ଏହି ମନ୍ଦିରରେ ରହିଛି ୯୯ ଲକ୍ଷ ୯୯ ହଜାର ୯୯୯ ମୂର୍ତ୍ତି, ଜାଣନ୍ତୁ କାରଣ କଣ?

ଏହି ମନ୍ଦିରରେ ରହିଛି ୯୯ ଲକ୍ଷ ୯୯ ହଜାର ୯୯୯ ମୂର୍ତ୍ତି, ଜାଣନ୍ତୁ କାରଣ କଣ?

ପ୍ରିଜମ ନ୍ୟୁଜ ବ୍ୟୁରୋ:ଭାରତରେ ଅନେକ ମନ୍ଦିର ଅଛି ଯାହାର ରହସ୍ୟ ଆଜି ପର୍ଯ୍ୟନ୍ତ ଉନ୍ମୋଚିତ ହୋଇପାରିନାହିଁ । ଏମିତି ଏକ ଅଭୁତ ମନ୍ଦିର ତ୍ରିପୁରାର ରାଜଧାନୀ ଅଗରତାଲାରେ ଅଛି, ଯେଉଁଠାରେ ୯୯ ଲକ୍ଷ ୯୯ ହଜାର ୯୯୯ଟି ଦେବଦେବୀଙ୍କ ପଥର ମୂର୍ତ୍ତି ଲୋକଙ୍କୁ ଆଶ୍ଚର୍ଯ୍ୟ କରେ। ଅନେକ ପଣ୍ଡିତ ଏହି ମନ୍ଦିରର ରହସ୍ୟ ସମାଧାନ କରିବାକୁ ଚେଷ୍ଟା କରିଥିଲେ ମଧ୍ୟ ସେମାନେ ଏଥିରେ ସଫଳତା ପାଇଲେ ନାହିଁ । ଏହି ମନ୍ଦିରର ୯୯ ଲକ୍ଷ ୯୯ ହଜାର ୯୯୯ ପ୍ରତିମା ପଛରେ ଗୁଧା ରହସ୍ୟ ଲୁଚି ରହିଛି। କିଏ, କେବେ ଓ କାହିଁକି ଏଗୁଡ଼ିକୁ ତିଆରି କରିଥିଲେ ତାହା ମଧ୍ୟ ସ୍ପଷ୍ଟ ହୋଇନାହିଁ। ତେବେ ସବୁଠାରୁ ବଡ ରହସ୍ୟ ହେଉଛି ଯେ ଏକ କୋଟିରୁ ଗୋଟିଏ ମାତ୍ର କମ୍ ପ୍ରତିମା କାହିଁକି ତିଆରି କରାଯାଇଥିଲା ଏଠାରେ? ଏହି ମୂର୍ତ୍ତିଗୁଡ଼ିକ ବିଷୟରେ ଅନେକ କାହାଣୀ କୁହାଯାଏ। ଭକ୍ତମାନେ ଏହି ମନ୍ଦିରର କୌତୁହଳ ବିଷୟରେ ଜାଣିବା ପାଇଁ ଏଠାକୁ ଚାଲିଆସନ୍ତି। ତେବେ ଆସନ୍ତୁ ଜାଣିବା ଏହି ରହସ୍ୟମୟ ମନ୍ଦିର ବିଷୟରେ କିଛି ଅଜଣା କଥା …ଏହି ମନ୍ଦିର ବିଷୟରେ ବିଶ୍ୱାସ କରାଯାଏ ଯେ ଥରେ ଭଗବାନ ଶିବ ଏକ କୋଟି ଦେବତାଙ୍କ ସହିତ କୌଣସି ଏକ ସ୍ଥାନକୁ ଯାଉଥିଲେ। ସମସ୍ତ ଦେବତା ଯିବା ରାସ୍ତାରେ ଶୋଇ ପଡ଼ିଲେ। ଭଗବାନ ଶିବ ସକାଳୁ ଉଠିବା ପର୍ଯ୍ୟନ୍ତ ମଧ୍ୟ ସମସ୍ତ ଦେବତା ସେହିଭଳି ଶୋଇ ରହିଥିଲେ। ଏହାପରେ ଶିବ କ୍ରୋଧିତ ହୋଇ ଅଭିଶାପ ଦେଇଥିଲେ ଏବଂ ସମସ୍ତ ଦେବତାମାନେ ସେଠାରେ ପଥର ପାଲଟି ଯାଇଥିବାର ବିଶ୍ବାସ କରାଯାଏ। ୯୯ ଲକ୍ଷ ୯୯ ହଜାର ୯୯୯ ପ୍ରତିମା ପଛର ଏହା ହେଉଛି କାରଣ। ଏହି ମୂର୍ତ୍ତିଗୁଡିକୁ ନେଇ ଅନ୍ୟ ଏକ କାହାଣୀ ମଧ୍ୟ ପ୍ରଚଳିତ ରହିଛି। କୁହାଯାଏ କାଲୁ ନାମକ ଜଣେ ଶିଳ୍ପୀ ଥିଲେ, ଯେକି ପ୍ରଭୁ ଶଙ୍କର ଏବଂ ମାତା ପାର୍ବତୀଙ୍କ ସହ କୈଳାଶ ପର୍ବତକୁ ଯିବାକୁ ଚାହୁଁଥିଲେ। କାରିଗରଙ୍କ ଜିଦ୍ ଯୋଗୁଁ ଭଗବାନ ଶଙ୍କର ତାଙ୍କୁ କହିଥିଲେ ଯେ ଯଦି ତୁମେ ଗୋଟିଏ ରାତିରେ କୋଟିଏ ଦେବାଦେବୀଙ୍କ ମୂର୍ତ୍ତି ତିଆରି କରିପାରିବ, ତେବେ ତୁମକୁ ସାଙ୍ଗରେ ନେଇକିଯିବୁ।ଏହା ପରେ କାରିଗର ଉଜାଗର ରହି ରାତିସାରା ମୂର୍ତ୍ତିଗୁଡ଼ିକ ତିଆରି କରିବାକୁ ଲାଗିଲେ , କିନ୍ତୁ ସକାଳ ପର୍ଯ୍ୟନ୍ତ ମଧ୍ୟ ସେ ଏକ କୋଟି ମୂର୍ତ୍ତି ତିଆରି କରିପାରି ନଥିଲେ, ସେଥିରୁ ଗୋଟିଏ ମୂର୍ତ୍ତି କମ୍ ହୋଇଯାଇଥିଲା।ଯେଉଁ କାରଣରୁ ଭଗବାନ ଶିବ କାରିଗରଙ୍କୁ ସାଙ୍ଗରେ ନନେଇ କୈଳାସ ଚାଲି ଯାଇଥିଲେ। କୁହାଯାଏ ଯେ ଏହି କାରଣରୁ ଏହି ସ୍ଥାନର ନାମ ହେଉଛି ‘ଉନାକୋଟି’। ଉନାକୋଟି ମନ୍ଦିର ତ୍ରିପୁରାର ରାଜଧାନୀ ଅଗରତାଲା ଠାରୁ ପ୍ରାୟ ୧୪୫ କିଲୋମିଟର ଦୂରରେ ଅବସ୍ଥିତ। ଏହି ମନ୍ଦିର ଭାରତର ସବୁଠାରୁ ବଡ ରହସ୍ୟମୟ ମନ୍ଦିର ମାନଙ୍କ ତାଲିକାରେ ଅନ୍ତର୍ଭୁକ୍ତ।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: