ଟୋକିଓ ଅଲିମ୍ପିକ୍ସରେ ଭାରତ ପାଇଁ ରୌପ୍ୟ ପଦକ ହାସଲ କଲେ ମୀରାବାଇ

ପ୍ରିଜମ୍ ନ୍ୟୁଜ ବ୍ୟୁରୋ: ଅଲିମ୍ପିକସରେ ପ୍ରଥମ ପଦକ ଭେଟି ଦେଇଛନ୍ତି ମୀରାବାଇ ଚାନୁ। ରୌପ୍ୟ ପଦକ ହାସଲ କରିଛନ୍ତି ମହିଳା ଭାରୋତ୍ତୋଳକ ମୀରାବାଇ ଚାନୁ। ୪୯ କିଲୋଗ୍ରାମ ବର୍ଗରେ ସେ ରୌପ୍ୟ ଜିତିଛନ୍ତି। ସେ ଅଲିମ୍ପିକ୍ସରେ ପଦକ ଦାବିଦାର ଥିଲେ। ଅଳ୍ପକେ ସ୍ୱର୍ଣ୍ଣ ପଦକରୁ ବଞ୍ଚିତ ହୋଇଛନ୍ତି ମୀରାବାଇ। ସ୍ନାଚ୍ ଇଭେଣ୍ଟର ପ୍ରଥମ ପ୍ରୟାସରେ ୮୪ କିଲୋଗ୍ରାମ ଓ ଦ୍ୱିତୀୟ ପ୍ରୟାସରେ ୮୭ କିଲୋମଗ୍ରାମ ଓଜନ ଉଠାଇଥିଲେ। କିନ୍ତୁ ତୃତୀୟ ପ୍ରୟାସରେ ସେ ୮୯ କିଲୋଗ୍ରାମ ଉଠାଇବାରେ ବିଫଳ ହୋଇଥିଲେ । ଏହାସହ ସେ ଦ୍ୱିତୀୟ ସ୍ଥାନରେ ରହି ଫାଇନାଲକୁ ଉନ୍ନୀତ ହୋଇଥିଲେ। କ୍ଲିନ୍ ଏଣ୍ଡ ଜର୍କର ପ୍ରଥମ ପ୍ରୟାସରେ ସେ ୧୧୦କିଲୋଗ୍ରାମ ଓଜନ ଉଠାଇଥିଲେ। କିନ୍ତୁ ଦ୍ୱିତୀୟ ପ୍ରୟାସରେ ୧୧୫ କିଲୋଗ୍ରାମ ଉଠାଇବାରେ ବିଫଳ ହୋଇଥିଲେ ମୀରାବାଇ। ସ୍ୱର୍ଣ୍ଣ ପଦକ ଚୀନର ହୁ ଜିହୁଇ ଜିତିଛନ୍ତି । ଅଲିମ୍ପିକ୍ସରେ ଭାରୋତ୍ତୋଳନରେ ଶେଷ ଥର ପାଇଁ ଭାରତ ୨୦୦୦ ମସିହାରେ ପଦକ ଜିତିଥିଲା। କର୍ଣ୍ଣମ ମାଲେଶ୍ୱର ବ୍ରୋଞ୍ଜ ପଦକ ଜିତିଥିଲେ।

Leave a Reply

Your email address will not be published. Required fields are marked *