ଏହି ଗାଁକୁ ଯିବା ପୂର୍ବରୁ କାଟିବାକୁ ପଡ଼େ ଶରୀରର ଗୋଟିଏ ଅଙ୍ଗ, ଜାଣନ୍ତୁ କାରଣ କ’ଣ

ଏହି ଗାଁକୁ ଯିବା ପୂର୍ବରୁ କାଟିବାକୁ ପଡ଼େ ଶରୀରର ଗୋଟିଏ ଅଙ୍ଗ, ଜାଣନ୍ତୁ କାରଣ କ’ଣ

ପ୍ରିଜମ୍ ନ୍ୟୁଜ ବ୍ୟୁରୋ: ଦୁନିଆର ଯେ କୌଣସି ସ୍ଥାନ ହେଉନା କାହିଁକି ସେଠାରେ ରହିବା ପାଇଁ କିଛି ନା କିଛି ନିୟମ କାନୁନ ମାନିବାକୁ ପଡିଥାଏ। କୋଉଠି ଖାଦ୍ୟ ପେୟେ ଉପରେ କଟକଣା ରହିଥାଏ ତ ପୁଣି କେଉଁଠି ପୋଷାକ ଉପରେ କଟକଣା ରହିଥାଏ। କିନ୍ତୁ ଭାବନ୍ତୁ ତ ଯଦି ଆପଣଙ୍କୁ କୌଣସି ସ୍ଥାନରେ ରହିବା ପାଇଁ ଶରୀରର ଗୋଟିଏ ଅଂଶକୁ ଅପସାରଣ କରିବା ପଡ଼େ? ଆପଣଙ୍କୁ ଆଶ୍ଚର୍ଯ୍ୟ ହେଉଥିବେ ନିଶ୍ଚୟ। କିନ୍ତୁ ଦୁନିଆର ଏପରି ଏକ ଗାଁ ଅଛି ଯେଉଁଠାରେ ରହିବା ପାଇଁ ପେଟର ଅସ୍ତ୍ରୋପଚାର କରି ଆପେଣ୍ଡିକ୍ସକୁ ବାହାର କରିବାକୁ ପଡ଼ିଥାଏ। ଏହି ଗାଁଟିର ନାମ ହେଉଛି ‘ଭିଲାସ୍ ଲାସ୍ ଏଷ୍ଟ୍ରେଲାସ୍’। ଯାହାକି ଆଣ୍ଟାର୍କଟିକା ମହାଦ୍ୱୀପରେ ଅବସ୍ଥିତ। ଏହି ଗାଁରେ ଅନେକ ସାଧାରଣ ସୁବିଧା ସୁଯୋଗର ଅଭାବ ରହିଛି। ତଥାପି, ଆବଶ୍ୟକତା ଅନୁଯାୟୀ ଜେନେରାଲ ଷ୍ଟୋର, ବ୍ୟାଙ୍କ, ସ୍କୁଲ, ଛୋଟ ଡାକଘର ଏବଂ ଡାକ୍ତରଖାନା ଏଠାରେ ନିର୍ମାଣ କରାଯାଇଛି। ପିଲାମାନେ ଏଠାରେ ଥିବା ବିଦ୍ୟାଳୟରେ ମୌଳିକ ଶିକ୍ଷା ପାଆନ୍ତି, କିନ୍ତୁ ଡାକ୍ତରଖାନାରେ ଚିକିତ୍ସା କେବଳ କାମ ଚଳା ଅଟେ। ଭଲ ଚିକିତ୍ସା ପାଇଁ ଆଣ୍ଟାର୍କଟିକାରେ ଏକ ବଡ ଡାକ୍ତରଖାନା ଅଛି, ଯାହା ଭିଲାସ୍ ଲାସ୍ ଏଷ୍ଟ୍ରେଲାସ୍ ଗାଁଠାରୁ ୧୦୦୦ କିଲୋମିଟର ଦୂରରେ ଅବସ୍ଥିତ। ଏପରି ପରିସ୍ଥିତିରେ, ଭିଲାସ୍ ଲାସ୍ ଏଷ୍ଟ୍ରେଲାସ ଗାଁର ଯଦି କେହି ବ୍ୟକ୍ତି ଆପେଣ୍ଡିକ୍ସ ଯନ୍ତ୍ରଣା ଭୋଗନ୍ତି, ତେବେ ମୃତ୍ୟୁର ଆଶଙ୍କା ଅଧିକ ରହିଥାଏ। ଏହି କାରଣରୁ ଆପେଣ୍ଡିକ୍ସକୁ ଏକ ଅଣ-ଅତ୍ୟାବଶ୍ୟକ ଅଙ୍ଗ ଭାବେ ବିଚାର କରି ଏଠାକାର ଲୋକ ତାକୁ ଅସ୍ତ୍ରପ୍ରଚାର ଦ୍ଵାରା ଅପସାରଣ କରିଦେଇଥାଆନ୍ତି। ଭିଲାସ୍ ଲାସ୍ ଏଷ୍ଟ୍ରେଲାସ୍ ହେଉଛି ଆଣ୍ଟାର୍କଟିକାର ସେହି ଅଞ୍ଚଳ, ଯେଉଁଠାରେ ବୈଜ୍ଞାନିକମାନେ ଅନୁସନ୍ଧାନ ଉଦ୍ଦେଶ୍ୟରେ ରୁହନ୍ତି କିମ୍ବା ଚିଲିର ବାୟୁସେନା ଏବଂ ସ୍ଥଳ ସେନା କର୍ମଚାରୀମାନେ ବାସ କରନ୍ତି। ଅଧିକାଂଶ ସୈନିକ ଏଠାକୁ ଆସନ୍ତି ଏବଂ ଯାଆନ୍ତି, କିନ୍ତୁ ଅନେକ ବୈଜ୍ଞାନିକ ଏବଂ ସୈନିକ ନିଜ ପରିବାର ଧରି ଏଠାରେ ଦୀର୍ଘ ବର୍ଷ ହେଲା ରହିଆସୁଛନ୍ତି । ଏଭଳି ପରିସ୍ଥିତିରେ ବିଶେଷ ଧ୍ୟାନ ଦିଆଯାଏ ଯେ ଏଠାକୁ ଆସୁଥିବା ଏବଂ ରହୁଥିବା ଲୋକମାନେ ସମ୍ପୂର୍ଣ୍ଣ ସୁସ୍ଥ ଅଛନ୍ତି ଏବଂ ଯେପରି କୌଣସି ପ୍ରକାର ଜରୁରୀକାଳୀନ ପରିସ୍ଥିତି ସୃଷ୍ଟି ନହୁଏ। ପରିବାର ସହିତ ରହୁଥିବା ଲୋକଙ୍କୁ ଆଉ ଗୋଟିଏ ଦିଗ ପ୍ରତି ଯତ୍ନଶୀଳ ହେବାକୁ ମଧ୍ୟ ପରାମର୍ଶ ଦିଆଯାଇଥାଏ। ବିଶେଷକରି ଯେଉଁମାନେ ସେନା ଶିବିରରେ ରହୁଛନ୍ତି ସେମାନଙ୍କ ପତ୍ନୀ ଯେପରି ଏଠାରେ ଗର୍ଭବତୀ ନହୁଅନ୍ତି ସେ ନେଇ ନିର୍ଦ୍ଦେଶ ଦିଆଯାଇଥାଏ। କାରଣ ଚିକିତ୍ସା ସୁବିଧା ଅଭାବରୁ କୌଣସି ବି ବଡ଼ ସମସ୍ୟା ଉପୁଜିପାରେ। କମ୍ ଜନସଂଖ୍ୟା ବିଶିଷ୍ଟ ଏହି ଗାଁ ବର୍ଷସାରା ବରଫରେ ଆବୃତ ହୋଇ ରହିଥାଏ। ଏଠାରେ ପହଞ୍ଚିବା ପାଇଁ ଜଣଙ୍କୁ ଟ୍ରକ୍ କିମ୍ବା ରାଫ୍ଟିଂ ବୋଟ ବ୍ୟବହାର କରିବାକୁ ପଡିଥାଏ। ଏହି ଗାଁକୁ କୌଣସି ସାଧାରଣ ପରିବହନ ସୁବିଧା ନାହିଁ। ଯଦିଓ ଏଠାରେ ତାପମାତ୍ରା ମାଇନସ୍ ସେଲସିୟସ୍ ରହିଥାଏ, କିନ୍ତୁ ସମ୍ପୂର୍ଣ୍ଣ ଆଣ୍ଟାର୍କଟିକା ତାପମାତ୍ରା ଦୃଷ୍ଟିରୁ ଏହା ଅତ୍ୟଧିକ ଗରମ ବୋଲି ବିବେଚନା କରାଯାଏ।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: