ଦେଶକୁ ସୁରକ୍ଷା ଦେବାକୁ ବଦ୍ଧପରିକର ସେନା: ସିଡିଏସ୍

ଦେଶକୁ ସୁରକ୍ଷା ଦେବାକୁ ବଦ୍ଧପରିକର ସେନା: ସିଡିଏସ୍

ପ୍ରିଜମ୍ ନ୍ୟୁଜ ବ୍ୟୁରୋ: ସୀମା ଲଙ୍ଘୁଛି ଚୀନ । ଲଦାଖ ସୀମାରେ ସେନା ମୁତୟନ ପ୍ରସଙ୍ଗରେ CDS ବିପିନ ରାୱତ ଚୀନକୁ ସ୍ପଷ୍ଟ ସନ୍ଦେଶ ଦେଇଛନ୍ତି । ଆଲୋଚନା ବିଫଳ ହେଲେ ଭାରତୀୟ ସେନା ସୀମାରେ କାର୍ଯ୍ୟାନୁଷ୍ଠାନ ପାଇଁ ପ୍ରସ୍ତୁତ ରହିଛି ବୋଲି ବିପିନ ରାୱତ କହିଛନ୍ତି । ଲଦାଖ ସୀମାରେ ଚୀନ ସେନା ମୁତୟନ କରିବା ପାଇଁ ଭାରତୀୟ ସେନା ଗତିବିଧି ଉପରେ ନଜର ରଖିବା ପାଇଁ ହାଇଟେକ କ୍ୟାମେରା ମଧ୍ୟ ଲଗାଇଛି । ଏପଟେ ମୁକାବିଲା ପାଇଁ ଭାରତୀୟ ସେନା ମଧ୍ୟ ସୀମା ନିକଟରେ ଆଡ୍ଡା ବନାଇଛି । ଯେକୌଣସି ସ୍ଥିତିରେ ସେନା ଦେଶକୁ ସୁରକ୍ଷା ଦେବାକୁ ବଦ୍ଧ ପରିକର ରହିଛି ବୋଲି ଚିଫ ଅଫ ଡିଫେନ୍ସ ଷ୍ଟାଫ କହିଛନ୍ତି । ଏଲଏସିରେ ଉତ୍ତେଜନା ହ୍ରାସ ପାଇଁ ଭାରତ ପକ୍ଷରୁ ବାରମ୍ବାର ପ୍ରୟାସ ଜାରି ରହିଛି। ଏପରିକି ୫ ଥର ସେନା କମାଣ୍ଡର ସ୍ତରୀୟ ଆଲୋଚନା ପରେ ବି ସୀମାରୁ ସଂପୂର୍ଣ୍ଣ ସେନା ପ୍ରତ୍ୟାହାର କରିନାହିଁ ଚୀନ। ଚୀନର ଏପରି ଧୂର୍ତ୍ତତା କାରଣରୁ ସୀମାରେ ଉତ୍ତେଜନା ହ୍ରାସ ପାଇବାର ନାମ ନେଉନାହିଁ। ଫିଙ୍ଗର ଫୋର୍ ଅଞ୍ଚଳରୁ ଉଭୟ ଦେଶ ସମାନ ଭାବେ ସେନା ପ୍ରତ୍ୟାହାର କରିବାକୁ ଚୀନ ସର୍ତ୍ତ ରଖିଥିଲା, ଯାହା ଚୀନର ଦୋମୁହାଁ ନୀତିକୁ ପଦାରେ ପକାଇଥିଲାସର୍ତ୍ତ ରଖିଥିଲା। ଚୀନରେ ଏପରି ପ୍ରସ୍ତାବକୁ ସିଧାସଳଖ ଭାରତ ପ୍ରତ୍ୟାଖ୍ୟାନ କରିଥିଲା।

ଗତ ଜୁନ ୨୦ରେ ଲଦାଖ ସୀମାରେ ଭାରତ ଓ ଚୀନ ସେନା ମଧ୍ୟରେ ବିବାଦ ଉଗ୍ର ରୂପ ନେଇଥିଲା। ଯେଉଁଥିରେ ୨୦ ରୁ ଅଧିକ ଭାରତୀୟ ସେନା ସହିଦ ହୋଇଥିଲେ। ଯବାନଙ୍କ ବଳିଦାନ ପରେ ଦୁଇ ଦେଶର ସେନା ସୀମା ଉତ୍ତଜନା ହ୍ରାସ ପାଇଁ ପ୍ରୟାସ ଆରମ୍ଭ କରିଥିଲେ। କିନ୍ତୁ ସୀମାରୁ ସେନା ପ୍ରତ୍ୟାହାର ପରିବର୍ତ୍ତେ ଚୀନ ସେନା ମୁତୟନ ବଢ଼ାଇଥିଲା, ଯାହା ଫଳରେ ମୁକାବିଲା ଭାରତ ମଧ୍ୟ ସେନା ମୁତୟନକୁ ବଢ଼ାଇବାକୁ ବାଧ୍ୟ ହୋଇଥିଲା। ଏବେ ଚୀନର ସେନା ପ୍ରତ୍ୟାହାର ସର୍ତ୍ତ ପଛରେ ଥିବା ଚକ୍ରାନ୍ତକୁ ଭାରତ ପଣ୍ଡ କରିବା ସହ ଆଲୋଚନା ବିଫଳ ହେଲେ ଭାରତ ସେନା କାର୍ଯ୍ୟାନୁଷ୍ଠାନ ନିଷ୍ପତ୍ତି ନେବ ବୋଲି ସିଡିଏସ୍ ସ୍ପଷ୍ଟ କରିଛନ୍ତି।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: