ଆରପାରିରେ କମଳ ଦେଶ ରାଜକୁମାର

ଆରପାରିରେ କମଳ ଦେଶ ରାଜକୁମାର

ପ୍ରିଜମ ନ୍ୟୁଜ ବ୍ୟୁରୋ: ଆରପାରିକୁ ଚାଲିଗଲେ କମଳ ଦେଶ ରାଜକୁମାର। ନିରବି ଗଲେ ଶତ ଶତ ସୁରିଲା ଗୀତର ସ୍ରଷ୍ଟା ପ୍ରଫୁଲ୍ଲ କର। ୮୩ ବର୍ଷ ବୟସରେ ଆଜି ତାଙ୍କର ଦେହାନ୍ତ ହୋଇଛି। ତାଙ୍କର ପରଲୋକ ନେଇ ପ୍ରଫୁଲ୍ଲ କରଙ୍କ ପୁଅ ମହାଦୀପ କର ସୂଚନା ଦେଇଛନ୍ତି। ଭୁବନେଶ୍ୱରର ସତ୍ୟନଗର ବାସଭବନରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ୧୯୪୮ ମସିହା ଫେବ୍ରୁଆରୀ ୧୬ ତାରିଖରେ ପୁରୀରେ ଜନ୍ମ ଗ୍ରହଣ କରିଥିଲେ ସ୍ବନାମଧନ୍ୟ ସଙ୍ଗୀତଜ୍ଞ ପ୍ରଫୁଲ କର। ସେ ଏକଧାରାରେ ଗାୟକ, ଗୀତିକାର ଓ ସମ୍ଭକାର ମଧ୍ୟ ଥିଲେ। ଓଡ଼ିଆ ଗୀତରେ ଅନେକ ପରୀକ୍ଷା ନିରୀକ୍ଷା ପ୍ରଫୁଲ୍ଲ କରିଥିଲେ। ୭୦ଟି ଓଡ଼ିଆ ଚଳଚ୍ଚିତ୍ରରେ ସେ କଣ୍ଠଦାନ କରିଥିଲେ।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: