ଗର୍ଭାବସ୍ଥାରେ ମାନସିକ ଚିନ୍ତା ଆଣିପାରେ ବଡ଼ ବିପଦ, ଏପରି ଉପାୟରେ ରୁହନ୍ତୁ ଚିନ୍ତାମୁକ୍ତ

ଗର୍ଭାବସ୍ଥାରେ ମାନସିକ ଚିନ୍ତା ଆଣିପାରେ ବଡ଼ ବିପଦ, ଏପରି ଉପାୟରେ ରୁହନ୍ତୁ ଚିନ୍ତାମୁକ୍ତ

ପ୍ରିଜମ୍ ନ୍ୟୁଜ ବ୍ୟୁରୋ: ଜଣେ ନାରୀ ମା’ ହେବା ସହଜ କଥା ନୁହେଁ ଏଥି ପାଇଁ ତାକୁ ଅନେକ ସମସ୍ୟା ଦେଇ ଗତି କରିବାକୁ ପଡ଼ିଥାଏ। ଗର୍ଭବତୀ ହେବା ଦିନରୁ ପ୍ରସବ ପର୍ଯ୍ୟନ୍ତ ତାକୁ ଅନେକ ଜିନିଷ ଜଗିରଖି ଚଳିବାକୁ ପଡିଥାଏ, ଏହାସହ ତାର ଶରୀରରେ ଅନେକ ପରିବର୍ତ୍ତନ ମଧ୍ୟ ଦେଖାଯାଏ। ଗର୍ଭବତୀ ଥିବା ବେଳେ ମହିଳାମାନଙ୍କ ଶରୀରରେ ଅନେକଗୁଡ଼ିଏ ହରମୋନାଲ ପରିବର୍ତ୍ତନ ଦେଖା ଦେଇଥାଏ। ଯାହାକି ମୁଡ୍ ସୁଇଙ୍ଗ୍ ଏବଂ ଷ୍ଟ୍ରେସ୍ ଭଳି ସମସ୍ୟା ସୃଷ୍ଟି କରିଥାଏ । ହେଲେ ବିଶେଷଜ୍ଞମାନେ ସର୍ବଦା ମହିଳାମାନଙ୍କୁ ଗର୍ଭାବସ୍ଥାରେ ଚାପମୁକ୍ତ ରହିବାକୁ ପରାମର୍ଶ ଦିଅନ୍ତି, କାରଣ ଅତ୍ୟଧିକ ଚାପ କେବଳ ସେମାନଙ୍କ ଶାରୀରିକ ଏବଂ ମାନସିକ ସ୍ତରରେ କ୍ଲାନ୍ତ କରେନି, ବେଳେବେଳେ ଗର୍ଭପାତର କାରଣ ମଧ୍ୟ ହୋଇଥାଏ। ତେବେ ଏହି ସମୟର ମହିଳା ମାନଙ୍କୁ ଖୁସି ରହିବା ସହ ଚିନ୍ତା ମୁକ୍ତ ରହିବା ପାଇଁ ଚେଷ୍ଟା କରିବା ଆବଶ୍ୟକ। ଗର୍ଭବତୀ ସମୟର ଚାପରୁ କିପରି ମୁକ୍ତି ପାଇବେ ଜାଣନ୍ତୁ…
-ଚାପରୁ ମୁକ୍ତି ପାଇବା ପାଇଁ ସହଜ ଉପାୟ ହେଉଛି ନିଜକୁ କିଛି କାର୍ଯ୍ୟରେ ବ୍ୟସ୍ତ ରଖନ୍ତୁ। ଗର୍ଭବତୀ ମହିଳାଙ୍କ ମନ ଯେତେ ଖାଲି ରହିବ, ସେତେ ଅନାବନା ଚିନ୍ତାଧାରା ତାଙ୍କ ମୁଣ୍ଡରେ ଉତ୍ପନ୍ନ ହେବ। ସେଥିପାଇଁ ଏହି ସମୟରେ କିଛି ନା କିଛି କାମରେ ନିଜକୁ ବ୍ୟସ୍ତ ରଖନ୍ତୁ। ପେଣ୍ଟିଂ, ସ୍କେଚିଂ, ଗୀତ ଗାଇବା, ପଢ଼ିବା ଇତ୍ୟାଦି କରିପାରିବେ। ଏହା ମାନସିକ ଶାନ୍ତି ଦେଇଥାଏ। କୁହାଯାଏ ଯେ ଗର୍ଭାବସ୍ଥାରେ ମା ଦ୍ୱାରା କରାଯାଇଥିବା ପ୍ରତ୍ୟେକ କାର୍ଯ୍ୟକଳାପ ଶିଶୁ ଉପରେ ମଧ୍ୟ ପ୍ରଭାବ ପକାଇ ଥାଏ ।

  • ଅନେକ ସମୟରେ ନିଦ୍ରାହୀନତା ହେତୁ ଚାପ ବୃଦ୍ଧି ପାଇଥାଏ। ତେଣୁ ଗର୍ଭବତୀ ଥିବା ମହିଳାମାନେ ଶୋଇବା ପାଇଁ ଏକ ସମୟ ସ୍ଥିରକରନ୍ତୁ ଏବଂ ପୂର୍ଣ୍ଣ ନିଦରେ ଶୁଅନ୍ତୁ। ଯଦି ଗର୍ଭବତୀ ମହିଳାମାନେ ପୂର୍ଣ୍ଣ ନିଦ ନିଅନ୍ତି, ତେବେ ଏହା ଶିଶୁର ଶାରୀରିକ ଏବଂ ମାନସିକ ସ୍ୱାସ୍ଥ୍ୟ ଉପରେ ମଧ୍ୟ ସକାରାତ୍ମକ ପ୍ରଭାବ ପକାଇଥାଏ। ଏହା ସହିତ ମହିଳାଙ୍କ ହରମୋନାଲ ସ୍ତର ମଧ୍ୟ ନିୟନ୍ତ୍ରିତ ହୋଇଥାଏ।
  • ନିଜକୁ ଚାପ ମୁକ୍ତ ରଖିବା ପାଇଁ ଯୋଗ ଏବଂ ଧ୍ୟାନ କରିବା ସର୍ବୋତ୍ତମ ଔଷଧ ବୋଲି ବିବେଚନା କରାଯାଏ। ଅନେକ ଅନୁସନ୍ଧାନ ମଧ୍ୟ ସୂଚିତ କରୁଛି ଯେ ଯୋଗ ଏବଂ ଧ୍ୟାନ ଆପଣଙ୍କ ମନକୁ ଶାନ୍ତ କରିବା ସହ ଏକାଗ୍ର କରିଥାଏ। ଗର୍ଭାବସ୍ଥାରେ ନିୟମିତ ଏହା କରିବା ଶିଶୁର ସୁସ୍ଥ ବିକାଶରେ ମଧ୍ୟ ସାହାଯ୍ୟ କରିଥାଏ। – ଗର୍ଭାବସ୍ଥାରେ, ମହିଳାଙ୍କ ଶାରିରୀକ ଆବଶ୍ୟକତା ବହୁତ ବଢ଼ିଯାଇଥାଏ, କାରଣ ସେମାନେ ନିଜ ସହିତ ଏକ ଶିଶୁକୁ ଜୀବନ ଦେଉଛନ୍ତି। ତେଣୁ, ଏପରି ସମୟରେ, ସେମାନଙ୍କ ଖାଦ୍ୟ ପାନୀୟର ବିଶେଷ ଯତ୍ନ ନେବା ଉଚିତ୍। ଅନେକ ଥର ଶରୀରରେ ପୁଷ୍ଟିକର ଖାଦ୍ୟ ଅଭାବ ହେତୁ ଥକାପଣ, ରାଗ, କ୍ରୋଧ ଏବଂ ଚାପ ଦେଖାଯାଏ। ଏଥିରୁ ମୁକ୍ତି ପାଇଁ ଖାଦ୍ୟରେ ଫଳ, ସବୁଜ ପନିପରିବା, ଡାଲି ଇତ୍ୟାଦି ଅନ୍ତର୍ଭୂକ୍ତ କରନ୍ତୁ। ବିଶେଷଜ୍ଞଙ୍କ ଦ୍ଵାରା ଦିଆଯାଇଥିବା ସପ୍ଲିମେଣ୍ଟଗୁଡ଼ିକୁ ମଧ୍ୟ ଠିକ୍ ସମୟରେ ନିଅନ୍ତୁ। ବିଶେଷ କରି ଗର୍ଭାବସ୍ଥାର ୩ ମାସ ମହିଳାଙ୍କୁ ଚିନ୍ତା ମୁକ୍ତ ସହ ସତ୍ରକ ସହ ରହିବା ଦରକାର ଏହି ସମୟର ଗର୍ଭପାତର ଅଧିକ ଆଶଙ୍କା ରହିଥାଏ।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: