କମ୍ପାନୀର ବମ୍ପର ଅଫର୍, ମକା- ସୋୟାବିନ ଦିଅ Toyota ଗାଡ଼ି ନିଅ

କମ୍ପାନୀର ବମ୍ପର ଅଫର୍, ମକା- ସୋୟାବିନ ଦିଅ Toyota ଗାଡ଼ି ନିଅ

ପ୍ରିଜମ୍ ନ୍ୟୁଜ ବ୍ୟୁରୋ: ନିଜର ଉତ୍ପାଦକୁ ଅଧିକରୁ ଅଧିକ ସେଲ କରିବା ପାଇଁ କମ୍ପାନୀ ହେଉ କି ଅନୁଷ୍ଠାନ ବିଭିନ୍ନ ପ୍ରକାର ଅଫର୍ ଦେଇଥାନ୍ତି। ହେଲେ ଜାପାନୀ କମ୍ପାନୀ ଟୟୋଟା ଅଟୋମୋବାଇଲ କ୍ଷେତ୍ରରେ ଯେଉଁ ଅଫର୍ ଆଣିଛି ଆପଣ ଜାଣିଲେ କାବା ହେବେ। ଏହି କମ୍ପାନୀ ଦକ୍ଷିଣ ଆମେରିକାର କୃଷକମାନଙ୍କୁ ବିଳାସପୂର୍ଣ୍ଣ କାର କିଣିବାର ସୁଯୋଗ ଦେଉଛି। କୌତୁହଳର ବିଷୟ ହେଉଛି ଯେ କୃଷମାନଙ୍କୁ ସେମାନଙ୍କ ଫସଲ ବିକ୍ରୟ କରି ଏଥିପାଇଁ ଟଙ୍କା ଏକାଠି କରିବାକୁ ପଡିବ ନାହିଁ କି ବ୍ୟାଙ୍କରୁ ଋଣ ଆଣିବାକୁ ପଡ଼ିବନି, ବରଂ ସେମାନେ ସେମାନଙ୍କର ଫସଲକୁ ସିଧାସଳଖ ଶୋ’ରୁମକୁ ଦେଇ ନିଜ ପସନ୍ଦର ବିଳାସପୂର୍ଣ୍ଣ କାର ଘରକୁ ନେଇପାରିବେ।
ଟୟୋଟା ବାର୍ଟର ନାମକ ଏହି ଯୋଜନାରେ କୃଷକମାନେ ସୋୟାବିନ୍ କିମ୍ବା ମକା ଫସଲ ବଦଳରେ ଟୟୋଟା ଏସୟୁଭି କିମ୍ବା ଟୟୋଟା ପିକଅପ୍ ନେଇପାରିବେ। ଏହାକୁ ଏଗ୍ରି ବ୍ୟବସାୟର ନାମ ଦେଇ କମ୍ପାନୀ କୃଷକମାନଙ୍କୁ ଉନ୍ନତମାନର ଅଫର ଦେଇଛି। ସୋୟାବିନ୍ ଏବଂ ମକା ବଦଳରେ ସେମାନେ ପାଉଥିବା ଯାନଗୁଡ଼ିକ ହେଉଛି – ଟୟୋଟା ହିଲକ୍ସ ପିକଅପ୍ ଟ୍ରକ୍, ଟୟୋଟା ଫର୍ଚୁନର୍ କିମ୍ବା ଟୟୋଟା କରୋଲା କ୍ରସ୍ ଏସୟୁଭି।
ଏହି ଅଫର ପାଇଁ ସୋୟାବିନ୍ ଏବଂ ମକା ଫସଲ ବଜାର ଦରରେ ନିଆଯିବ। ଯେତେବେଳେ ଏହାର ଓଜନ ବଜାର ମୂଲ୍ୟ ଅନୁଯାୟୀ ଗାଡ଼ି ଦରରେ ପହଞ୍ଚିବ ସେତେବେଳେ ଗାଡ଼ିଟି କୃଷକଙ୍କର ହୋଇଯିବ। ଏହା ପୂର୍ବରୁ ଫସଲକୁ ପୁଙ୍ଖାନୁପୁଙ୍ଖ ଯାଞ୍ଚ କରାଯିବ। ଗୁଣବତ୍ତା ଯାଞ୍ଚ ପରେ ହିଁ ଫସଲକୁ ନିଆଯିବ। ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ବ୍ରାଜିଲରେ ଟୟୋଟା ର ପ୍ରତ୍ୟକ୍ଷ ବିକ୍ରିର ୧୬ ପ୍ରତିଶତ କୃଷି କ୍ଷେତ୍ରରୁ ଆସୁଛି। ଏଭଳି ପରିସ୍ଥିତିରେ କାର ନିର୍ମାତା ଆଶା କରୁଛନ୍ତି ଯେ ଏହି ଅଫର ସେମାନଙ୍କ ବିକ୍ରୟକୁ ବୃଦ୍ଧି କରିବ।
୨୦୧୯ ମସିହାରେ, ଏହି ପାଇଲଟ୍ ପ୍ରୋଜେକ୍ଟ ଗାଡ଼ି ତିଆରି କମ୍ପାନୀ ଦ୍ୱାରା ଆରମ୍ଭ ହୋଇଥିଲା। କିନ୍ତୁ ବର୍ତ୍ତମାନ ଏହି ଏଗ୍ରୀ ବ୍ୟବସାୟକୁ ବିକଶିତ କରାଯାଉଛି, ଯାହା ଦ୍ଵାରା କମ୍ପାନୀ ବିକ୍ରିରେ ଲାଭ ମିଳିବ। ଏହି ଯୋଜନା ବାହିଆ, ମ୍ୟାଟୋ ଗ୍ରାସୋ, ଗୋୟାସ, ସାଓ ପାଉଲୋ, ବ୍ରାଜିଲ ପରି ଅଞ୍ଚଳରେ ଏବେ ଚାଲିଛି। ବର୍ତ୍ତମାନ ଏହା ଅନ୍ୟ ସ୍ଥାନକୁ ମଧ୍ୟ ବିସ୍ତାର କରାଯାଇଛି। ଏହି ବ୍ୟବସ୍ଥା ମାଧ୍ୟମରେ ନଗଦ ଟଙ୍କା କିମ୍ବା କାର୍ଡ ମାଧ୍ୟମରେ ପେମେଣ୍ଟ କରିବାର ଝିନଝଟ ନାହିଁ, ଏହାସହ କୃଷକମାନେ ସିଧାସଳଖ ଫସଲକୁ ଦେଇ ନିଜ ଘରକୁ ଗାଡ଼ି ଆଣିବାର ସୁଯୋଗ ପାଉଛନ୍ତି। ଉଲ୍ଲେଖଥାଉ କି, ପୁରାତନ କାଳରେ, ଭାରତରେ ଶସ୍ୟ ବଦଳରେ ସାମଗ୍ରୀ ନେବା ପ୍ରଣାଳୀ ଚାଲିଥିଲା, ଯାହାକୁ ବର୍ତ୍ତମାନ ଏହି ଅଟୋମୋବାଇଲ କମ୍ପାନୀ ଆପଣାଇଛି।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: