ଆସୁଛି ଫରହାନଙ୍କ ‘ତୁଫାନ’

ଆସୁଛି ଫରହାନଙ୍କ ‘ତୁଫାନ’

ପ୍ରିଜମ୍ ନ୍ୟୁଜ ବ୍ୟୁରୋ: ବହୁଦିନ ପରେ ପରଦାକୁ ଫେରୁଛନ୍ତି ବଲିଉଡ ଅଭିନେତା ଫରହାନ ଅଖତର। ତାଙ୍କ ଆଗାମୀ ଫିଲ୍ମ ତୋଫାନର ଦମଦାର ଟ୍ରେଲର ମୁକ୍ତିଲାଭ କରିଛି। ଫିଲ୍ମ ‘ ତୁଫାନ ‘ ଜୁଲାଇ ୧୬ ରେ ଡିଜିଟାଲ୍ ପ୍ଲାଟଫର୍ମରେ ରିଲିଜ୍ ହେବାକୁ ଯାଉଛି। ଫିଲ୍ମର ଟ୍ରେଲରକୁ ଫରହାନ ଅଖତର ତାଙ୍କ ସୋସିଆଲ ମିଡିଆ ଆକାଉଣ୍ଟରେ ସେୟାର କରିଥିବା ବେଳେ, ଦର୍ଶକମାନେ ଏହାକୁ ବେଶ ପସନ୍ଦ କରୁଛନ୍ତି। ଟ୍ରେଲରକୁ ସେୟାର କରି ଫରହାନ କ୍ୟାପସନରେ ଲେଖିଛନ୍ତି, ଝଡ଼ ଆସିଗଲା, କ’ଣ ତୁମେ ପ୍ରସ୍ତୁତ ଅଛ ? ତୁଫାନ ଚଳଚ୍ଚିତ୍ରର ଟ୍ରେଲର ବିଷୟରେ କହିବାକୁ ଗଲେ ଏହା ସ୍ପଷ୍ଟ ଯେ ଏହି ଚଳଚ୍ଚିତ୍ରଟି ଡୋଙ୍ଗ୍ରିର ଜଣେ ଗୁଣ୍ଡା ଅଜିଜ୍ ଅଲିଙ୍କ ବିଷୟରେ ଚିତ୍ରିତ ହୋଇଛି। ଯିଏ ଜଣେ ବକ୍ସର ଭାବରେ ସଫଳତା ପାଇଥିଲେ ମଧ୍ୟ କେବଳ ତାଙ୍କର ଗୋଟିଏ ଭୁଲ ପାଇଁ ସବୁ କିଛି ହରେଇ ବସନ୍ତି। ଅଜିଜ୍ ଅଲି ଭୂମିକାରେ ଫରହାନ୍ ଅଖତର ଅଭିନୟ କରୁଛନ୍ତି। ଏହି ଚଳଚ୍ଚିତ୍ରରେ ଫରହାନଙ୍କ ଗର୍ଲଫ୍ରେଣ୍ଡ ଭୂମିକାରେ ମୃଣାଳ ଠାକୁର ଏବଂ ଅଜିଜଙ୍କ କୋଚ ଭାବରେ ପରେଶ ରାୱଲ ଅଭିନୟ କରିଛନ୍ତି।
ରାକେଶ ଓମପ୍ରକାଶ ମେହେରଙ୍କ ନିର୍ଦ୍ଦେଶିତ ଫିଲ୍ମ ‘ତୁଫାନ’ରେ ଅଭିନୟ କରୁଥିବା ଅନ୍ୟ କଳାକାର ହେଉଛନ୍ତି ସୁପ୍ରିୟା ପାଠକ କପୁର, ହୁସେନ୍ ଦଲାଲ, ଡକ୍ଟର ମୋହନ ଆଗାଶେ, ଦର୍ଶନ କୁମାର ଏବଂ ବିଜୟ ରାଜ ପ୍ରମୁଖ । ଫିଲ୍ମ ‘ତୁଫାନ୍’ ଫରହାନ୍ ଏବଂ ମେହେରାଙ୍କ ଦ୍ୱିତୀୟ ପ୍ରୋଜେକ୍ଟ। ଏହାପୂର୍ବରୁ ଉଭୟ ୨୦୧୩ ମସିହାରେ ମୁକ୍ତିଲାଭ କରିଥିବା ଫିଲ୍ମ ‘ଭାଗ ମିଲ୍କା ଭାଗ’ରେ ଏକାଠି କାମ କରିଥିଲେ। ଯାହାକି ଅତ୍ୟନ୍ତ ସଫଳତା ହେଇଥିଲା। ଫରହାନ୍ ଅଖତରଙ୍କ ଫିଲ୍ମ ‘ତୁଫାନ୍’ ୨୦୨୦ ମସିହା ଅକ୍ଟୋବର ମାସରେ ରିଲିଜ୍ ହେବାର ଥିଲା କିନ୍ତୁ କୋରୋନା ମହାମାରୀ ହେତୁ ଏହାର ରିଲିଜ୍ ସ୍ଥଗିତ ରଖାଯାଇଥିଲା।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: