ୟୁକ୍ରେନରୁ ଫେରିଲେଣି ୬୨୦୦ରୁ ଅଧିକ ଭାରତୀୟ

ୟୁକ୍ରେନରୁ ଫେରିଲେଣି ୬୨୦୦ରୁ ଅଧିକ ଭାରତୀୟ

ପ୍ରିଜମ ନ୍ୟୁଜ ବ୍ୟୁରୋ: ୟୁକ୍ରେନରେ ଫସି ରହିଥିବା ଭାରତୀୟମାନଙ୍କୁ ଫେରାଇ ଆଣିବା ଲାଗି ‘ଅପରେସନ ଗଙ୍ଗା’ ଅଧୀନରେ ଭାରତ ଏକ ବ୍ୟାପକ ଉଦ୍ଧାର ଅଭିଯାନ ଜାରି ରଖିଛି । ଦ୍ରୁତ ଗତିରେ ଭାରତୀୟମାନଙ୍କୁ ଫେରାଇ ଆଣିବା ଲାଗି ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ସହ ନିବିଡ଼ ସହଯୋଗରେ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ସମସ୍ତ ପ୍ରକାର ପ୍ରୟାସ କରୁଛି । ଦ୍ରୁତ ଉଦ୍ଧାର ପ୍ରକ୍ରିୟାରେ ଇଣ୍ଡିଆନ ଏୟାର ଲାଇନ୍ସ ନିଜର ସମସ୍ତ ଚେଷ୍ଟା ଜାରି ରଖିଛି। ଚାରି ଜଣ କେନ୍ଦ୍ର ମନ୍ତ୍ରୀ ହରଦୀପ ସିଂ ପୁରୀ, ଜ୍ୟୋତିରାଦିତ୍ୟ ଏମ ସିନ୍ଧିଆ, କୀରନ ରିଜିଜୁ ଏବଂ ଜେନେରାଲ ଭି.କେ. ସିଂ ଉଦ୍ଧାର କାର୍ଯ୍ୟ ତଦାରଖ ଓ ସହାୟତା କରିବା ଲାଗି ୟୁକ୍ରେନ ନିକଟବର୍ତ୍ତୀ ଦେଶକୁ ଯାଇଛନ୍ତି । ଭାରତୀୟ ବେସାମରିକ ବିମାନ ସହିତ ଭାରତୀୟ ବାୟୁସେନାର ବିମାନ ନିୟମିତ ଭାବେ ଅଟକ ରହିଥିବା ଭାରତୀୟ ଛାତ୍ରଛାତ୍ରୀଙ୍କୁ ଲଗାତାର ଉଦ୍ଧାର କାର୍ଯ୍ୟରେ ନିୟୋଜିତ ରହିଛନ୍ତି । ଉଦ୍ଧାର ପ୍ରକ୍ରିୟା ଫେବୃଆରୀ ୨୨ ତାରିଖରୁ ଆରମ୍ଭ ହୋଇଥିଲା। ବର୍ତ୍ତମାନ ସୁଦ୍ଧା ୬୨୦୦ରୁ ଅଧିକ ଭାରତୀୟ ଫେରି ଆସିଛନ୍ତି । ଆଜି ୧୦ଟି ସ୍ୱତନ୍ତ୍ର ବେସାମରିକ ବିମାନ ଜରିଆରେ ୨୧୮୫ ଜଣ ଭାରତୀୟ ସ୍ୱଦେଶ ଫେରିଛନ୍ତି ।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: