ସ୍କୁଲ ଗଲେ ପ୍ରଥମରୁ ପଞ୍ଚମ ପିଲା

ସ୍କୁଲ ଗଲେ ପ୍ରଥମରୁ ପଞ୍ଚମ ପିଲା

ପ୍ରିଜମ ନ୍ୟୁଜ ବ୍ୟୁରୋ: ପ୍ରଥମ ଥର ପାଇଁ ସ୍କୁଲ ଗଲେ କୁନି ପିଲା। ଦୀର୍ଘ ଦୁଇବର୍ଷର ବ୍ଯବଧାନ ପରେ ସେମାନେ ସ୍କୁଲ ମାଟି ମାଡିଲେ।ପ୍ରଥମରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ପିଲା ସୋମବାରଠାରୁ ସ୍କୁଲ ଆସିଛନ୍ତି । ନୂଆ କରି ସ୍କୁଲ ଯାଇଥିବାରୁ ପିଲାଙ୍କ ମଧ୍ୟରେ ଉତ୍କଣ୍ଠା ଦେଖିବାକୁ ମିଳିଥିଲା। ରାଜ୍ୟରେ ସୋମବାରଠାରୁ ପ୍ରାଥମିକ ପିଲାମାନେ ସ୍କୁଲ ଯାଇଛନ୍ତି। ଯଦିଓ ସେମାନଙ୍କ ସ୍କୁଲ ୧୪ ତାରିଖରୁ ଖୋଲିଥିଲା , କିନ୍ତୁ ସେ ସମୟରେ କେବଳ ଶିକ୍ଷକ ଓ କର୍ମଚାରୀମାନେ ସ୍କୁଲ ଆସୁଥିଲେ। ବିଭାଗୀୟ ନିର୍ଦ୍ଦେଶାନୁସାରେ, ପ୍ରଥମ ଦିନ ପିଲାଙ୍କୁ ସ୍ବାଗତ କରିବା ପାଇଁ କରାଯାଇଥିଲା ବ୍ୟାପକ ବ୍ୟବସ୍ଥା। ସ୍କୁଲ ପ୍ରବେଶ ଦ୍ୱାରରେ ପିଲାଙ୍କୁ ସ୍ବାଗତ କରିବା ପାଇଁ ଫୁଲରେ ସାଜସଜା କରାଯାଇଥିଲା। ଫୁଲ, ଚନ୍ଦନ ଟିକା ଦେଇ ସ୍ବାଗତ କରାଯିବା ସହିତ ସାନିଟାଇଜର, ଥର୍ମାନ ସ୍କ୍ରିନିଂ କରାଯାଇଥିଲା। ଅନେକ ପିଲା ଦୁଇବର୍ଷ ତଳେ ସ୍କୁଲରେ ନାମ ଲେଖାଇଥିଲେ ମଧ୍ୟ ସ୍କୁଲ ବନ୍ଦ ଥିବାରୁ ଯାଇନଥିଲେ।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: