ଘୁଞ୍ଚାଯାଉ NEET ଓ JEE ପରୀକ୍ଷା: ନବୀନ

ପ୍ରିଜମ୍ ନ୍ୟୁଜ ବ୍ୟୁରୋ: NEET ଓ JEE ପରୀକ୍ଷା ଘୁଞ୍ଚାଇବାକୁ ଅନୁରୋଧପୂର୍ଣ୍ଣ ଦାବି କରି କେନ୍ଦ୍ର ଶିକ୍ଷାମନ୍ତ୍ରୀଙ୍କୁ ଚିଠି ଲେଖିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। କେନ୍ଦ୍ରମନ୍ତ୍ରୀ ରମେଶ ପୋଖରିଆଲ ନିଶଙ୍କଙ୍କୁ ଚିଠି ଲେଖି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦର୍ଶାଇଛନ୍ତି ଯେ, ରାଜ୍ୟର ଏକାଧିକ ସ୍ଥାନରେ ଏବେ ବି କୋରୋନା କଟକଣା ଜାରି ରହିଛି। ତେଣୁ କୋଭିଡ୍-19 ସଂକ୍ରମଣ ଓ ଭୟକୁ ନଜରରେ ରଖି ପରୀକ୍ଷା ଘୁଞ୍ଚାଯାଉ ବୋଲି ନବୀନ ଅନୁରୋଧ କରିଛନ୍ତି। ଏହାସହ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟର ସମସ୍ତ ଜିଲ୍ଲାରେ ପରୀକ୍ଷା କେନ୍ଦ୍ର କରିବା ନେଇ ଦାବି କରିଛନ୍ତି।

ମୁଖ୍ୟମନ୍ତ୍ରୀ ଚିଠିରେ ଦର୍ଶାଇଛନ୍ତି, କୋରୋନା ସ୍ଥିତିରେ ପରୀକ୍ଷା କେନ୍ଦ୍ରକୁ ଯିବା ନିରାପଦ ନୁହଁ, ବିଭିନ୍ନ ଜିଲ୍ଲାରେ ଶଟଡାଉନ୍ ଓ ଲକଡାଉନ୍ ଥିବାରୁ ଅସୁବିଧା ହେବ। ଓଡ଼ିଶା ଏକ ଆଦିବାସୀ ରାଜ୍ୟ ହୋଇଥିବାରୁ ଦୂରଦୂରାନ୍ତରୁ ପିଲା ଆସିଥାନ୍ତି, ଓଡ଼ିଶାରେ ୩୦ ଜିଲ୍ଲାରେ ସେଣ୍ଟର କରିବାକୁ ନବୀନ ଚିଠିରେ ଦର୍ଶାଇଛନ୍ତି। ଏନେଇ NTAକୁ ନିର୍ଦ୍ଦେଶ ଦେବାକୁ ମୁଖ୍ୟମନ୍ତ୍ରୀ ଅନୁରୋଧ କରିଛନ୍ତି।

Leave a Reply

Your email address will not be published. Required fields are marked *