ଓଲିଉଡରେ ହଇଚଇ ସୃଷ୍ଟି କଲା ମୁନ୍ ଟିଭି ମୁଭିଜ୍‌, ଏକାଠି ୧୦ଟି ଫିଲ୍ମ ନିର୍ମାଣ ଘୋଷଣା

ଓଲିଉଡରେ ହଇଚଇ ସୃଷ୍ଟି କଲା ମୁନ୍ ଟିଭି ମୁଭିଜ୍‌, ଏକାଠି ୧୦ଟି ଫିଲ୍ମ ନିର୍ମାଣ ଘୋଷଣା

ପ୍ରିଜମ ନ୍ୟୁଜ ବ୍ୟୁରୋ: କରୋନା ମହାମାରୀ ପାଇଁ ଶିଥିଳ ପଡିଥିଲା ଓଲିଉଡ ଇଣ୍ଡଷ୍ଟ୍ରୀ । ହେଲେ ମୁନ୍ ଟିଭି ମୁଭିଜର ସଦ୍ୟ ଘୋଷଣା ଓଡିଆ ଚଳଚ୍ଚିତ୍ର ଜଗତର ମାହୋଲକୁ ସରଗରମ କରିଦେଇଛି । ଗୋଟିଏ କି ଦୁଇଟି ନୁହେଁ ବରଂ ୧୦ଟି ଫିଲ୍ମ ନିର୍ମାଣ କରିବାକୁ ଘୋଷଣା କରିଛି ଓଡିଶାର ଜଣାଶୁଣା ଫିଲ୍ମ ପ୍ରଡକ୍ସନ୍ ହାଉସ୍ ମୁନ୍ ଟିଭି ମୁଭିଜ୍ । ସମସ୍ତ ଫିଲ୍ମର ପ୍ରଯୋଜନା ଭାର ସମ୍ଭାଳିବେ ସଚ୍ଚିକାନ୍ତ ଜେନା ଓ ବିନି ପଟ୍ଟନାୟକ । ଅନ୍ୟପଟେ ଉପଦେଷ୍ଟା ଭୂମିକା ଗ୍ରହଣ କରିଛନ୍ତି କଲ୍ୟାଣ ବାରିକ । ସେହିପରି ସମସ୍ତ ଫିଲ୍ମର ଚିତ୍ରନାଟ୍ୟ ସହ ସଂଳାପ ଭାର ତୁଲାଇବେ ଡଃ ରଜନୀ ରଂଜନ ।

ପ୍ରଥମ ଫିଲ୍ମ “ତୁ ଚଗଲା ମୁଁ ଚଗଲି”ରେସମ୍ବିତ୍‌ ସ଼ହ ରି଼ୟା ଓ ପୁନମ ମିଶ୍ର ନାୟିକା ଭାବେ ସାମ୍ନାକୁ ଆସିବେ । ଏହି ଫିଲ୍ମର ନିର୍ଦ୍ଦେଶନା ଦେବେ ବିନି ପଟ୍ଟନାୟକ ଓ ସଙ୍ଗୀତ ନିର୍ଦ୍ଦେଶନା ଦାୟିତ୍ୱ ତୁଲାଇବେ ପ୍ରେମ୍ ଆନନ୍ଦ । ଦ୍ୱିତୀୟ ଚଳଚ୍ଚିତ୍ର ଭାବେ “ଆସିବ ବର ତୋର”ର ନିର୍ଦ୍ଦେଶନା ଭାର ଦିଲ୍ଲୀପ ପଣ୍ଡାଙ୍କୁ ମିଳିଛି । ଅନ୍ୟପଟେ ସଙ୍ଗୀତ ନିର୍ଦ୍ଦେଶନା ପାଇଁ ଅଭିଜିତ ମଜୁମଦାର ହଁ ଭରିଛନ୍ତି । ଏହି ଫିଲ୍ମରେ ଅମ୍ଳାନ, ସ୍ୱାତୀ ଓ ସୁସ୍ମିତାଙ୍କୁ ମୁଖ୍ୟ ଭୂମିକାରେ ଦେଖିବାକୁ ମିଳିବ ।

ସେହିଭଳି ତୃତୀୟ ଚଳଚ୍ଚିତ୍ର “ତୁ ସେଇ ନୀଳନୟନା”ର ନିର୍ଦ୍ଦେଶନା ଭାର ସମ୍ଭାଳିଛନ୍ତି ତ୍ରିପତି ଓ ସଙ୍ଗୀତ ନିର୍ଦ୍ଦେଶନା ଦାୟିତ୍ୱ ନେଇଛନ୍ତି ପ୍ରେମ୍ ଆନନ୍ଦ । ଏହି ଫିଲ୍ମରେ ସମ୍ବିତ, ଲିପିକା, ବିକ୍ରମ ଓ ଯୋଗମାୟା ଏକାଠି ନଜର ଆସିବେ । ଅନ୍ୟପଟେ ଚତୁର୍ଥ ଫିଲ୍ମ “ତୋତେ ଷୋହଳକୁ ମୋତେ ସତର” ଭଳି ଫିଲ୍ମରେ ଅଶ୍ୱିନୀ ଗଡନାୟକଙ୍କ ନିର୍ଦ୍ଦେଶନାରେ ସୁସଙ୍କେତ, ପିୟାଲୀ, ସୁକାନ୍ତ ରଥ ଓ ଜୟପ୍ରକାଶ ଦାସଙ୍କୁ ଅଭିନୟ କରିବାରେ ଦେଖିବାକୁ ମିଳିବ ।

ପଂଚମ ଫିଲ୍ମ ଭାବେ ତାଲିକାରେ ରହିଛି “ସନମ୍ ତୁ ସୁହାନା” । ଏହାର ନିର୍ଦ୍ଦେଶନା ଦେବେ ଖୋଦ ବିନି ପଟ୍ଟନାୟକ । ଅନ୍ୟପଟେ ମୁଖ୍ୟ ଭୂମିକାରେ ଅମ୍ଳାନ, ତମନ୍ନା, ସଙ୍ଗୀତା, ତପି ମିଶ୍ର ଓ ନୈନା ଙ୍କୁ ଏକାଠି ଦେଖିବାକୁ ମିଳିବ । ତେବେ ଷଷ୍ଠ ଫିଲ୍ମ “ସଲାମ୍ ଭୁବନେଶ୍ୱର” ପାଇଁ ନିର୍ଦ୍ଦେଶନା ଚେୟାରରେ ବସିବେ ସୁଧାକର ବସନ୍ତ । ଏଥିରେ ବିଭିନ୍ନ ଭୂମିକାରେ ରଂଜନ, ପୂନମ ଓ ରିୟାନା ଶୁକ୍ଳାଙ୍କୁ ଦେଖିବାକୁ ମିଳିବ । ସପ୍ତମ ଫିଲ୍ମରେ ମୁଖ୍ୟ ଭୂମିକାରେ ନଜର ଆସିବେ ଜ୍ୟୋତି ଓ ଶୀତଲ ଓ ବବି ମିଶ୍ର ଫିଲ୍ମର ଟାଇଟଲ ରହିଛି “ଲଭ୍ ୪୨୦” । ଏଥିରେ ନିର୍ଦ୍ଦେଶନା ଭାର ମୃତ୍ୟୁଂଜୟ ସାହୁ‌(ବାପି)ଙ୍କୁ ମିଳିଛି । ଅଷ୍ଟମ ଫିଲ୍ମ ଭାବେ ଫ୍ଲୋରକୁ ଆସିବ “ଲଭ୍ ରିଆକ୍ସନ୍‌” । ବ୍ରଜ ସିଂଙ୍କ ନିର୍ଦ୍ଦେଶନାରେ ଏହି ଫିଲ୍ମରେ ରାକେଶ, ଅଭିଷେକ, ସୋନମ ଓ ରାଗିଣୀ ଅଭିନୟରେ ନଜର ଆସିବେ ।

ଏହି ସମସ୍ତ ଫିଲ୍ମକୁ ବାଦ୍ ଦେଲେ “ତୁ ମୋ ଦିୱାନୀ ମୁଁ ତୋ ଦିୱାନା” ଓ “ଗୁଡ୍‌ମର୍ଣ୍ଣିଂ” ଭଳି ଦୁଇଟି ଚଳଚ୍ଚିତ୍ର ଏକାଠି ସୁଟିଂ ଫ୍ଲୋରକୁ ଆସିବ ।ତୁ ମୋ ଦିଓ୍ବାନୀ ‌.. ରେ ଦୀପକ ,ପ୍ରିୟଙ୍କା ପାଣିଗ୍ରାହୀ, ଶ୍ରଦ୍ଧା ଅଭିନୟ କରୁଥିବା ବେଳେ ନିର୍ଦ୍ଦେଶନା ଦାୟିତ୍ୱରେ ଅଛନ୍ତି ରମେଶ ରାଉତ ଓ ସଙ୍ଗୀତ ନିର୍ଦ୍ଦେଶନା ଦାୟିତ୍ୱରେ ଅଛନ୍ତି ବୈଦ୍ୟନାଥ ଦାଶ ,”ଗୁଡ଼ ମର୍ଣିଙ୍ଗ୍” ରେ ରୋଷନ୍ ,ଡୋଳା ସାମନ୍ତ,କିରନ୍, ରଶ୍ମୀ ଅଭିନୟ କରୁଛନ୍ତି ଓ ନିର୍ଦ୍ଦେଶନା ଦାୟିତ୍ୱରେ ଅଛନ୍ତି ଅସିତ୍ ପତି, ସଂଗୀତ ନିର୍ଦ୍ଦେଶନା ଦାୟିତ୍ୱରେ ଅଛନ୍ତି ବିରାଜ ପ୍ରସାଦ।


ପୂର୍ବରୁ ମୁନ୍ ଟିଭି ମୁଭିଜ୍ ବ୍ୟାନର ତଳେ ଝିଅଟା ବିଗିଡିଗଲା, ସୁନ୍ଦରଗଡର ସଲମାନ ଓ ଲଭ ଏକ୍ସପ୍ରେସ୍ ଭଳି ସୁପରହିଟ୍ ଫିଲ୍ମ ଦର୍ଶକଙ୍କ ସାମ୍ନାକୁ ଆସିଥିଲା । ଆଗାମୀ ଦିନରେ “ହୀରାଲାଲ ମୋତିଲାଲ” ଓ “ଲଭ୍ ଫିଭର୍‌” ନାମକ ଦୁଇଟି ଫିଲ୍ମ ମଧ୍ୟ ଖୁବଶୀଘ୍ର ମୁକ୍ତିଲାଭ କରିବ ବୋଲି କ୍ରିଏଟିଭ ହେଡ୍ ପ୍ରଣୟ ଜେଠୀ ପ୍ରକାଶ କରିଛନ୍ତି ।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: