ମଙ୍ଗଳରେ ଫୁଲ!

ମଙ୍ଗଳରେ ଫୁଲ!

ପ୍ରିଜମ ନ୍ୟୁଜ ବ୍ୟୁରୋ : ପୃଥିବୀ ଛଡା ଅନ୍ୟ ଗ୍ରହରେ ମଣିଷ ବଞ୍ଚିବା ସମ୍ଭବ କି ନୁହେଁ, ଏନେଇ ବୈଜ୍ଞାନିକମାନେ ଗବେଷଣା ଜାରି ରଖିଛନ୍ତି। ପୂର୍ବରୁ ଚନ୍ଦ୍ର ପରେ ମଙ୍ଗଳରେ ମନୁଷ୍ୟ ବଞ୍ଚିବା ପାଇଁ ପାଣି ରହିଛି ବୋଲି ସୂଚନା ମିଳିଥିଲା । ନିକଟରେ ମଙ୍ଗଳ ଗ୍ରହରୁ ନାସା ପକ୍ଷରୁ ଉଠାଯାଇଥିବା ଫଟୋରେ ଏପରି ଏକ ଦୃଶ୍ୟ ସାମ୍ନାକୁ ଅାସିଛି, ଯାହା ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହୋଇଛନ୍ତି। ଫଟୋରେ ମଙ୍ଗଳରେ ଫୁଲ ଫୁଟିଥିବା ନଜରକୁ ଆସିଛି । ଯଦି ମଙ୍ଗଳରେ ଗଛ ବଞ୍ଚିବା ସମ୍ଭବ ହେଉଛି ତେବେ ମନୁଷ୍ୟ ପାଇଁ ଏହା ଅତ୍ୟନ୍ତ ଲାଭଦାୟକ ହେବ ବୋଲି ବୈଜ୍ଞାନିକ ମତ ରଖିଛନ୍ତି। କିନ୍ତୁ ଏହି ଫଟୋର ସତ୍ୟାସତ୍ୟ ବୈଜ୍ଞାନିକ ପ୍ରକାଶ କରିଛନ୍ତି ପ୍ରକୃତରେ ମିଳିଥିବା ଫଟୋ ଏକ ପଥର, ଯାହାକି ଦେଖିବାକୁ ଫୁଲ ଆକୃତିର । ପ୍ରଥମ ଥର ପାଇଁ ଯେତେବେଳେ ଏହାକୁ ବୈଜ୍ଞାନିକମାନେ ଦେଖିଥିଲେ, ସେମାନେ ମଧ୍ୟ ଦ୍ୱନ୍ଦ୍ୱରେ ପଡିଥିଲେ। ପରେ ଫଟୋ ଯାଞ୍ଚ କରିବାରୁ ତାହା ପଥର ବୋଲି ଜଣାପଡିଥିଲା। ଏହି ଫୁଲ ସଦୃଶ ପଥରର ନାମ ବ୍ଲେକଥର୍ନ ସଲ୍ଟ ବୋଲି ରଖାଯାଇଛି।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: