ମିଛ ଲକ୍ଅପରୁ ସତ ଲକ୍ଅପକୁ ଯାଇ ପାରନ୍ତି କୁଇନ୍

ମିଛ ଲକ୍ଅପରୁ ସତ ଲକ୍ଅପକୁ ଯାଇ ପାରନ୍ତି କୁଇନ୍

ପ୍ରିଜମ୍ ନ୍ୟୁଜ ବ୍ୟୁରୋ:ଟିଭିରେ ପ୍ରସାରିତ ବିବାଦୀୟ ଶୋ, ‘ବିଗ୍ ବସ୍’ ପରି ଅନ୍ୟ ଏକ ଶୋ’ OTT ପ୍ଲାଟଫର୍ମରେ ରିଲଜ ହୋଇଛି। ଏହାର ନାମ ହେଉଛି ‘ଲକ୍ଅପ୍: ବଡାସା ଜେଲ୍ … ଅତ୍ୟାଚାରୀ ଖେଳ’।

ଟେଲିଭିଜନ କଣ୍ଟେଣ୍ଟ କୁଇନ୍ ଏକତା କପୁର ଏହି ଶୋର ନିର୍ମାତା ହୋଇଥିବା ବେଳେ ବଲିଉଡ୍ କୁଇନ୍ ଅଭିନେତ୍ରୀ କଙ୍ଗନା ରଣାୱତ ଏହାକୁ ହୋଷ୍ଟ କରୁଛନ୍ତି। ଏହି ଶୋ ଦ୍ଵାରା କଙ୍ଗନା ରଣାୱତ ପ୍ରଥମ କରି ଡିଜିଟାଲ୍ ଡେବ୍ୟୁ କରିଛନ୍ତି। ଶୋ’ର ପ୍ରତିଯୋଗୀମାନଙ୍କୁ ନିଜେ କଙ୍ଗନା ଚୟନ କରିଛନ୍ତି ବୋଲି କୁହାଯାଉଛି। ଶୋ’ର ଘୋଷଣା ସମୟରେ କଙ୍ଗନା ରଣାୱତ କହିଥିଲେ ଯେ ଗତ ଦୁଇ ବର୍ଷ ମଧ୍ୟରେ ତାଙ୍କ ବିରୋଧରେ ଅନେକ ଏଫ୍ଆଇଆର୍ ଦାଖଲ କରାଯାଇଛି ଏବଂ ସେ ପୋଲିସ୍ ଷ୍ଟେସନର ଅନେକ ଚକର ମଧ୍ୟ ଲଗାଇଛନ୍ତି। ଏକତା କହିଛନ୍ତି ଯେ ଶୋ’ର ବିଷୟବସ୍ତୁ ପାଇଁ ସେ ଦାୟୀ ନୁହଁନ୍ତି। କିନ୍ତୁ ସେ ନିଶ୍ଚିତ ଯେ ଏହି ଶୋ’ କଣ୍ଟେଣ୍ଟକୁ ନେଇ ତାଙ୍କ ବିରୋଧରେ ଅନେକ ଏଫ୍ଆଇଆର୍ ଦାୟର ହେବ। OTT ରେ ଏହା ହେଉଛି ପ୍ରଥମ ଶୋ ଯାହା ରିଲିଜ୍ ପୂର୍ବରୁ ମଧ୍ୟ ଅନେକ ବିବାଦରେ ରହିଥିଲା ଓ ରିଲିଜ୍ ପରେ ମଧ୍ୟ ହେଡଲାଇନ ପାଲଟିଛି। ୧୬ ଜଣ ପ୍ରତିଯୋଗୀଙ୍କୁ ନେଇ ଫ୍ରେବୃୟାରି ୨୭ ତାରିଖରେ ରିଲିଜ୍ ହୋଇଥିବା ଶୋ’ଟି ଅନେକ ରେକର୍ଡ କରିଛି। ଏହି ବିବାଦୀୟ ଶୋ’କୁ ମାତ୍ର ୧୯ ଦିନରେ ୧୦୦ ମିଲିୟନ ଭିୟୁ ମିଳି ସାରିଛି। ଏହାର ମୁଖ୍ୟ କାରଣ ହେଉଛି ଶୋ’ର ଫର୍ମାଟ୍ ଏବଂ ଏହାର ପ୍ରତିଯୋଗୀ। ଶୋ’ରେ ଅଧିକାଂଶ ପ୍ରତିଯୋଗୀଙ୍କର ବିବାଦ ସହିତ ଅତି ଘନିଷ୍ଠ ସମ୍ପର୍କ ରହିଛି।

ଶୋ’ର ଫର୍ମାଟ୍ କ’ଣ?

‘ଲକ୍ଅପ୍’ ନାମକ ଏହି ଶୋ’ରେ ୧୬ ଜଣ ପ୍ରତିଯୋଗୀ ରହିଛନ୍ତି। ସେହି ସମସ୍ତ ପ୍ରତିଯୋଗୀଙ୍କୁ ୭୨ ଦିନ ପର୍ଯ୍ୟନ୍ତ ଲକ୍ଅପ୍ ରେ ବନ୍ଦ କରି ରଖାଯିବ। ସେମାନଙ୍କୁ ତାହାରି ଭିତରେ ମୌଳିକ ସୁବିଧାସୁଯୋଗ ପାଇଁ ସଙ୍ଘର୍ଷ କରିବାକୁ ପଡିବ ଏବଂ ପ୍ରତ୍ୟେକ ଷ୍ଟେପରେ ସେମାନଙ୍କୁ କିଛି ଟାସ୍କ ଦିଆଯିବ। କଙ୍ଗନା ରଣାୱତ ଏହି ଶୋ’ ରେ ଜଣେ ଜେଲର ଭୂମିକାରେ ନଜର ଆସିଛନ୍ତି। ଏକତା କପୁର କହିଛନ୍ତି ଯେ ଦର୍ଶକମାନେ ଶୋ’ରେ ପ୍ରିୟ ପ୍ରତିଯୋଗୀଙ୍କୁ ଭୋଟ୍ ଦେଇପାରିବେ, କିନ୍ତୁ ୫୦ ପ୍ରତିଶତ ଭୋଟ୍ କ୍ଷମତା କଙ୍ଗନାଙ୍କ ପାଖେ ରହିବ।ଶୋ’ରେ ରହିବା ପାଇଁ ପ୍ରତିଯୋଗୀମାନଙ୍କୁ ସେମାନଙ୍କ ଜୀବନ ସହ ଜଡିତ ଅନେକ ରହସ୍ୟ ପ୍ରକାଶ କରିବାକୁ ପଡିବ। ଏହି ଶୋ ’OTT ପ୍ଲାଟଫର୍ମ MXPlayer ଏବଂ Alt Balaji ରେ ପ୍ରସାରିତ ହେଉଛି। ‘ବିଗ୍ ବସ୍’ ପରି ଦର୍ଶକମାନେ ‘ଲକ୍ଅପ୍’ରେ ୨୪ ଘଣ୍ଟା ଲାଇଭ୍ ରେ ପ୍ରତିଯୋଗୀଙ୍କ କାର୍ଯ୍ୟକଳାପ ଦେଖିପାରିବେ।

ଶୋ’ରେ ଭାଗ ନେଇଥିବା ପ୍ରତିଯୋଗୀ:

ଶୋ’ରେ ଭାଗ ନେଇଥିବା ପ୍ରତିଯୋଗୀଙ୍କ ମଧ୍ୟରେ ପ୍ରଥମ ନାମ ଆସିବ ମଡେଲ୍ ପୁନମ୍ ପାଣ୍ଡେଙ୍କ। ୨୦୧୧ ମସିହାରେ ପୁନମ୍ ପ୍ରଥମ ଥର ପାଇଁ ଲାଇମଲାଇଟକୁ ଆସିଥିଲେ ଯେତେବେଳେ ସେ କହିଥିଲେ ଯେ ଯଦି ଭାରତ ବିଶ୍ୱକପ୍ ଜିତେ ତେବେ ସେ ପୁରା ଦଳକୁ ଚିୟର କରିବା ପାଇଁ ଷ୍ଟ୍ରିପ୍ ହୋଇଯିବେ। କିନ୍ତୁ ବିସିସିଆଇରୁ ତାଙ୍କୁ ଅନୁମତି ଦିଆଯାଇ ନଥିଲା। ୨୦୨୦ ରେ ବିବାହ କରିବା ପରେ ପୁନମ୍ ପୁଣି ଥରେ ଚର୍ଚ୍ଚାକୁ ଆସିଥିଲେ। ବିବାହର ୧୨ ଦିନ ପରେ ସେ ତାଙ୍କ ସ୍ୱାମୀଙ୍କ ବିରୋଧରେ ଯୌନ ଶୋଷଣର ଅଭିଯୋଗ ଆଣିଥିଲେ, ଯାହା ପରେ ତାଙ୍କୁ ଗୋଆ ପୋଲିସ ଗିରଫ କରିଥିଲା।ଶୋ’ରେ ଆସିଥିବା ଦ୍ୱିତୀୟ ନାମ ହେଉଛି ଅଭିନେତ୍ରୀ ନିଶା ରାୱଲଙ୍କ। ଗତ ବର୍ଷ ନିଶା ତାଙ୍କ ସ୍ୱାମୀ ଏବଂ ସିରିଏଲ ‘ୟେ ରିସ୍ତା କିୟା କେହଲାତା ହେ’ ଫେମ କରଣ ମେହେରାଙ୍କ ନାମରେ ମାରପିଟ୍ କରିଥିବା ଅଭିଯୋଗ ଆଣିଥିଲେ।ତୃତୀୟ ପ୍ରତିଯୋଗୀ ହେଉଛନ୍ତି ଗୁଜୁରାଟ ଜୁନାଗଡ ବାସିନ୍ଦା ତଥା ଷ୍ଟାଣ୍ଡ ଅପ୍ ହାସ୍ୟ ଅଭିନେତା ମୁନୱାର ଫାରୁକି। ଗତ ବର୍ଷ ମୁନୱାର ଫାରୁକିଙ୍କ ପାଇଁ ୧୨ ଟି ଶୋକୁ ମାତ୍ର ଦୁଇ ମାସ ମଧ୍ୟରେ ବାତିଲ କରାଯାଇଥିଲା। ହିନ୍ଦୁ ଦେବତା ଏବଂ ଦେବୀଙ୍କ ଉପରେ ବିବାଦୀୟ ମନ୍ତବ୍ୟ ଦେଇଥିବାରୁ ଫାରୁକିଙ୍କୁ ଅନେକ ଦିନ ଜେଲରେ ରହିବାକୁ ମଧ୍ୟ ପଡିଥିଲା।

‘ଲକ୍ଅପ୍’ରେ ନଜର ଆସିବେ ଖେଳାଳି:

କଙ୍ଗନାଙ୍କ ‘ଲକ୍ଅପ୍’ରେ ଖେଳାଳି ମାନଙ୍କୁ ମଧ୍ୟ ଦେଖିବାକୁ ମିଳିବ। ସେମାନଙ୍କ ମଧ୍ୟରେ ପ୍ରଥମ ନାମ ଆସିଛି ବବିତା ଫୋଗଟଙ୍କର। ଫୋଗଟ ଭଉଣୀଙ୍କ ଜୀବନକୁ ନେଇ ଆମୀର ଖାନଙ୍କ ଫିଲ୍ମ ‘ ଦଙ୍ଗଲ’ ତିଆରି ହୋଇ ସାରିଛି। ରେସଲିଂ ଚାମ୍ପିଅନ୍ ବବିତା ଫୋଗଟ୍ ୨୦୧୪ କମନୱେଲଥ ଗେମ୍ସରେ ମହିଳା କୁସ୍ତିରେ ଭାରତର ପ୍ରଥମ ସ୍ୱର୍ଣ୍ଣ ପଦକ ଜିତିଥିଲେ। ଏହାସହ ସେ ୨୦୧୮ କମନୱେଲଥ ଗେମ୍ସ, ୨୦୧୦ କମନୱେଲଥ ଗେମ୍ସରେ ସିଲଭର ମେଡାଲ ଏବଂ ୨୦୧୨ ବିଶ୍ୱ ରେସଲିଂ ଚାମ୍ପିଅନସିପରେ ବ୍ରୋଞ୍ଜ ପଦକ ଜିତିଥିଲେ ଏବଂ ପରେ ୨୦୧୯ ରେ ରାଜନୀତିରେ ପାଦ ଦେଇଥିଲେ। ଏକତା କପୁରଙ୍କ ଏହି ନୂଆ ଶୋ’ ଲକଅପକୁ ନେଇ ଫିଲ୍ମ ଏବଂ OTT ସମୀକ୍ଷକ ସୋନୁପ ସହଦେବନ୍ କହିଛନ୍ତି ଯେ ALTBalaji ଏକ ବଡ଼ ଶୋ’ ପାଇଁ ଅପେକ୍ଷା କରିଥିଲା ​​କାରଣ ସେମାନଙ୍କ ପାଖରେ ବହୁତ କମ୍ ଶୋ’ ରହିଛି ଯେଉଁଥି ପାଇଁ ଏହି OTT ପ୍ଲାଟଫର୍ମକୁ ମନ ପକା ଯିବ।ଅଲ୍ଟ ବାଲାଜୀ କିଛି ନୂଆ ଦେଖାଉ ନାହିଁ। ଯଦି ଆମେ ଅଲ୍ଟ ବାଲାଜୀ ଟାର୍ଗେଟ୍ ଅଡ଼ିୟନ୍ସ ବିଷୟରେ କଥା ହେବା, ତେବେ କେବଳ ଯୁବପିଢିଙ୍କ ଆଡ଼କୁ ଧ୍ୟାନ ଦିଆଯିବ। ତାଙ୍କର ଅଧିକାଂଶ ଶୋ ପରିବାର ସହିତ ଦେଖିବା ପାଇଁ ଉଦ୍ଦିଷ୍ଟ ନୁହେଁ।

OTT ରେ ସଫଳତାର ମାପକାଠି କଣ:

OTT ରେ ଏହା କିପରି ସ୍ଥିର ହୋଇଥାଏ ଯେ କେଉଁ ଶୋ ’ହିଟ୍ ଏବଂ କେଉଁଟି ଫ୍ଲପ୍,? ସୋନୁପ୍ ଏନେଇ କହିଛନ୍ତି ଯେ OTT ରେ ହିଟ୍ କିମ୍ବା ଫ୍ଲପ୍ ହେବାର କୌଣସି ମାନଦଣ୍ଡ ନାହିଁ, ସବୁକିଛି ହିଟ୍ କିମ୍ବା ସବୁକିଛି ଫ୍ଲପ୍ । ନା ଏଠି ବକ୍ସ ଅଫିସ୍ ଅଛି ନା ଟିଆରପି ରେଟିଂ ରହିଛି, ତେଣୁ ଏପରି କିଛି ଜିନିଷ ନାହିଁ ଯାହା ଜଣା ପଡିପାରେ କୋଉଟା ହିଟ୍ କୋଉଟା ଫ୍ଲପ୍। ଆଉ ଗୋଟିଏ କଥା ହେଉଛି। ଏହି ଶୋ’ରେ ଦେଖାଦେଇଥିବା ୧୬ ପ୍ରତିଯୋଗୀଙ୍କ ମଧ୍ୟରୁ କେବଳ ଅଳ୍ପ କିଛି ଜଣାଶୁଣା ଓ ପରିଚିତ ଅଟନ୍ତି।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: