟୋଗର ସିଇଓ ଅମିତାଭ କାନ୍ତ ଏବଂ ଆୟୁଷ୍ମାନ ଭାରତର ସିଇଓ ଡା.ଇନ୍ଦୁ ଭୁଷଣଙ୍କ କହିବା ମୁତାବକ, ଭାରତ ସରକାର ପ୍ରତିବର୍ଷ ସ୍ୱାସ୍ଥ୍ର‌୍ୟ ଉପରେ ୧.୧୩ % ଜିଡିପି ଖର୍ଚ୍ଚ କରନ୍ତି,ଯାହା ଅନ୍ୟ ବିକାଶଶୀଳ ଦେଶ ପାଇଁ କମ୍ ହୋଇଥାଏ । ଚୀନ୍ ନିଜ ଜିଡିପିର ୨.୪୫ % ଏବଂ ଥାଇଲ୍ୟାଣ୍ଡ ୨.୯୦ % ସ୍ୱାସ୍ଥ୍ର‌୍ୟସେବାରେ ଲଗାଏ । ମହଙ୍ଗା ଚିକିତ୍ସା ପାଇଁ ଭାରତର ୬୬ ଲକ୍ଷ ପରିବାର ପ୍ରତିବର୍ଷ ଗରବ ସୀମାରେଖା ତଳେ ଆସିଯାନ୍ତି । ୨୪.୯ %ଗ୍ରାମୀଣ ଏବଂ ୧୮.୨% ସହର ଋଣ କରି ନିଜ ଚିକିତ୍ସା କରାନ୍ତି । ଭାରତର ପ୍ରାୟ ୧୭.୩% ଲୋକ ନିଜ ଆୟର ୧୦ ପ୍ରତିଶତ ଚିକିତ୍ସା ପାଇଁ ଖର୍ଚ୍ଚ କରନ୍ତି । କେନ୍ଦ୍ର ସରକାର ୨୦୧୮-୧୯ ବଜେଟରେ ଏହି ଯୋଜନା ପାଇଁ ୧୦ ହଜାର କୋଟି ଟଙ୍କା ଖର୍ଚ୍ଚ କରିସାରିଛି । ଯୋଜନାର ମୋଟ ଖର୍ଚ୍ଚରେ ୬୦ % କେନ୍ଦ୍ର ସରକାର ଏବଂ ୪୦ % ରାଜ୍ୟ ସରକାର ଖର୍ଚ୍ଚ ବହନ କରିବେ ।

୩. ଏହି ଯୋଜନା ପାଇଁ ସରକାର କ’ଣ କରିଛନ୍ତି?

ସରକାର ଏହି ଯୋଜନାରେ ୧୦.୩୪ କୋଟି ପରିବାର ଅର୍ଥାତ୍ ୫୦ କୋଟି ଲୋକଙ୍କୁ ସାମିଲ କରିଛି । ଏହି ପରିବାରରେ କାହାର ଯଦି ସ୍ୱାସ୍ଥ୍ର‌୍ୟ ସମ୍ବନ୍ଧୀୟ କିଛି ଅସୁବିଧା ଉପୁଜେ ତେବେ ସରକାରଙ୍କ ତରଫରୁ ଏଥିପାଇଁ ୫ ଲକ୍ଷ ଟଙ୍କାର ସାହାଯ୍ୟ ମିଳିବ । ଯୋଜନା ମୁତାବକ,ହସ୍ପିଟାଲରେ ଭର୍ତ୍ତି ହେବାର ୩ ଦିନ ପୂର୍ବରୁ ନେଇ ୧୫ ଦିନ ପର୍ଯ୍ୟନ୍ତର ଔଷଧ ଏବଂ ଚିକିତ୍ସାର ଖର୍ଚ୍ଚ ସରକାର ବହନ କରିବେ । ଯଦି କୌଣସି ବ୍ୟକ୍ତି ପୂର୍ବରୁ ରୋଗରେ ପୀଡିତ ଥିବେ ତେବେ ଏହି ଯୋଜନାର ଫାଇଦା ତାଙ୍କୁ ମିଳିବ ।

୪. କିଭଳି ଜାଣିବେ ଆପଣଙ୍କ ନାଁ ଏହି ତାଲିକାରେ ଅଛି କି ନାହିଁ ?

ଏହି ଯୋଜନାରେ ପରିବାରର ସଦସ୍ୟ ସଂଖ୍ୟା ତଥା ତାଙ୍କ ବୟସର କୌଣସି ବାଧ୍ୟତା ନାହିଁ । ୨୦୧୧ ଜନଗଣନା ଅନୁସାରେ ଯିଏ ଗରିବଣ୍ରେଣୀରେ ଅନ୍ତର୍ଭୁକ୍ତ ଥିବେ ସେ ଏହି ଯୋଜନାରେ ଆସିବେ । ତେବେ ଏହି ତାଲିକାରେ ଆପଣଙ୍କ ନାଁ ଅଛି ନାଁ ନାହିଁ ଏଥିପାଇଁ ୩ ଟି ପ୍ରକ୍ରିୟାରେ ଆପଣ ଜାଣିପାରିବେ । ପ୍ରଥମଟି ହେଲା ଯୋଜନାର ୱେବସାଇଟ୍ ଯାହାର ନାଁ mera.pmjay.gov.in.। ଏହି ଯୋଜନାର ହୋମପେଜ୍ ରେ ‘PM Jan Arogya Yojana’ ର ବାକ୍ସ ମିଳିବ । ଏଥିରେ ଆପଣ ଆପଣଙ୍କ ଫୋନ୍ ନମ୍ବର ଦିଅନ୍ତୁ । ଆପଣଙ୍କ ଫୋନରେ ଓଟିପି ଆସିବ । ଏହି ଓଟିପି ଆପଣ ୱେବସାଇଟ୍ ରେ ପକାଇ ଜାଣିପାରିବେ ଯେ ଆପଣଙ୍କ ନାଁ ତାଲିକାରେ ଅଛି କି ନାହିଁ ।

ସରକାରଙ୍କ କହିବାନୁସାରେ ଏହି ଯୋଜନା ଅନ୍ତର୍ଗତ ୧୩୦୦ ପ୍ୟାକେଜ୍ ଅଛି,ଯେଉଁଥିରେ କ୍ୟାନ୍ସର ସର୍ଜରୀ, କେମୋଥେରାପି, ରେଡିଏଶନ୍ , ବାଇପାସ୍ ସର୍ଜରୀ, ନ୍ୟୁରୋ ସର୍ଜରୀ, ମେରୁଦଣ୍ଡ ସର୍ଜରୀ, ଦାନ୍ତ ସର୍ଜରୀ, ଆଖି ସର୍ଜରୀ ଏବଂ ଏମଆରଆଇ, ସିଟି ସ୍କାନ୍ ଭଳି ଜାଞ୍ଚ୍ ମଧ୍ୟ ସାମିଲ ଅଛି ।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: