ଓ୍ବାକଫ୍‌ ବୋର୍ଡ ଜମି ଜାଲିଆତି ମାମଲା: ED ସ୍କାନରରେ ନୱାବ ମଲିକ!

ଓ୍ବାକଫ୍‌ ବୋର୍ଡ ଜମି ଜାଲିଆତି ମାମଲା: ED ସ୍କାନରରେ ନୱାବ ମଲିକ!

ପ୍ରିଜମ ନ୍ୟୁଜ ବ୍ୟୁରୋ:ପୁଣି ଅଡୁଆରେ ମହାରାଷ୍ଟ୍ର ସରକାରଙ୍କ ମନ୍ତ୍ରୀ ତଥା ଏନ୍‌ସିପି ନେତା ନଓ୍ବାବ ମଲିକ । ମୁମ୍ବାଇ କ୍ରୁଜ୍ ଡ୍ରଗ୍ସ ମାମଲା ପରେ ସେ ହେଡଳାଇନରେ ରହି ଆସୁଛନ୍ତି। ଗୋଟିଏ ପଟେ ସେ ଅଭିନେତା ଶାହାରୁଖ ଖାନଙ୍କ ପୁଅକୁ ଏକ ପ୍ରକାର ସପୋର୍ଟ କରୁଥିବା ବେଳେ ଅନ୍ୟ ପଟେ ବିଜେପି ସରକାର ଓ NCB ଅଧିକାରୀ ସମୀର ଓ୍ବାଙ୍ଖେଡେଙ୍କ ଉପରେ ଅଙ୍ଗୁଳି ଉଠାଇଥିଲେ । ତେବେ ଆଜି ମହାରାଷ୍ଟ୍ର ଓ୍ବାକଫ୍‌ ବୋର୍ଡ ଜମି ଜାଲିଆତି ମାମଲାରେ ED ତତ୍ପରତା ପ୍ରକାଶ କରିଛି। ଏବଂ ED ସ୍କାନରରେ ନୱାବ ମଲିକ ରହିଥିବା କୁହାଯାଉଛି। ଆଜି ପୁଣେର ୭ଟି ସ୍ଥାନରେ ମାରାଥନ୍‌ ଚଢାଉ କରିଛି ପ୍ରବର୍ତ୍ତନ ନିର୍ଦେଶାଳୟ । ଚଢାଉ ବେଳେ ଗୁରୁତ୍ବପୂର୍ଣ୍ଣ କାଗଜପତ୍ର ଜବତ ହୋଇଥିବା ନେଇ ସୂଚନା ମିଳିଛି । ଚଢାଉ ବେଳେ, ଓ୍ବାକଫ୍‌ ବୋର୍ଡ ଜମିକୁ ବେଆଇନ ବିକ୍ରି କରାଯିବା ଏବଂ ଏଥିରେ ବ୍ୟାପକ ମାତ୍ରା​‌ରେ ହେରଫେର କରାଯିବା ନେଇ ଜଣାପଡିଛି । ତେବେ ବଡ କଥା ହେଉଛି ଓ୍ବାକଫ୍‌ ବୋର୍ଡ ମହାରାଷ୍ଟ୍ର ସରକାରରେ ମନ୍ତ୍ରୀ ନଓ୍ବାବ ମଲିକଙ୍କ ମନ୍ତ୍ରାଳୟ ଅଧିନରେ ଯାଉଛି।ମନ୍ତ୍ରୀଙ୍କ ବିଭାଗରେ ଏଭଳି ବ୍ୟାପକ ହେରଫେର ନେଇ ସୂଚନା ମିଳିବା ପରେ ଇଡି ପକ୍ଷରୁ ତତ୍ପରତା ପ୍ରକାଶ ପାଇଛି ।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: