ଏହି ସହରରେ ଲୋକ ପିନ୍ଧି ପାରିବେନି ପୋଷାକ,  ସବୁ ସ୍ଥାନରେ ଉଲଗ୍ନ ହୋଇ ବୁଲନ୍ତି ପର୍ଯ୍ୟଟକ

ଏହି ସହରରେ ଲୋକ ପିନ୍ଧି ପାରିବେନି ପୋଷାକ, ସବୁ ସ୍ଥାନରେ ଉଲଗ୍ନ ହୋଇ ବୁଲନ୍ତି ପର୍ଯ୍ୟଟକ

ପ୍ରିଜମ୍ ନ୍ୟୁଜ ବ୍ୟୁରୋ: ଦୁନିଆର ରହସ୍ୟର ଅଭାବ ନାହିଁ। ସେମିତି ଏକ ରହସ୍ୟମୟ ଦେଶ ବିଷୟରେ ଏବେ କାଫି ଚର୍ଚ୍ଚା ହେଉଛି। ଏହି ସହରକୁ ନୁଡିଷ୍ଟ ସହର କୁହାଯାଏ। ଏଠାରେ ଅଜବ ନିୟମ କାନୁନ ଦେଖିବାକୁ ମିଳିଥାଏ। ଏହା ହେଉଛି ଦୁନିଆର ଏକମାତ୍ର ସହର ଯେଉଁଠାରେ ଲୋକମାନେ ନଗ୍ନ ପର୍ଯ୍ୟଟନ(nude tourism) ପାଇଁ ଆସନ୍ତି।
କ୍ୟାପ୍ ଡି’ଆଡଗେ ନାମକ ଏହି ଫରାସୀ ସହର ପ୍ରାୟତଃ ଚର୍ଚ୍ଚାରେ ରହିଥାଏ। ଭୂମଧ୍ୟସାଗରୀୟ ଉପକୂଳରେ ଅବସ୍ଥିତ ଏହି ସହର ତାର ଅନନ୍ୟ ଜୀବନଶୈଳୀ ପାଇଁ ଜଣାଶୁଣା। ସ୍ଥାନଟି ହେଉଛି ଦୁନିଆର ସବୁଠାରୁ ଖୋଲା ଗନ୍ତବ୍ୟସ୍ଥଳ, ଯେଉଁଠାରେ ଲୋକଙ୍କ ପାଇଁ କୌଣସି ପ୍ରତିବନ୍ଧକ ନଥାଏ। ପର୍ଯ୍ୟଟକମାନେ ବିନା ପୋଷାକରେ ଏଠାରେ ଚଳପ୍ରଚଳ ହୋଇପାରିବେ।
ଫ୍ରାନ୍ସର ଥିବା କ୍ୟାପ୍ ଡି’ଆଡଗେ ସହର ହେଉଛି ସବୁଠାରୁ ଲୋକପ୍ରିୟ ହନିମୁନ୍ ଗନ୍ତବ୍ୟସ୍ଥଳ। ସହରଟି ସର୍ବଦା ବିବାଦରେ ରହିଆସିଛି, କାରଣ ଏଠାରେ ଲୋକମାନଙ୍କର ବିନା ପୋଷାକରେ ବୁଲିବାର ସ୍ୱାଧୀନତା ପାଇଥାନ୍ତି। ସୁନ୍ଦର ବେଳାଭୂମିର ଏହି ପ୍ରସିଦ୍ଧ ସହରରେ ସମୁଦ୍ରକୂଳ ଦୃଶ୍ୟ ଅତ୍ୟନ୍ତ ଅନନ୍ୟ ହୋଇଥାଏ। ବେଳାଭୂମି କଥା ଛାଡ଼ନ୍ତୁ ବ୍ୟାଙ୍କ, ଦୋକାନ ବଜାର ଏପରିକି ରେଷ୍ଟୁରାଣ୍ଟରେ ମଧ୍ୟ ଲୋକମାନେ ବିନା ପୋଷାକରେ ବୁଲାବୁଲି କରିପାରିବେ। ଯଦି ଆପଣ କେଶ କାଟିବାକୁ ଚାହୁଁଛନ୍ତି, ବେକେରୀରୁ କିଛି ଜିନିଷ କିଣନ୍ତୁ କିମ୍ବା ବ୍ୟାୟାମ କରନ୍ତୁ, ତେବେ ପୋଷାକ ପିନ୍ଧିବାରେ କୌଣସି ପ୍ରତିବନ୍ଧକ ନାହିଁ।
ପ୍ରତିବର୍ଷ ଗ୍ରୀଷ୍ମ ଋତୁରେ ଏହି ସହର କୋଳାହଳରେ ଭରି ଯାଏ। ଏକ ଆକଳନ ଅନୁଯାୟୀ, ବିଶ୍ଵର ବିଭିନ୍ନ ସ୍ଥାନରୁ ୫୦ ହଜାର ପର୍ଯ୍ୟଟକ ବିଶେଷ ଭାବେ ଗ୍ରୀଷ୍ମ ସମୟରେ ସମୁଦ୍ରକୂଳ ଉପଭୋଗ କରିବାକୁ ଏଠାକୁ ଆସିଥାନ୍ତି। ଏଠାକୁ ଆସୁଥିବା ଅଧିକାଂଶ ପର୍ଯ୍ୟଟକ ଫ୍ରାନ୍ସ, ବେଲଜିୟମ, ଜର୍ମାନୀ, ଇଟାଲୀ, ଆମେରିକା, ଡେନମାର୍କ ଏବଂ କାନାଡାର ଅଟନ୍ତି। ହନିମୁନ୍ ପାଇଁ ଏଠାକୁ ଆସୁଥିବା ଦମ୍ପତିମାନେ କହିଛନ୍ତି ଯେ ଏହି ନୂତନ ଅଭିଜ୍ଞତା ମାଧ୍ୟମରେ ସେମାନେ ନିଜ ସମ୍ପର୍କକୁ ସତେଜ ଏବଂ ଷ୍ଟ୍ରୀମି ରଖିବାକୁ ଚାହୁଁଛନ୍ତି। ଏହା ଅତ୍ୟନ୍ତ ରୋମାଞ୍ଚକର ଏବଂ ମଜାଦାର ଅଟେ।
ଯଦିଓ ଫ୍ରାନ୍ସର ଏହି ସହରରେ ବିନା ପୋଷାକରେ ବାହାରକୁ ଯିବାର ସ୍ୱାଧୀନତା ଅଛି, କିନ୍ତୁ ଏହାର ଅର୍ଥ ନୁହେଁ ଯେ ତୁମେ ଦୁନିଆ ସାମ୍ନାରେ ଅନ୍ତରଙ୍ଗ ହୋଇପାରିବ। Public Sexବା ସର୍ବସମ୍ମୁଖରେ ରୋମାନ୍ସ କଲେ ୧୨,୮୬୦ ପାଉଣ୍ଡ ଜୋରିମାନା ଦେବାକୁ ପଡିଥାଏ। ଏହି ସହରରେ ରହିବା ପାଇଁ ମଧ୍ୟ ଦେୟ ଦେବାକୁ ପଡେ। NUDIST CITY ରେ ୭ ଦିନ ବିତାଇବାକୁ, ଜଣକୁ ହୋଟେଲ ଏବଂ ଖାଦ୍ୟ ମୂଲ୍ୟ ବ୍ୟତୀତ ୫୧ ପାଉଣ୍ଡ ଅର୍ଥାତ୍ ୫୦୦୦ ଟଙ୍କା ଅଲଗା ଫିସ ଦେବାକୁ ପଡିଥାଏ। ତେବେ କରୋନା ପାଇଁ ପର୍ଯ୍ୟଟକଙ୍କ ସଂଖ୍ୟା ଏଠି ଟିକେ କମିଛି।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: