ମାଟ୍ରିକ୍ ରେଜଲ୍ଟ ପ୍ରକାଶ, ବାଜି ମାରିଲେ ଛାତ୍ରୀ

ମାଟ୍ରିକ୍ ରେଜଲ୍ଟ ପ୍ରକାଶ, ବାଜି ମାରିଲେ ଛାତ୍ରୀ

ପ୍ରିଜମ୍ ନ୍ୟୁଜ୍ ବ୍ୟୁରୋ: ପ୍ରକାଶ ପାଇଛି ଚଳିତ ବର୍ଷର ମାଟ୍ରିକ ପରୀକ୍ଷା ଫଳ। ଚଳିତ ବର୍ଷ ପାସ୍ ହାର ୭୮.୭୬ ପ୍ରତିଶତ ରହିଛି। ଭିଡିଓ କନଫରେନ୍ସିଂ ଜରିଆରେ ପ୍ରକାଶ ପାଇଛି ରେଜଲ୍ଟ । ଦିନ ସାଢେ ୧୧ଟାରୁ ୱେବସାଇଟରେ ରେଜଲ୍ଟ ଉପଲବ୍ଧ ଅଛି। ଚଳିତ ବର୍ଷ ରାଜ୍ୟର ପ୍ରାୟ ୫ ଲକ୍ଷ ୬୦ ହଜାର ପରୀକ୍ଷାର୍ଥୀ ମାଟ୍ରିକ୍ ପରୀକ୍ଷା ଦେଇଥିଲେ ।
ତେବେ ଏବର୍ଷ ମଧ୍ୟ ପୁଅଙ୍କ ତୁଳନାରେ ଝିଅ ମାନେ ଭଲ ରେଜଲ୍ଟ କରିଛନ୍ତି। ବୋର୍ଡର ୨ଟି ୱେବସାଇଟ୍ ଓ SMS ଜରିଆରେ ଛାତ୍ରଛାତ୍ରୀ ରେଜଲ୍ଟ ପାଇପାରିବେ। ନିମ୍ନରେ ଦିଆଯାଇଥିବା ୱେବସାଇଟରେ ରେଜଲ୍ଟ ଉପଲବ୍ଧ-

www.bseodisha.ac.in www.bseodisha.nic.in
ସେହିପରି SMS ଜରିଆରେ ରେଜଲ୍ଟ ଜାଣିବା ପାଇଁ OR01 ଲେଖି ସ୍ପେଶ୍ ଦେଇ ନିଜ ରୋଲ୍ ନମ୍ଵର ଲେଖି 5676750କୁ ଏସ୍ଏମ୍ଏସ୍ କଲେ ରେଜଲ୍ଟ ଜାଣିପାରିବେ ଛାତ୍ରଛାତ୍ରୀ ।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: