ବଲିଉଡର ଏହି କଳାକାର ୧୦୪ କୋଟିର ମାଲିକ

ବଲିଉଡର ଏହି କଳାକାର ୧୦୪ କୋଟିର ମାଲିକ

ପ୍ରିଜମ ନ୍ୟୁଜ ବ୍ୟୁରୋ : ବି-ଟାଉନରେ ଜଣେ ଦକ୍ଷ କଳାକାର ଭାବେ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି ଟାଇଗର ଶ୍ରଫ। ୩୨ ବର୍ଷରେ ପଦାର୍ପଣ କରିଥିବା ଟାଇଗରଙ୍କୁ ଜନ୍ମଦିନର ଅନେକ ଶୁଭେଚ୍ଛାର ସୁଅ ଛୁଟିଛି । ସେ ନିଜ ଷ୍ଟାଇଲ ଏବଂ ଷ୍ଟଣ୍ଟରେ ସମସ୍ତଙ୍କୁ ଦିଓ୍ୱାନା କରିଛନ୍ତି । ତେବେ ସେ ଏବେ ୧୦୪ କୋଟିର ମାଲିକ। ଟାଇଗରଙ୍କ ଅସଲ ନାମ ହେଉଛି ହେମନ୍ତ ଶ୍ରଫ । ସେ ଅଭିନେତା ଜ୍ୟାକି ଶ୍ରଫଙ୍କ ପୁଅ। ଚଳଚ୍ଚିତ୍ର ହିରୋପନ୍ତି ମାଧ୍ୟମରେ ବଲିଉଡରେ ଡେବ୍ୟୁ କରିଥିଲେ। ଲଗାତର ସେ ହିଟ୍ ଫିଲ୍ମ ଦେଇ ଆସୁଛନ୍ତି । ଗତବର୍ଷର ସିନେମା ଓ୍ବାର ପାଇଁ ବକ୍ସ ଅଫିସରେ ଭଲ ପାଉଣା ବ୍ୟବସାୟ ହୋଇଥିଲା। ତେବେ ଦିନକୁ ଦିନ ତାଙ୍କ ଚାହିଦା ବଢୁଥିବାରୁ ମୋଟା ଅଙ୍କର ପାଉଣା ମଧ୍ୟ ନେଉଛନ୍ତି। ସେ ବାପାଙ୍କ ଭଳି ପୁଅର ମଧ୍ୟ ଦାମୀ ଗାଡ଼ିର ସଉକ ରହିଛି ତାଙ୍କ ପାଖରେ ବିଏମଡବ୍ଲ୍ୟୁ, ମର୍ସିଡିଜ୍, ଜାଗୁଆର, ରେଞ୍ଜ ରୋଭର ଭଳି ଦାମୀ ଗାଡି ରହିଛି। ଏଥିସହ ଟାଇଗର ନିକଟରେ ୮ ବିଏଚ୍କେର ଘର କିଣିଛନ୍ତି ୩୧.୫ କୋଟି ଟଙ୍କାରେ ସେ ଗୋଟିଏ କୋଠାରେ ତିନୋଟି ମହଲା କିଣିଥିବା ଜଣାପଡିଛି।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: