ମହାକାଶରେ ସୂର୍ଯ୍ୟୋଦୟର ପ୍ରଥମ କିରଣ

ମହାକାଶରେ ସୂର୍ଯ୍ୟୋଦୟର ପ୍ରଥମ କିରଣ

ପ୍ରିଜମ୍ ନ୍ୟୁଜ୍ ବ୍ୟୁରୋ: ନାସା ବୈଜ୍ଞାନିକ ବବ୍ ବେହେନକେନ୍ ସୋସିଆଲ ମିଡିଆ ୟୁଜର୍ସଙ୍କ ପାଇଁ ଏକ ଚମକୃତ ଫଟୋ ପୋଷ୍ଟ କରିଛନ୍ତି। ଇଣ୍ଟରନ୍ୟାସନାଲ ସ୍ପେସ୍ ଷ୍ଟେସନରେ ପୃଥିବୀ ପୃଷ୍ଠରୁ ୪ଶହ କିଲୋମିଟର ଉର୍ଦ୍ଧ୍ୱରେ ସୂର୍ଯ୍ୟୋଦୟ ସମୟର ପ୍ରଥମ କିରଣର ଫୋଟୋକୁ ଉତ୍ତୋଳନ କରିଛନ୍ତି ଏବଂ ତାଙ୍କ ଟ୍ୱିଟର୍ ଆକାଉଣ୍ଟରେ ପୋଷ୍ଟ କରିଛନ୍ତି। ତେବେ ଏହି ଫୋଟୋ ପୋଷ୍ଟ କରି ସେ କ’ଣ ଲେଖିଛନ୍ତି ଦେଖନ୍ତୁ…

ଇଣ୍ଟରନ୍ୟାସନାଲ ସ୍ପେସ୍ ଷ୍ଟେସନ ପ୍ରତି ୯୦ ମିନିଟରେ ପୃଥିବୀ ପରିକ୍ରମା କରିଥାଏ। ଅର୍ଥାତ୍ ମହାକାଶ ଯାତ୍ରୀ ପ୍ରତି ୯୦ ମିନିଟରେ ଥରେ ସୂର୍ଯ୍ୟୋଦୟକ ସାକ୍ଷୀ ଥା’ନ୍ତି। ଦିନକୁ ପ୍ରାୟ ୧୬ ଥର ଏଠାରେ ସୂର୍ଯ୍ୟୋଦୟ ହୋଇଥାଏ। ମହାକାଶ ଯାତ୍ରୀ ବବ୍ ବେହେନକେନ୍ ଏବଂ ଡଗ୍ ହର୍ଲେ ସ୍ପେସ୍ ଷ୍ଟେସନରେ ଦୁଇ ମାସ ବିତାଇବା ପରେ ଆସନ୍ତା ଅଗଷ୍ଟ ୨ ତାରିଖରେ ପୃଥିବୀ ପ୍ରତ୍ୟାବର୍ତ୍ତନ କରିବାର ସମ୍ଭାବନା ରହିଛି। ତେବେ ଏହି ସମୟରେ ମହାକାଶରେ ଉଭୟେ ଅନେକ ଗୁଡ଼ିଏ ଭିଡିଓ ଏବଂ ଫୋଟୋ ପୋଷ୍ଟ କରିଛନ୍ତି।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: