ସବୁଦିନ ନୂଆ ରେକର୍ଡ: କାୟା ମେଲାଉଛି, ମୁଣ୍ଡ ନେଉଛି

ସବୁଦିନ ନୂଆ ରେକର୍ଡ: କାୟା ମେଲାଉଛି, ମୁଣ୍ଡ ନେଉଛି

ପ୍ରିଜମ୍ ନ୍ୟୁଜ ବ୍ୟୁରୋ: ରାଜ୍ୟରେ କିଲର୍ ଭାଇରସ୍ କୋରୋନା ସବୁଦିନ ମୁଣ୍ଡ ନେଉଛି। ପୁଣି ୧୦ଜଣ କୋଭିଡ-୧୯ ଆକ୍ରାନ୍ତ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ମୃତକଙ୍କ ସଂଖ୍ୟା ୪୧୯ରେ ପହଞ୍ଚିଛି। କଟକରୁ ୧, ଗଞ୍ଜାମ ଜିଲ୍ଲାରୁ ୫, ନୟାଗଡରୁ ୧, ରାୟଗଡାରୁ ୧ ଓ ସୁନ୍ଦରଗଡରୁ ୨ ଜଣ କରୋନା ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି।
ସେହିପରି ରାଜ୍ୟରେ ଗତ ୨୪ଘଣ୍ଟାରେ ନୂଆ ୨୯୪୯ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଫଳରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୮୧ ହଜାର ୪୭୯ରେ ପହଞ୍ଚିଛି। ସମସ୍ତ ପଜିଟିଭଙ୍କ ମଧ୍ୟରୁ ୧୮୨୬ ଜଣ କ୍ୱାରେଣ୍ଟାଇନ ସେଣ୍ଟରର ଏବଂ ୧୧୨୩ ଜଣ ସ୍ଥାନୀୟ ବାସିନ୍ଦା ରହିଛନ୍ତି ।

ଅନ୍ୟପଟେ ରାଜ୍ୟରେ ଗୋଟିଏ ଦିନରେ ୬୦ ହଜାରରୁ ଅଧିକ ନମୁନା ପରୀକ୍ଷା କରାଯାଇଛି। ସ୍ୱାସ୍ଥ୍ୟ ବିଭାଗର ସୂଚନା ଅନୁଯାୟୀ, ଗତ ୨୪ ଘଣ୍ଟା ଭିତରେ ୬୦ ହଜାର ୯୦୯ ନମୁନା ପରୀକ୍ଷା ହୋଇଛି। ଏଥିମଧ୍ୟରୁ ୫୩,୨୫୯ ଜଣଙ୍କ ଆଣ୍ଟିଜେନ, ୭୪୯୦ଟି ଆରଟିପିସିଆର୍ ଓ ୧୨୪ଟି ଟ୍ରୁନଟ୍‌ ପରୀକ୍ଷା ହୋଇଛି। ମୟୁରଭଞ୍ଜ ଜିଲ୍ଲାରେ ସର୍ବାଧିକ ୯,୨୨୯ କୋରୋନା ନମୁନା ପରୀକ୍ଷା ହୋଇଛି।
ତେବେ ଅଗଷ୍ଟ ମାସରେ କୋରୋନା ସ୍ଥିତି ପିକ୍ କୁ ଯାଇ ସେପ୍ଟେମ୍ୱରରେ ସ୍ଥିର ହେବା ନେଇ ଯେଉଁ ଆକଳନ କରାଯାଉଥିଲା, ତାହା ସତ ହୋଇଛି। ଅଗଷ୍ଟ ଆରମ୍ଭରୁ ଏଯାଏ କୋରୋନା ନିଜର କାୟାକୁ ଆହୁରି ମେଲାଇ ଚାଲିଛି।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: