୩୬ ଦେଶ ପାଇଁ ମସ୍କୋ ବନ୍ଦ କରିଛି ଏୟାର ସ୍ପେସ

୩୬ ଦେଶ ପାଇଁ ମସ୍କୋ ବନ୍ଦ କରିଛି ଏୟାର ସ୍ପେସ

ପ୍ରିଜମ ନ୍ୟୁଜ ବ୍ୟୁରୋ: ବିଫଳ ହେଲା ରୁଷିଆ-ୟୁକ୍ରେନ ଯୁଦ୍ଧର ୫ମ ଦିବସ ଆଲୋଚନା। ବେଲାରୁଷରେ ହୋଇଥିବା ଶାନ୍ତି ଆଲୋଚନା ଏକପ୍ରକାର ବିଫଳ ହୋଇଛି । ୟୁକ୍ରେନ ସପକ୍ଷରେ ୟୁରୋପୀୟ ଦେଶଗୁଡିକ ସହାୟତା ଯୋଗାଉ ଥିବାରୁ ରୁଷ ଏ ନେଇ କ୍ଷୋଭ ପ୍ରକାଶ କରିଛି। ସୋମବାର ରାଷ୍ଟ୍ରପତି ଭ୍ଲାଡିମିର ପୁତିନଙ୍କ ନିର୍ଦ୍ଦେଶକ୍ରମେ ବ୍ରିଟେନ, ଜର୍ମାନୀ ସମେତ ୩୬ ଦେଶ ପାଇଁ ମସ୍କୋ ନିଜର ଏୟାର ସ୍ପେସ ବନ୍ଦ କରିଛି । ପୂର୍ବରୁ ୟୁରୋପୀୟ ସଂଘଗୁଡିକ ରୁଷିଆ ଏୟାରଲାଇନ୍ସ ପାଇଁ ସମାନ ପଦକ୍ଷେପ ଗ୍ରହଣ କରିଥିଲେ । ଏଥିଯୋଗୁ ରୁଷ ବୈଦେଶିକ ମନ୍ତ୍ରୀ ସର୍ଗେଇ ଭିକ୍ଟୋରୋଭିଚଙ୍କ ଜେନେଭା ଗସ୍ତ ବାତିଲ ହୋଇଥିଲା ।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: