ଚିକଣ ତ୍ଵଚା ପାଇଁ ଚାଉଳ ଗୁଣ୍ଡରେ କରନ୍ତୁ ସ୍କ୍ରବ୍

ଚିକଣ ତ୍ଵଚା ପାଇଁ ଚାଉଳ ଗୁଣ୍ଡରେ କରନ୍ତୁ ସ୍କ୍ରବ୍

ପ୍ରିଜମ୍ ନ୍ୟୁଜ ବ୍ୟୁରୋ: ତ୍ୱଚା ସୁନ୍ଦରତା ପାଇଁ ସ୍କ୍ରବ୍ ଏକ ସହଜ ଓ ସରଳ ମଧ୍ୟମ ହୋଇଥାଏ। ସ୍କ୍ରବ୍ କରିବା ଦ୍ୱାରା ତ୍ବଚାର ଲୋମଛିଦ୍ର ଖୋଲିବା ସହ ରଙ୍ଗ ତୋଫା ହୋଇଥାଏ। କେହି କେହି ପାର୍ଲର ଯାଇ ମୁଁହ ସ୍କ୍ରବ୍ କରୁଥିବା ବେଳେ କେହି କେହି ଘରେ ବଜାର ତିଆରି ପ୍ରଡକ୍ଟ ଆଣି ସ୍କ୍ରବ୍ କରିଥାନ୍ତି। କିନ୍ତୁ ସବୁବେଳେ କେମିକାଲ ଯୁକ୍ତ ଉପାଦାନ ବ୍ୟବହାର କରିବା ତ୍ଵଚା ପାଇଁ ଭଲ ହୋଇନଥାଏ। ତେଣୁ ଘରୋଇ ଉପାୟରେ ସ୍କ୍ରବ୍ କରିବା ଭଲ। ଆପଣ ଅନେକ ପ୍ରକାର ଜିନିଷ ବ୍ୟବହାର କରି ଘରେ ସ୍କ୍ରବ୍ କରିପାରିବେ। ହେଲେ ପେସ୍ତାବାଦାମ ଓ ଚାଉଳ ଗୁଣ୍ଡକୁ ନିୟମିତ ସ୍କ୍ରବ୍ ଭାବେ ବ୍ୟବହାର କରିଲେ ଭଲ ଲାଭ ମିଳିଥାଏ ।
ଏହି ସ୍କ୍ରବ୍ ସବୁ ପ୍ରକାର ତ୍ଵଚା ପାଇଁ ଉପକାରୀ ହୋଇଥିବା ବେଳେ। ଆପଣ ଏହାକୁ ସପ୍ତାହରେ ଦୁଇରୁ ତିନି ଥର ବ୍ୟବହାର କରି ପାରିବେ।ପେସ୍ତାବାଦାମ ଓ ଚାଉଳ ଗୁଣ୍ଡ ମିଶାଇ ସ୍କ୍ରବ୍ କରିବା ଦ୍ୱାରା ମୃତ କେସ ବାହାରିବା ସହ ସନ୍ ଟ୍ୟାନ, ପ୍ୟାଚେସ, ବ୍ରଣ ଦାଗ ଆଦି ଭଲ ହୋଇଥାଏ। ଏହାସହ ତ୍ୱଚା ଚିକଣ ଓ ଉଜ୍ବଳ ହୋଇଥାଏ। ଆପଣ ଏହାକୁ ଅଳ୍ପ ଦହି, ଗୋଲାପ ଜଳ, ମହୁ କିମ୍ବା ଆଲୋଭରା ଜେଲ୍ ସହ ମିଶାଇ ସ୍କ୍ରବ୍ କରି ପାରିବେ।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: