ମାର୍ଚ୍ଚ ୨୪ରୁ ପୌର ନିର୍ବାଚନ

ମାର୍ଚ୍ଚ ୨୪ରୁ ପୌର ନିର୍ବାଚନ

ପ୍ରିଜମ ନ୍ୟୁଜ ବ୍ୟୁରୋ: ମାର୍ଚ୍ଚ ୨୪ ତାରିଖରେ ୩ ମହାନଗର ନିଗମ ସମେତ ରାଜ୍ୟର ସମସ୍ତ ପୌରାଞ୍ଚଳରେ ନିର୍ବାଚନ ଅନୁଷ୍ଠିତ ହେବ । ସେହିଦିନ ସକାଳ ୮ଟାରୁ ଅପରାହ୍ନ ୫ଟା ପର୍ଯ୍ୟନ୍ତ ମତଦାନ ହେବ ବୋଲି ରାଜ୍ୟ ନିର୍ବାଚନ ଆୟୋଗ ଆଜି ଜାରି ବିଜ୍ଞପ୍ତିରେ ପ୍ରକାଶ କରିଛନ୍ତି । ତେବେ ଫେବୃୟାରୀ ୨୮ ତାରିଖରେ ବିଧିବଦ୍ଧ ଭାବେ ନିର୍ବାଚନ ନେଇ ବିଜ୍ଞପ୍ତି ପ୍ରକାଶ ପାଇବ । ଆଜି ପ୍ରକାଶିତ ନିର୍ବାଚନ କମିଶନଙ୍କ ବିଜ୍ଞପ୍ତି ଅନୁଯାୟୀ ମାର୍ଚ୍ଚ ୨ରୁ ୭ ତାରିଖ ପର୍ଯ୍ୟନ୍ତ ୩ଟି ମହାନଗର ନିଗମର ମେୟର ଓ କର୍ପୋରେଟର ଏବଂ ଅନ୍ୟ ପୌରସଂସ୍ଥା ଓ ବିଜ୍ଞପିତ ଅଞ୍ଚଳ ପରିଷଦର ଅଧ୍ୟକ୍ଷ ଓ କାଉନସିଲର ପଦବୀ ପାଇଁ ପ୍ରାର୍ଥୀପତ୍ର ଦାଖଲ ହେବ । ପ୍ରତ୍ୟେକ ଦିନ ଅପରାହ୍ନ ୫ଟାରେ ମନୋନୟନ ପତ୍ର ଦାଖଲ କରିଥିବା ପ୍ରାର୍ଥୀମାନଙ୍କ ତାଲିକା ପ୍ରକାଶ ପାଇବ । ମାର୍ଚ୍ଚ ୯ ତାରିଖରେ ଦାଖଲ ହୋଇଥିବା ମନୋନୟନ ପତ୍ରଗୁଡିକର ତନଖି କରାଯିବ ଏବଂ ୧୦ ତାରିଖ ଦିନ ପୂର୍ବାହ୍ନ ୧୧ଟାରେ ବୈଧ ପ୍ରାର୍ଥୀ ତାଲିକା ପ୍ରକାଶ ପାଇବ । ଯେଉଁମାନେ ଚାହିଁବେ ସେମାନେ ୧୪ ତାରିଖ ଅପରାହ୍ନ ୩ଟା ସୁଦ୍ଧା ପ୍ରାର୍ଥୀପତ୍ର ପ୍ରତ୍ୟାହାର କରିପାରିବେ । ସେହିଦିନ ଅପରାହ୍ନ ୫ଟାରେ ଚୂଡାନ୍ତ ପ୍ରାର୍ଥୀ ତାଲିକା ପ୍ରକାଶ ପାଇବ । ମାର୍ଚ୍ଚ ୨୪ ତାରିଖରେ ଭୋଟ ଗ୍ରହଣ ପାଇଁ ଦିନ ଧାର୍ଯ୍ୟ ହୋଇଥିବା ବେଳେ ୨୬ ତାରିଖ ସକାଳ ୮ଟାରୁ ଭୋଟ ଗଣତି ହେବ । ମାର୍ଚ୍ଚ ୨୯ ତାରିଖରେ ବିଜୟୀ ପ୍ରାର୍ଥୀମାନଙ୍କର ତାଲିକା ବିଧିବଦ୍ଧ ଭାବେ ଗେଜେଟ ବିଜ୍ଞପ୍ତି ଆକାରରେ ଘୋଷଣା କରାଯିବ । ଏହାପରେ ଏପ୍ରିଲ ୮ ତାରିଖରେ ୩ଟି ମହାନଗର ନିଗମର ଡେପୁଟି ମେୟର ଓ ୭ ତାରିଖରେ ନିର୍ବାଚନ ହୋଇଥିବା ଅନ୍ୟ ମ୍ୟୁନିସିପାଲିଟି ଓ ଏନଏସି ଗୁଡିକର ଉପାଧ୍ୟକ୍ଷ ପଦବୀ ପାଇଁ ନିର୍ବାଚନ ଅନୁଷ୍ଠିତ ହେବ ।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: